୧ କୋଟି ଡୋଜ୍‌ ଜାଇକୋଭ-ଡି ମଗାଇଲେ ସରକାର, ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ ଟିକା

The Sakala Picture
Published On

ନୂଆଦିଲ୍ଲୀ : ଜାଇଡସ କାଡିଲା କମ୍ପାନୀ ପ୍ରସ୍ତୁତ ତିନି ଡୋଜ୍‌ ବିଶିଷ୍ଟ କରୋନା ଟିକା ଜାଇକୋଭ-ଡି ଚଳିତ ମାସରେ ଜାତୀୟ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବ। ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଟିକା ବିଶ୍ବର ପ୍ରଥମ ଡିଏନଏ ଆଧାରିତ ଟିକା ହୋଇଥିବା ବେଳେ ଏହାକୁ ଟିକାକରଣରେ ସାମିଲ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡିର ଆଉ ୧ କୋଟି […]

ନୂଆଦିଲ୍ଲୀ : ଜାଇଡସ କାଡିଲା କମ୍ପାନୀ ପ୍ରସ୍ତୁତ ତିନି ଡୋଜ୍‌ ବିଶିଷ୍ଟ କରୋନା ଟିକା ଜାଇକୋଭ-ଡି ଚଳିତ ମାସରେ ଜାତୀୟ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବ। ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଟିକା ବିଶ୍ବର ପ୍ରଥମ ଡିଏନଏ ଆଧାରିତ ଟିକା ହୋଇଥିବା ବେଳେ ଏହାକୁ ଟିକାକରଣରେ ସାମିଲ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡିର ଆଉ ୧ କୋଟି ଡୋଜ୍‌ ପାଇଁ ଅର୍ଡର ଦେଇଛନ୍ତି ଭାରତ ସରକାର। ଏଥିପାଇଁ ସରକାର ଟିକା ପ୍ରସ୍ତୁତ କରିଥିବା କମ୍ପାନୀକୁ ଡୋଜ୍‌ ପିଛା ୨୬୫ ଟଙ୍କା ଦେବେ। ଏହାବାଦ ଛୁଞ୍ଚିହୀନ ଆପ୍ଲିକେଟର ପାଇଁ ଆଉ ୯୩ ଟଙ୍କା ଲାଗିବ।

ଆହୁରି ପଢ଼ନ୍ତୁ: ବିହାରର ଅଶୋକଧାମ ମନ୍ଦିରରେ ଦଳାଚକଟା, ଶ୍ରାବଣ ସୋମବାରରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଭାରତରେ ଉପଲବ୍ଧ ବିଭିନ୍ନ ଟିକା ମଧ୍ୟରୁ ଜାଇକୋଭ-ଡି ହେଉଛି ଏକମାତ୍ର ଟିକା ଯାହାକୁ କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରକ ୧୨ ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କମାନଙ୍କ ପାଇଁ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ କମ୍ପାନୀର ମାସିକ ଟିକା ଉତ୍ପାଦନ କ୍ଷମତା ୧ କୋଟି ରହିଥିଲା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଦଫାରେ ଅହମ୍ମଦାବାଦସ୍ଥିତ ଏହି କମ୍ପାନୀକୁ ୧ କୋଟି ଜାଇକୋଭ-ଡି ଟିକା ଯୋଗାଇ ଦେବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୦ ତାରିଖରେ କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରକ ଜାଇକୋଭ-ଡି ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲେ। ଏହି ଟିକାର ଗୋଟିଏ ଡୋଜ୍‌ ମୂଲ୍ୟ ସମସ୍ତ ଟିକସ ସହିତ ୩୫୮ ଟଙ୍କା ରହିଥିଲା ବେଳେ ଏଥିରେ ଟିକା ନେବା ପାଇଁ ଯନ୍ତ୍ରଣାବିହୀନ ‘ଜେଟ୍‌ ଆପ୍ଲିକେଟର(ଛୁଞ୍ଚି) ମଧ୍ୟ ସାମିଲ ରହିଛି। ଜଣେ ଏହି ଟିକା ନେବାକୁ ଚାହିଁଲେ ତିନୋଟି ଡୋଜ୍‌ ନେବାକୁ ପଡ଼ିବ। ପ୍ରତି ୨୮ ଦିନ ଅନ୍ତରରେ ଗୋଟିଏ ଲେଖାଏଁ ଡୋଜ୍‌ ନେବାକୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସଦ୍‌ଗୁରୁଙ୍କ କୈଳାସ ଯାତ୍ରା: ଆଦିଯୋଗୀଙ୍କ ‘ରହସ୍ୟମୟ ପାଠାଗାର’ରୁ ଜ୍ଞାନ ସନ୍ଧାନରେ ଆଧ୍ୟାତ୍ମିକ ଗୁରୁ

କମ୍ପାନୀ କହିଛି, କେନ୍ଦ୍ର ସରକାରଙ୍କଠାରୁ ପରାମର୍ଶ ପାଇବା ପରେ ଏହାର ଦର ଧାର୍ଯ୍ୟ କରାଯାଇଛି । ତେବେ ଟିକାକୁ ପାରମ୍ପରିକ ପଦ୍ଧତି ସିରିଞ୍ଜରେ ଦିଆଯିବ ନାହିଁ । ବିନା ଛୁଞ୍ଚିରେ ଏହାକୁ ଶିଶୁମାନେ ନେଇପାରିବେ । ତେବେ ଜାଇକୋଭ-ଡି ଟିକାକରଣ କାର୍ୟ୍ୟକ୍ରମରେ ସାମିଲ ହୋଇଥିବାରୁ ଏନେଇ କମ୍ପାନୀ ପକ୍ଷରୁ ଖୁସି ଜାହିର କରାଯାଇଛି । ଜାଇଡସ୍ କାଡିଲା ଟିକା ପାଇଁ ସରକାର ମୋଟ ୧୧୨୮ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏହାର ଗୋଟିଏ ଡୋଜ୍ ପାଇଁ ଲୋକଙ୍କୁ କେବଳ ୨୬୫ ଟଙ୍କା ଦେବାକୁ ପଡିବ ।

ଆହୁରି ପଢ଼ନ୍ତୁ: ନିଟ୍ ବିକ୍ଷୋଭରେ ପୋଲିସର ମାତ୍ରାଧିକ ବଳପ୍ରୟୋଗର ହେବ ତଦନ୍ତ: ୫ ଜଣିଆ କମିଟି ଗଠନ କଲେ ସୁପ୍ରିମକୋର୍ଟ

08 Nov 2021 By The Sakala

୧ କୋଟି ଡୋଜ୍‌ ଜାଇକୋଭ-ଡି ମଗାଇଲେ ସରକାର, ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ : ଜାଇଡସ କାଡିଲା କମ୍ପାନୀ ପ୍ରସ୍ତୁତ ତିନି ଡୋଜ୍‌ ବିଶିଷ୍ଟ କରୋନା ଟିକା ଜାଇକୋଭ-ଡି ଚଳିତ ମାସରେ ଜାତୀୟ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବ। ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଟିକା ବିଶ୍ବର ପ୍ରଥମ ଡିଏନଏ ଆଧାରିତ ଟିକା ହୋଇଥିବା ବେଳେ ଏହାକୁ ଟିକାକରଣରେ ସାମିଲ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡିର ଆଉ ୧ କୋଟି ଡୋଜ୍‌ ପାଇଁ ଅର୍ଡର ଦେଇଛନ୍ତି ଭାରତ ସରକାର। ଏଥିପାଇଁ ସରକାର ଟିକା ପ୍ରସ୍ତୁତ କରିଥିବା କମ୍ପାନୀକୁ ଡୋଜ୍‌ ପିଛା ୨୬୫ ଟଙ୍କା ଦେବେ। ଏହାବାଦ ଛୁଞ୍ଚିହୀନ ଆପ୍ଲିକେଟର ପାଇଁ ଆଉ ୯୩ ଟଙ୍କା ଲାଗିବ।

ଭାରତରେ ଉପଲବ୍ଧ ବିଭିନ୍ନ ଟିକା ମଧ୍ୟରୁ ଜାଇକୋଭ-ଡି ହେଉଛି ଏକମାତ୍ର ଟିକା ଯାହାକୁ କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରକ ୧୨ ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କମାନଙ୍କ ପାଇଁ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ କମ୍ପାନୀର ମାସିକ ଟିକା ଉତ୍ପାଦନ କ୍ଷମତା ୧ କୋଟି ରହିଥିଲା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଦଫାରେ ଅହମ୍ମଦାବାଦସ୍ଥିତ ଏହି କମ୍ପାନୀକୁ ୧ କୋଟି ଜାଇକୋଭ-ଡି ଟିକା ଯୋଗାଇ ଦେବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୦ ତାରିଖରେ କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରକ ଜାଇକୋଭ-ଡି ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲେ। ଏହି ଟିକାର ଗୋଟିଏ ଡୋଜ୍‌ ମୂଲ୍ୟ ସମସ୍ତ ଟିକସ ସହିତ ୩୫୮ ଟଙ୍କା ରହିଥିଲା ବେଳେ ଏଥିରେ ଟିକା ନେବା ପାଇଁ ଯନ୍ତ୍ରଣାବିହୀନ ‘ଜେଟ୍‌ ଆପ୍ଲିକେଟର(ଛୁଞ୍ଚି) ମଧ୍ୟ ସାମିଲ ରହିଛି। ଜଣେ ଏହି ଟିକା ନେବାକୁ ଚାହିଁଲେ ତିନୋଟି ଡୋଜ୍‌ ନେବାକୁ ପଡ଼ିବ। ପ୍ରତି ୨୮ ଦିନ ଅନ୍ତରରେ ଗୋଟିଏ ଲେଖାଏଁ ଡୋଜ୍‌ ନେବାକୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ କହିଛି, କେନ୍ଦ୍ର ସରକାରଙ୍କଠାରୁ ପରାମର୍ଶ ପାଇବା ପରେ ଏହାର ଦର ଧାର୍ଯ୍ୟ କରାଯାଇଛି । ତେବେ ଟିକାକୁ ପାରମ୍ପରିକ ପଦ୍ଧତି ସିରିଞ୍ଜରେ ଦିଆଯିବ ନାହିଁ । ବିନା ଛୁଞ୍ଚିରେ ଏହାକୁ ଶିଶୁମାନେ ନେଇପାରିବେ । ତେବେ ଜାଇକୋଭ-ଡି ଟିକାକରଣ କାର୍ୟ୍ୟକ୍ରମରେ ସାମିଲ ହୋଇଥିବାରୁ ଏନେଇ କମ୍ପାନୀ ପକ୍ଷରୁ ଖୁସି ଜାହିର କରାଯାଇଛି । ଜାଇଡସ୍ କାଡିଲା ଟିକା ପାଇଁ ସରକାର ମୋଟ ୧୧୨୮ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏହାର ଗୋଟିଏ ଡୋଜ୍ ପାଇଁ ଲୋକଙ୍କୁ କେବଳ ୨୬୫ ଟଙ୍କା ଦେବାକୁ ପଡିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର