ବଢୁଛି ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା: ତାଇୱାନ୍ ସୀମାରେ ଚୀନର ପ୍ରସ୍ତୁତି

The Sakala Picture
Published On

ନୂଆଦିଲ୍ଲୀ: ବିସ୍ତାରବାଦ ନୀତିକୁ ନେଇ ଚୀନ୍ ଏବେ ସାରା ବିଶ୍ୱ ପାଇଁ ବିପଦ ପାଲଟିଛି। ଭାରତ ସମେତ ତାଇୱାନ ଏବଂ ଅନ୍ୟ କିଛି ରାଷ୍ଟ୍ର ପାଇଁ ଚୀନ୍ ବିପଦ ସୃଷ୍ଟି କରିଥିବା ବେଳେ ଯେକୌଣସି ସମୟରେ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭାରତୀୟ ସୀମାରେ ଚୀନ ବିପୁଳ ସଂଖ୍ୟାରେ ସେନା ଠୁଳ କରିବା ସହିତ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ବଢାଇବାରେ ଲାଗିଛି। ଠିକ୍ ସେହିପରି ତାଇୱାନ ସୀମାରେ ମଧ୍ୟ ଚୀନ୍‌ର ପିଏଲଏ […]

ନୂଆଦିଲ୍ଲୀ: ବିସ୍ତାରବାଦ ନୀତିକୁ ନେଇ ଚୀନ୍ ଏବେ ସାରା ବିଶ୍ୱ ପାଇଁ ବିପଦ ପାଲଟିଛି। ଭାରତ ସମେତ ତାଇୱାନ ଏବଂ ଅନ୍ୟ କିଛି ରାଷ୍ଟ୍ର ପାଇଁ ଚୀନ୍ ବିପଦ ସୃଷ୍ଟି କରିଥିବା ବେଳେ ଯେକୌଣସି ସମୟରେ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭାରତୀୟ ସୀମାରେ ଚୀନ ବିପୁଳ ସଂଖ୍ୟାରେ ସେନା ଠୁଳ କରିବା ସହିତ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ବଢାଇବାରେ ଲାଗିଛି। ଠିକ୍ ସେହିପରି ତାଇୱାନ ସୀମାରେ ମଧ୍ୟ ଚୀନ୍‌ର ପିଏଲଏ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ଟ୍ୟାଙ୍କ ନିୟୋଜିତ କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କିତ କିଛି ଭିଡିଓ ଭାଇରାଲ ହେବା ପରେ ଏଭଳି ଆଶଙ୍କା ବଢିଛି। ଚୀନ୍‌ର ଏଭଳି ଆଭିମୁଖ୍ୟକୁ ନେଇ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ବଢିଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ବିଶେଷକରି ତାଇୱାନକୁ ପୂର୍ଣ୍ଣ ଦଖଲ କରିବା ପାଇଁ ଚୀନ୍ କିଛି ବି କରିପାରେ ବୋଲି କୁହାଯାଉଥିବା ବେଳେ ଏହି କାରଣରୁ ବିଶ୍ବର ବୃହତ ଶକ୍ତିମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହିତ ଏହା ଯୁଦ୍ଧ ପାଇଁ ବାଟ କାଢିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ହଂଙ୍କର ଜଣେ ସରକାରୀ ଅଧିକାରୀ ଏଲିନ୍ ଚାଙ୍ଗଙ୍କ କହିବା ଅନୁଯାୟୀ, ଚୀନ୍‌ର ଯୁଦ୍ଧ ପ୍ରସ୍ତୁତି ସମ୍ପର୍କିତ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଚୀନ ସେନା ବଡ଼ ବଡ ଟ୍ରକରେ ଟ୍ୟାଙ୍କର ପରିବହନ କରୁଥିବା ଦେଖିବାକୁ ମିଳିଛି । ଚୀନ କମ୍ୟୁନିଷ୍ଟ ପାର୍ଟିଶତ ବାର୍ଷିକୀ ଅବସରରେ ତାଇୱାନକୁ ପୁଣି ଥରେ ଶାସନାଧୀନ କରିବାକୁ ଚୀନ ସରକାର ଉଦ୍ୟମ କରୁଛନ୍ତି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର