‘ଅରୁଣାଚଳ ପ୍ରଦେଶ ନିକଟ ବିବାଦୀୟ ଅଞ୍ଚଳରେ ଗ୍ରାମ ସ୍ଥାପନ କରୁଛି ଚୀନ୍’- ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ

The Sakala Picture
Published On

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଉତ୍ତେଜନା ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଭାରତ ସୀମା ସଂଲଗ୍ନ ବିବାଦୀୟ ଅଞ୍ଚଳରେ ଚୀନ୍ ଏହାର ଗ୍ରାମ ସ୍ଥାପନ କରୁଛି। ପେଣ୍ଟାଗନ୍ ରିପୋର୍ଟରେ‌ ଅରୁଣାଚଳ ପ୍ରଦେଶ ନିକଟରେ ଥିବା ବିବାଦୀୟ ଅଞ୍ଚଳରେ ୧୦୦ ଘର ବିଶିଷ୍ଟ ଏକ ଗାଁକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଆମେରିକା କଂଗ୍ରେସ (ସଂସଦ) କୁ ଦାଖଲ କରିଥିବା ରିପୋର୍ଟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ୍) ​​ଭାରତ […]

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଉତ୍ତେଜନା ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଭାରତ ସୀମା ସଂଲଗ୍ନ ବିବାଦୀୟ ଅଞ୍ଚଳରେ ଚୀନ୍ ଏହାର ଗ୍ରାମ ସ୍ଥାପନ କରୁଛି। ପେଣ୍ଟାଗନ୍ ରିପୋର୍ଟରେ‌ ଅରୁଣାଚଳ ପ୍ରଦେଶ ନିକଟରେ ଥିବା ବିବାଦୀୟ ଅଞ୍ଚଳରେ ୧୦୦ ଘର ବିଶିଷ୍ଟ ଏକ ଗାଁକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଆମେରିକା କଂଗ୍ରେସ (ସଂସଦ) କୁ ଦାଖଲ କରିଥିବା ରିପୋର୍ଟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ୍) ​​ଭାରତ ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉପରେ ଚୀନ୍‌ର ବଢୁଥିବା ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରିଛି। ‘ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟସ୍ ଇନଭଲ୍ଭିଂ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା -୨୦୨୧’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ଏହି ଭିତ୍ତିଭୂମି ଯୋଗୁଁ ଭାରତ ସରକାରଙ୍କ ଚିନ୍ତା ବଢିଯାଇଛି । କିନ୍ତୁ ଚୀନ୍ ଓଲଟି ଏଲ୍ଏସି ଉପରେ ଭାରତର ନିର୍ମାଣ କାର୍ଯ୍ୟକୁ ଦାୟୀ କରିଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ବର୍ତ୍ତମାନ ପେଣ୍ଟାଗନ୍ ରିପୋର୍ଟ ଉପରେ ଭାରତ ସରକାର କିମ୍ବା ଭାରତୀୟ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ପେଣ୍ଟାଗନ୍‌ର ଏହି ୧୯୨ ପୃଷ୍ଠାର ରିପୋର୍ଟରେ ଚୀନ୍‌ର ବଢୁଥିବା ସାମରିକ ଶକ୍ତି ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ଏଥିରେ ଚୀନ୍‌ର ଆଣବିକ ଅସ୍ତ୍ରଠାରୁ ଆରମ୍ଭ କରି ପିଏଲ୍ଏ (ନୌସେନା) ର ଯୁଦ୍ଧ ଜାହାଜ ଏବଂ ତାଇୱାନ ଉପରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଚୀନ୍‌ର ଅଙ୍କୁଶ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର