ମନି ଲଣ୍ଡରିଂ ମାମଲା: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

The Sakala Picture
Published On

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଦେଶମୁଖଙ୍କୁ ଅଧିକ ୯ ଦିନ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ୧୨ ଘଣ୍ଟାର ପଚରାଉଚରା ପରେ ଗତ ସୋମବାର ରାତିରେ ଦେଶମୁଖଙ୍କୁ ଇଡି ଗିରଫ କରିଥିଲା । ମଙ୍ଗଳବାର କୋର୍ଟ ଦେଶମୁଖଙ୍କୁ […]

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଦେଶମୁଖଙ୍କୁ ଅଧିକ ୯ ଦିନ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

୧୨ ଘଣ୍ଟାର ପଚରାଉଚରା ପରେ ଗତ ସୋମବାର ରାତିରେ ଦେଶମୁଖଙ୍କୁ ଇଡି ଗିରଫ କରିଥିଲା । ମଙ୍ଗଳବାର କୋର୍ଟ ଦେଶମୁଖଙ୍କୁ ୬ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ । କେବଳ ଦେଶମୁଖ ନୁହେଁ ଏହି ମାମଲାରେ ଇଡି କୁନ୍ଦନ ସିନ୍ଧେ ଏବଂ ସଞ୍ଜୀବ ପାଲାଣ୍ଡେଙ୍କୁ ମଧ୍ୟ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ହୋମଗାର୍ଡ ଡିଜି କରାଯାଇଥିଲା । ଏହାପରେ ପରମବୀରଙ୍କ ଏକ ଚିଠି ପଦାକୁ ଆସିଥିଲା । ଚିଠିଟି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଚିଠିରେ ସେ ଦାବି କରିଥିଲେ ଯେ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ ସଚିନ୍ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିଥିଲେ । ଏହାସହ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଦେଶମୁଖ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

୫ ଥର ସମନ ପରେ ଗତ ସୋମବାର ଇଡିରେ ହାଜର ହୋଇଥିଲେ ଦେଶମୁଖ । ଗୃହମନ୍ତ୍ରୀ ଥିବା ବେଳେ ଦେଶମୁଖ ପଦବୀର ଅପବ୍ୟବହାର କରି ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିବା ଓ ତାଙ୍କୁ ବରଖାସ୍ତ କରିବା, ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରୁ ୪.୭୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନେଇ ଇଡି ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

06 Nov 2021 By The Sakala

ମନି ଲଣ୍ଡରିଂ ମାମଲା: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଦେଶମୁଖଙ୍କୁ ଅଧିକ ୯ ଦିନ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

୧୨ ଘଣ୍ଟାର ପଚରାଉଚରା ପରେ ଗତ ସୋମବାର ରାତିରେ ଦେଶମୁଖଙ୍କୁ ଇଡି ଗିରଫ କରିଥିଲା । ମଙ୍ଗଳବାର କୋର୍ଟ ଦେଶମୁଖଙ୍କୁ ୬ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ । କେବଳ ଦେଶମୁଖ ନୁହେଁ ଏହି ମାମଲାରେ ଇଡି କୁନ୍ଦନ ସିନ୍ଧେ ଏବଂ ସଞ୍ଜୀବ ପାଲାଣ୍ଡେଙ୍କୁ ମଧ୍ୟ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ହୋମଗାର୍ଡ ଡିଜି କରାଯାଇଥିଲା । ଏହାପରେ ପରମବୀରଙ୍କ ଏକ ଚିଠି ପଦାକୁ ଆସିଥିଲା । ଚିଠିଟି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଚିଠିରେ ସେ ଦାବି କରିଥିଲେ ଯେ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ ସଚିନ୍ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିଥିଲେ । ଏହାସହ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଦେଶମୁଖ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ।

୫ ଥର ସମନ ପରେ ଗତ ସୋମବାର ଇଡିରେ ହାଜର ହୋଇଥିଲେ ଦେଶମୁଖ । ଗୃହମନ୍ତ୍ରୀ ଥିବା ବେଳେ ଦେଶମୁଖ ପଦବୀର ଅପବ୍ୟବହାର କରି ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିବା ଓ ତାଙ୍କୁ ବରଖାସ୍ତ କରିବା, ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରୁ ୪.୭୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନେଇ ଇଡି ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର