ପୁଣି ଗୋଟିଏ ହଷ୍ଟେଲରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ

The Sakala Picture
Published On

ମୁମ୍ବାଇ: ପୁଣି ଥରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ୨୩ ହଜାର ଟପିଛି। ଦେଶର ମୋଟ ଦୈନିକ ସଂକ୍ରମଣର ଅଧାରୁ ଅଧିକ ଆକ୍ରାନ୍ତ ମାହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ଏହିଭିତରେ ଲାଠୁରର ଏମଆଇଡିସି ଅଞ୍ଚଳରେ ଥିବା ଗୋଟିଏ ହଷ୍ଟେଲର ୪୪ ଜଣ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାର ମାସକ ପୂର୍ବରୁ ଏହି ସମାନ ହଷ୍ଟେଲର ୪୭ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସହରର ଉପକଣ୍ଠରେ […]

ମୁମ୍ବାଇ: ପୁଣି ଥରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ୨୩ ହଜାର ଟପିଛି। ଦେଶର ମୋଟ ଦୈନିକ ସଂକ୍ରମଣର ଅଧାରୁ ଅଧିକ ଆକ୍ରାନ୍ତ ମାହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ଏହିଭିତରେ ଲାଠୁରର ଏମଆଇଡିସି ଅଞ୍ଚଳରେ ଥିବା ଗୋଟିଏ ହଷ୍ଟେଲର ୪୪ ଜଣ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଏହାର ମାସକ ପୂର୍ବରୁ ଏହି ସମାନ ହଷ୍ଟେଲର ୪୭ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସହରର ଉପକଣ୍ଠରେ ଥିବା ଗୋଟିଏ ଇଂରାଜୀ ମିଡିୟମ ସ୍କୁଲ ନିକଟରେ ଏହି ହଷ୍ଟେଲଟି ରହିଛି। ଏଠାରେ ୮ମରୁ ୧୦ମ ଶ୍ରେଣୀର ପିଲାମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ , ଶିକ୍ଷାର୍ଥୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ସେହିପରି ହଷ୍ଟେଲକୁ ବିଶୋଧନ କରାଯିବା ସହ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର