ଡିସେମ୍ବର ପହିଲାରୁ ମହଙ୍ଗା ହେବ ଟିଭିଦେଖା ! ଜାଣନ୍ତୁ କେଉଁ ଚ୍ୟାନେଲ ନେବେ କେତେ ଅଧିକ ଟଙ୍କା….

The Sakala Picture
Published On

ନୂଆଦିଲ୍ଲୀ: ଆଗକୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । କାରଣ ଆସନ୍ତା ଡିସେମ୍ବର ପହିଲାଠାରୁ ଟିଭି ଚ୍ୟାନେଲ ପ୍ରଣାରଣକାରୀମାନେ କିଛି ମନୋନୀତ ଚ୍ୟାନେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହାଫଳରେ ଗ୍ରାହକଙ୍କ ପାଇଁ ଟିଭି ଦେଖିବା ମହଙ୍ଗା ହେବ | ତେଣୁ ଡିସେମ୍ବର ମାସ ପ୍ରାରମ୍ଭରୁ ଦର୍ଶକଙ୍କୁ ଏହି ମନୋନୀତ ଚ୍ୟାନେଲଗୁଡିକ ପାଇଁ ୫୦ ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡିବ। ଦେଶର ପ୍ରମୁଖ ପ୍ରସାରଣ ନେଟୱାର୍କ ଜୀ, ଷ୍ଟାର, ସୋନୀ, […]

ନୂଆଦିଲ୍ଲୀ: ଆଗକୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । କାରଣ ଆସନ୍ତା ଡିସେମ୍ବର ପହିଲାଠାରୁ ଟିଭି ଚ୍ୟାନେଲ ପ୍ରଣାରଣକାରୀମାନେ କିଛି ମନୋନୀତ ଚ୍ୟାନେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହାଫଳରେ ଗ୍ରାହକଙ୍କ ପାଇଁ ଟିଭି ଦେଖିବା ମହଙ୍ଗା ହେବ | ତେଣୁ ଡିସେମ୍ବର ମାସ ପ୍ରାରମ୍ଭରୁ ଦର୍ଶକଙ୍କୁ ଏହି ମନୋନୀତ ଚ୍ୟାନେଲଗୁଡିକ ପାଇଁ ୫୦ ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡିବ। ଦେଶର ପ୍ରମୁଖ ପ୍ରସାରଣ ନେଟୱାର୍କ ଜୀ, ଷ୍ଟାର, ସୋନୀ, ଭାଏକମ୍ ୧୮ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ର ପ୍ରସ୍ତାବିତ ବୁକେ ତାଲିକାରୁ ସେମାନଙ୍କ କିଛି ଚ୍ୟାନେଲକୁ ବାଦ୍ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଏହି ଚ୍ୟାନେଲଗୁଡିକ ଦେଖିବା ପାଇଁ ୫୦ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିପାରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଷ୍ଟାରପ୍ଲସ୍‌, କଲର୍ସ, ସୋନୀ ଏବଂ ଜୀ ଭଳି ଚ୍ୟାନେଲଗୁଡିକ ପାଇଁ ଦର୍ଶକଙ୍କୁ ପୂର୍ବ ତୁଳନାରେ ୩୫ ରୁ ୫୦ ପ୍ରତିଶତ ଅର୍ଥ ଅଧିକ ଦେବାକୁ ପଡିବ । ବର୍ତ୍ତମାନ ଏହି ଚ୍ୟାନେଲଗୁଡିକର ହାରାହାରି ମୂଲ୍ୟ ମାସକୁ ୪୯ ଟଙ୍କା, ଯାହାକୁ ମାସକୁ ୬୯ ଟଙ୍କାକୁ ବୃଦ୍ଧି କରାଯାଇପାରିବ। ସେହିଭଳି ସୋନୀ ପାଇଁ ଗ୍ରାହକଙ୍କୁ ୩୯ ଟଙ୍କା ବଦଳରେ ମାସକୁ ୭୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅପରପକ୍ଷେ ଜୀ ଟିଭି ପାଇଁ ୩୯ ଟଙ୍କା ବଦଳରେ ୪୯ ଟଙ୍କା ଏବଂ ଭାୟାକମ୍‌ ୧୮ ଚ୍ୟାନେଲ ପାଇଁ ମାସିକ ୨୫ ଟଙ୍କା ବଦଳରେ ୩୯ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ନୂଆ ଟାରିଫ୍ ବା ଶୁକ୍ଳ ଅର୍ଡର ଲାଗୁ କରାଯିବା ହେତୁ ଗ୍ରାହକଙ୍କ ଲାଗି ଟିଭି ଦେଖିବା ମହଙ୍ଗା ହେବାକୁ ଯାଉଛି। ଟ୍ରାଇ ଚ୍ୟାନେଲଗୁଡ଼ିକର ମୂଲ୍ୟ ସମ୍ବନ୍ଧରେ ମାର୍ଚ୍ଚ ୨୦୨୧ ରେ ଏକ ନୂତନ ଶୁଳ୍କ ଅର୍ଡର (ଏନ୍‌ଟିଓ) ଜାରି କରିଥିଲା । ଏନ୍‌ଟିଓ ୨.୦ ସହିତ ଦର୍ଶକମାନେ କେବଳ ସେହି ଚ୍ୟାନେଲଗୁଡିକ ଚୟନ କେବଳ କରି ଦେୟ ଦେବାକୁ ସମର୍ଥ ହେବେ ଯାହାକୁ ସେମାନେ ଦେଖିବାକୁ ଚାହାଁନ୍ତି। ତେବେ ସମସ୍ୟା ହେଉଛି ଯେ, ଯେଉଁ ଚ୍ୟାନେଲଗୁଡିକର ମାସିକ ମୂଲ୍ୟ ପ୍ରସାରଣ ନେଟୱାର୍କ ଦ୍ଵାରା ୧୫-୨୫ ଟଙ୍କା ମଧ୍ୟରେ ରଖାଯାଇଥିଲା, ଟ୍ରାଇର ନୂତନ ଶୁଳ୍କ ଅର୍ଡର ଯୋଗୁଁ ତାହା ସର୍ବନିମ୍ନ ୧୨ ଟଙ୍କା ସ୍ଥିର କରାଯାଇଥିଲା। ଯେଉଁଥିପାଇଁ ଟଙ୍କା ପ୍ରସାରଣକାରୀ ଚ୍ୟାନେଲଗୁଡିକୁ କ୍ଷତି ହେଉଥିଲା। ଏଥିପାଇଁ କିଛି ଲୋକପ୍ରିୟ ଚ୍ୟାନେଲର ମୂଲ୍ୟ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ନ୍ୟୁୟର୍କରେ ତୀବ୍ର ବିରୋଧର ଶିକାର ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲାଗିଲା 'ଚୋର' ପୋଷ୍ଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର