ଟ୍ରମ୍ପ ଲଞ୍ଚ କରିବେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’

The Sakala Picture
Published On

ୱାଶିଂଟନ୍‌ : ପୁଣି ସୋସିଆଲ ମିଡିଆରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଣ୍ଟ୍ରି । ବିଭିନ୍ନ ସୋସିଆଲ ମିଡିଆ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପରେ ‘ଟ୍ରୁଥ ସୋସିଆଲରେ କମବ୍ୟାକ୍‌ କରିବାକୁ ଯାଉଛନ୍ତି ଟ୍ରମ୍ପ । ଏହା ତାଙ୍କର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯାହାକି ଟ୍ବିଟର ଭଳି କାମ କରିବ । ଏଥିରେ ୟୁଜର୍ସ ନିଜ ମତାମତ, ଫଟୋ ଓ ଭିଡିଓ ସେୟାର କରି ପାରିବେ । Former US President Donald […]

ୱାଶିଂଟନ୍‌ : ପୁଣି ସୋସିଆଲ ମିଡିଆରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଣ୍ଟ୍ରି । ବିଭିନ୍ନ ସୋସିଆଲ ମିଡିଆ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପରେ ‘ଟ୍ରୁଥ ସୋସିଆଲରେ କମବ୍ୟାକ୍‌ କରିବାକୁ ଯାଉଛନ୍ତି ଟ୍ରମ୍ପ । ଏହା ତାଙ୍କର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯାହାକି ଟ୍ବିଟର ଭଳି କାମ କରିବ । ଏଥିରେ ୟୁଜର୍ସ ନିଜ ମତାମତ, ଫଟୋ ଓ ଭିଡିଓ ସେୟାର କରି ପାରିବେ ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି


ଟ୍ରମ୍ପ ତାଙ୍କ ବିବୃତିରେ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଏବଂ ଏହାର ‘ଟ୍ରୁଥ୍ ସୋସିଆଲ୍’ ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ଼ ବୈଷୟିକ କମ୍ପାନିଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବା। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯେଉଁଠି ଟ୍ୱିଟରରେ ସାଧାରଣ ଲୋକଙ୍କ ସମେତ ତାଲିବାନର ମଧ୍ୟ ବହୁତ ଉପସ୍ଥିତି ରହିଛି। ତଥାପି ଆପଣମାନଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତି ଏହା ଦେଖି ବି ଚୁପ୍ ରହିଛନ୍ତି। ଏହା ଗ୍ରହଣୀୟ ନୁହେଁ। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ ଲଞ୍ଚ ନେଇ ଘୋଷଣା କରିବା ଅବସରରେ  ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଉପରେ ମଧ୍ୟ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ଟ୍ୱିଟରରେ ତାଲିବାନର ବଢୁଥିବା ଉପସ୍ଥିତି ସ୍ପଷ୍ଟ ଭାବେ ଦେଖାଯାଉଛି। ଏହା ସତ୍ୱେ ଆପଣଙ୍କର ପ୍ରିୟ ରାଷ୍ଟ୍ରପତି ଜୋ ବିଡେନ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି।  ଡୋନାଲ୍ଡ ଟ୍ରମ୍ପ ଗତ ନିର୍ବାଚନରେ ବିଡେନଙ୍କଠୁ ହାରିଥିଲେ। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ସେ ପୁଣି ବିଡେନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଶ୍ୱାସ ରହିଛି। ଏହାକୁ ଦୃଷ୍ଟିରେ ରଖି ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସକ୍ରିୟ କରିଛନ୍ତି।

ସୂଚନାଯୋଗ୍ୟ ଗତ ଜାନୁଆରୀ ୬ ରେ ୟୁଏସ କ୍ୟାପିଟାଲ ଉପରେ ଆକ୍ରମଣ ପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ସହ ଉତ୍ତେଜନାମୂଳକ ଭାଷଣ ଦେଇଥିବାରୁ ଟ୍ରମ୍ପଙ୍କୁ ଫେସବୁକ୍ ଏବଂ ଟ୍ବିଟର ଭଳି ଅନ୍ୟ ସୋସିଆଲ ମିଡ଼ିଆମାନେ ଜାନୁଆରୀ ୨୧ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରିଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର