ସୁରଟ ପ୍ୟାକେଜିଂ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୨ ମୃତ, ୧୨୫ ଉଦ୍ଧାର

The Sakala Picture
Published On

ଗୁଜୁରାଟ: ଆଜି ସକାଳେ ଗୁଜରାଟର ସୁରଟରେ କାଡୋଡୋରାସ୍ଥିତ ଏକ ପ୍ୟାକେଜିଂ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ୧୨୫ ରୁ ଅଧିକ ଶ୍ରମିକଙ୍କୁ ହାଇଡ୍ରୋଲିକ୍ ଲିଫ୍ଟ ଦ୍ୱାରା ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି।  ଜୀବନ ବଞ୍ଚାଇବା ପାଇଁ ମଧ୍ଯ କିଛି ଲୋକ ବିଲଡିଂରୁ ଡେଇଁପଡିଥିବା ଅଭିଯୋଗ ହୋଇଛି। […]

ଗୁଜୁରାଟ: ଆଜି ସକାଳେ ଗୁଜରାଟର ସୁରଟରେ କାଡୋଡୋରାସ୍ଥିତ ଏକ ପ୍ୟାକେଜିଂ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ୧୨୫ ରୁ ଅଧିକ ଶ୍ରମିକଙ୍କୁ ହାଇଡ୍ରୋଲିକ୍ ଲିଫ୍ଟ ଦ୍ୱାରା ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି।  ଜୀବନ ବଞ୍ଚାଇବା ପାଇଁ ମଧ୍ଯ କିଛି ଲୋକ ବିଲଡିଂରୁ ଡେଇଁପଡିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ପୁଲିସ କହିଛି ଯେ, କାଡୋଡୋରା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଏହି ଘଟଣାରେ କିଛି କର୍ମଚାରୀ ମଧ୍ୟ ଜଳି ଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଡୋଡୋର ପୁଲିସ ଅଧିକାରୀ ହେମନ୍ତ ପଟେଲ କହିଛନ୍ତି ଯେ,  ଉକ୍ତ ପ୍ୟାକେଜିଂ କମ୍ପାନୀରେ ସକାଳ ସମୟରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପ୍ରଥମ ମହଲାରେ ଆରମ୍ଭ ହୋଇ ପରେ ଅନ୍ଯ ମହଲାକୁ ବ୍ଯାପିଯାଇଥିଲା ।  ବିଲଡିଂ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କ୍ରେନ୍ ବ୍ୟବହାର କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ଥାନା ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

18 Oct 2021 By The Sakala

ସୁରଟ ପ୍ୟାକେଜିଂ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୨ ମୃତ, ୧୨୫ ଉଦ୍ଧାର

ଗୁଜୁରାଟ: ଆଜି ସକାଳେ ଗୁଜରାଟର ସୁରଟରେ କାଡୋଡୋରାସ୍ଥିତ ଏକ ପ୍ୟାକେଜିଂ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ୧୨୫ ରୁ ଅଧିକ ଶ୍ରମିକଙ୍କୁ ହାଇଡ୍ରୋଲିକ୍ ଲିଫ୍ଟ ଦ୍ୱାରା ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି।  ଜୀବନ ବଞ୍ଚାଇବା ପାଇଁ ମଧ୍ଯ କିଛି ଲୋକ ବିଲଡିଂରୁ ଡେଇଁପଡିଥିବା ଅଭିଯୋଗ ହୋଇଛି।

ପୁଲିସ କହିଛି ଯେ, କାଡୋଡୋରା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଏହି ଘଟଣାରେ କିଛି କର୍ମଚାରୀ ମଧ୍ୟ ଜଳି ଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଡୋଡୋର ପୁଲିସ ଅଧିକାରୀ ହେମନ୍ତ ପଟେଲ କହିଛନ୍ତି ଯେ,  ଉକ୍ତ ପ୍ୟାକେଜିଂ କମ୍ପାନୀରେ ସକାଳ ସମୟରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପ୍ରଥମ ମହଲାରେ ଆରମ୍ଭ ହୋଇ ପରେ ଅନ୍ଯ ମହଲାକୁ ବ୍ଯାପିଯାଇଥିଲା ।  ବିଲଡିଂ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କ୍ରେନ୍ ବ୍ୟବହାର କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ଥାନା ଅଧିକାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର