ଭାରତରେ ବଢୁଛି ରାନ୍‌ସମ୍‌ୱେର୍ ଆକ୍ରମଣ: ଜାଣନ୍ତୁ ରାନ୍‌ସମ୍‌ୱେର୍ କ’ଣ ଓ ଏହି ଆକ୍ରମଣର ପ୍ରଥମ ଶିକାର କିଏ ହୋଇଥିଲେ….

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଏବେ ବଢ଼ିବାରେ ଲାଗିଛି ରାନ୍‌ସମ୍‌ୱେର୍ ଆକ୍ରମଣ । ସର୍ଜି ଇଞ୍ଜିନ୍ ଗୁଗୁଲ୍ ଦେଇଛି ଏହି ରିପାର୍ଟ। ଗୁଗୁଲ ଗତ ଦେଢ଼ ବର୍ଷ ମଧ୍ୟରେ ସଂଗୃହୀତ ୮୦ ନିୟୁତରୁ ଅଧିକ ରାନ୍‌ସମ୍‌ୱେର୍ ନମୂନାର ବିଶ୍ଳେଷଣ ଦ୍ବାରା ସର୍ବାଧିକ ପ୍ରଭାବିତ ୧୪୦ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଆକ୍ରମଣର ଶିବାର କ୍ଷେତ୍ରରେ ଇସ୍ରାଏଲ୍ ବିଶ୍ୱରେ ସବୁଠାରୁଆଗରେ ରହିଛି। ଇସ୍ରାଏଲ୍‌ରେ ରାନ୍‌ସମ୍‌ୱେର୍ ଆକ୍ରମଣରେ ପ୍ରାୟ ୬୦୦% ବୃଦ୍ଧି ହୋଇଛି। ରାନ୍‌ସମ୍‌ୱେର୍ ଆକ୍ରମଣ ଯୋଗୁ ବିଶ୍ବରେ ସର୍ବାଧିକ […]

ନୂଆଦିଲ୍ଲୀ: ଭାରତରେ ଏବେ ବଢ଼ିବାରେ ଲାଗିଛି ରାନ୍‌ସମ୍‌ୱେର୍ ଆକ୍ରମଣ । ସର୍ଜି ଇଞ୍ଜିନ୍ ଗୁଗୁଲ୍ ଦେଇଛି ଏହି ରିପାର୍ଟ। ଗୁଗୁଲ ଗତ ଦେଢ଼ ବର୍ଷ ମଧ୍ୟରେ ସଂଗୃହୀତ ୮୦ ନିୟୁତରୁ ଅଧିକ ରାନ୍‌ସମ୍‌ୱେର୍ ନମୂନାର ବିଶ୍ଳେଷଣ ଦ୍ବାରା ସର୍ବାଧିକ ପ୍ରଭାବିତ ୧୪୦ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଆକ୍ରମଣର ଶିବାର କ୍ଷେତ୍ରରେ ଇସ୍ରାଏଲ୍ ବିଶ୍ୱରେ ସବୁଠାରୁଆଗରେ ରହିଛି। ଇସ୍ରାଏଲ୍‌ରେ ରାନ୍‌ସମ୍‌ୱେର୍ ଆକ୍ରମଣରେ ପ୍ରାୟ ୬୦୦% ବୃଦ୍ଧି ହୋଇଛି। ରାନ୍‌ସମ୍‌ୱେର୍ ଆକ୍ରମଣ ଯୋଗୁ ବିଶ୍ବରେ ସର୍ବାଧିକ ୧୦ ପ୍ରଭାବିତ ଦେଶ ତାଲିକାରେ ଇସ୍ରାଏଲ୍ ପଛକୁ ଦକ୍ଷିଣ କୋରିଆ, ଭିଏତନାମ, ଚୀନ୍, ସିଙ୍ଗାପୁର, ଭାରତ, କାଜାଖସ୍ତାନ, ଫିଲିପାଇନ୍ସ, ଇରାନ ଏବଂ ବ୍ରିଟେନ ଭଳି ଦେଶ ରହିଛନ୍ତି। ଭାଇରସ୍ ଟୋଟାଲ୍ ଦ୍ବାରା ବିଗତ ଦେଢ଼ ବର୍ଷର ନମୂନାରୁ ସଂଗୃହୀତ ରିପୋର୍ଟକୁ ଅଧାର କରି ଗୁଗୁଲ୍ ଏହି ଗବେଷଣା ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

ଭାଇରସ୍ ଟୋଟାଲ୍ ହେଉଛି ଏକ ସାଇବର ସୁରକ୍ଷା କମ୍ପାନୀ ଯାହା ଗୁଗୁଲ୍ କ୍ଲାଉଡ୍ ପ୍ଲାଟଫର୍ମ (ଜିସିପି)ର ଅଂଶ ଅଟେ। ଏହା ଜୁନ୍ ୨୦୦୪ ରେ ଆରମ୍ଭ କରାଯାଇଥିଲା, ଗୁଗୁଲ୍ ଏହାକୁ ସେପ୍ଟେମ୍ବର ୨୦୧୨ରେ ଅକ୍ତିଆର କରିଥିଲା। ଭାଇରସ୍ ଟୋଟାଲ୍ ମୁଖ୍ୟ ଡିଆଇଜି କହିଛନ୍ତି ଯେ, ୨୦୨୦ ର ପ୍ରଥମ ଦୁଇ ତ୍ରୈମାସରେ ରାନ୍‌ସମ୍‌ୱେର୍ – ଏସ୍-ସର୍ଭିସ୍ ଗ୍ରୁପ୍ ଗ୍ରେଣ୍ଡକ୍ରାବ କାରଣରୁ ସର୍ବାଧିକ ରାନ୍‌ସମ୍‌ୱେର୍ ଆକ୍ରମଣ ଦେଖିବାକୁ ମିଳିଥିଲା। ୨୦୨୦ରେ ଅତିକମରେ ବିଶ୍ବର ୧୩୦ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ରାନ୍‌ସମ୍‌ୱେର୍ ସକ୍ରିୟ ଥିଲ ଏବଂ ୨୦୨୧ର ପ୍ରଥାମର୍ଦ୍ଧରେ ୩୦,୦୦୦ ଗୋଷ୍ଠୀ ମାଲୱେର ମିଳିଥିଲା। ଯାହା ସମାନ ଭାବରେ ଦେଖାଯାଉଥିଲା ଓ କାରର୍ଯ୍ଯ କାରୁଥିଲା । ଏଥିମଧ୍ଯରୁ ୧୦୦ଟି ରାନ୍‌ସମ୍‌ୱେର୍ ରହିଛି ଯାହାର କାର୍ଯ୍ୟକଳାପ କେବେ ବନ୍ଦ ହୁଏ ନାହିଁ। ସେଥିରେ ଆକ୍ରମଣକାରୀମାନେ ବିଭିନ୍ନ ପ୍ରକାରର ପଦ୍ଧତି ବ୍ୟବହାର କରୁଛନ୍ତି, ଯେପରିକି ଜଣାଶୁଣା ବଟନେଟ୍ ମାଲୱେର ଏବଂ ଅନ୍ୟାନ୍ୟ ରିମୋଟ୍ ଆକ୍‌ସେସ୍ ଟ୍ରୋଟ୍ରୋଜାନ୍‌ ସେମାନଙ୍କ ମୁକ୍ତି ସଫ୍ଟୱେରକୁ ଯଥାସମ୍ଭବ ଲୋକଙ୍କ ନିକଟରେ ବିସ୍ତାର କରିବାକୁ। ଅଧିକାଂଶ କ୍ଷେତ୍ରରେ  ସେମାନେ ନୂତନ ରାନ୍‌ସମ୍‌ୱେର୍ ନମୁନା ବ୍ୟବହାର କରିଥାନ୍ତି।

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

ତଥାପି ଗୁଗୁଲ କହିଛି ଯେ, ଏହାର ଗୁଗୁଲ୍ କ୍ରୋମ୍ ଓ ଏସକ୍ଲାଉଡ ଡିଭାଇସ୍ ପ୍ରଥମ ପ୍ଲାଟଫର୍ମରେ କୌଣସି ବୃତ୍ତି, ଶିକ୍ଷା କିମ୍ବା ଗ୍ରାହକଙ୍କ କ୍ରୋମ୍ ଓଏସ୍ ଡିଭାଇସ୍ ଉପରେ କୌଣସି ରାନ୍‌ସମ୍‌ୱେର୍‌ ଆକ୍ରମଣ ହୋଇନାହିଁ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ରାନ୍‌ସମ୍‌ୱେର୍ କ’ଣ ?

ରାନସମୱେର୍ ହେଉଛି ଏକ ପ୍ରକାର ମାଲୱେର୍ ଯାହା ଆପଣଙ୍କ କମ୍ପ୍ୟୁଟରରେ ପ୍ରବେଶ କରେ ଏବଂ ଆକ୍ସେସ୍ କରିଥାଏ। ଏହା ଆପଣଙ୍କର ସମସ୍ତ ଫାଇଲ୍ ଏନକ୍ରିପ୍ଟ କର | ତଥ୍ୟ ଫେରସ୍ତ ଏବଂ ଆକ୍ସେସ୍ ବଦଳରେ ଅର୍ଥ ଦାବି କରିଥାଏ। ସହଜ ଭାଷାରେ ଏହାକୁ ଅପହରଣ ବୋଲି ବୁଝା ଯାଇଥାଏ। ଅନ୍‌ଲାଇନ୍‌ରେ ଜଣେ ଡକାୟତ ଆପଣଙ୍କର ସିଷ୍ଟମ ଏବଂ ତଥ୍ୟକୁ କାବୁ କରିଥାଏ ଏବଂ ଏହାର ପ୍ରତିବଦଳରେ ମୁକ୍ତି ପାଇଁ ଦାବି କରେ । ଏହାପରେ ସେ ହୁଏତ ଆପଣଙ୍କର ତଥ୍ୟ ଫେରସ୍ତ କରିପାରେ କିମ୍ବା ନଷ୍ଟ କରିପାରେ।

ରାନ୍‌ସମ୍‌ୱେର୍‌ ଆକ୍ରମଣର ପ୍ରଥମ ଘଟଣା

ବେକର୍ସ ହସ୍ପିଟାଲ୍ ରିଭ୍ୟୁ ୱେବସାଇଟ୍ ଅନୁଯାୟୀ, ବିଶ୍ବରେ ୧୯୮୯ରେ ପ୍ରଥମ ରାନ୍‌ସମ୍‌ୱେର୍ ଆକ୍ରମଣ ହୋଇଥିଲା। ଏହାକୁ ଏଡସ୍ ଗବେଷକ ଯୋସେଫ୍ ପୋପ୍ଟ ଦ୍ବାରା କରାଯାଇଥିଲା। ଜୋସେଫ ବିଶ୍ବର ୯୦ ଦେଶରେ ୨୦ ହଜାର ଫ୍ଲପି ଡିସ୍କ ବଣ୍ଟନ କରିଥିଲେ। ସେ କହିଛନ୍ତି ଯେ, ଏହି ଡିସ୍କରେ ଏଡସର ବିପଦ ବିଷୟରେ ବିଶ୍ଳେଷଣ ରହିଛି। ଡିସ୍କରେ ଏକ ମାଲୱେର୍ ପ୍ରୋଗ୍ରାମ୍ ମଧ୍ୟ ରହିଥିଲା, ଯାହା ସେହି ସମସ୍ତ କମ୍ପ୍ୟୁଟରରେ ସକ୍ରିୟ ହୋଇଗଲା। ତଥ୍ୟ ବଦଳରେ ୧୮୯ ଡଲାରର ଅର୍ଥ ଦାବି କରାଯାଇଥିଲା। ଏହି ରାନ୍‌ସମ୍‌ୱେର୍ ଆକ୍ରମଣ ଏଡସ୍ ଟ୍ରୋଜାନ୍ ନାମରେ ଜଣାଶୁଣା।

ଭାରତର ସବୁଠୁ ବଡ ରାନ୍‌ସମ୍‌ୱେର୍ ଆକ୍ରମଣ

ମେ ୨୦୧୭ ରେ, ୱାନାକ୍ରାଇ ରାନ୍‌ସମ୍‌ୱେର୍ ଆକ୍ରମଣ ହୋଇଥିଲା। ଏହାର ପ୍ରଭାବରେ ୨ ଲକ୍ଷରୁ ଅଧିକ କମ୍ପ୍ୟୁଟର ସିଷ୍ଟମ ପ୍ରଭାବିତ ହୋଇଥିଲା। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଥିଲା। ହ୍ୟାକରମାନେ କମ୍ପ୍ୟୁଟର ସିଷ୍ଟମକୁ ଲକ୍ କରି ୩୦୦ ରୁ ୬୦୦ ଡଲାର ଜମା କରିବାକୁ କହିଥିଲେ। ଆକ୍ରମଣରେ ଆମେରିକାର ସ୍ବାସ୍ଥ୍ୟ ସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା । ୨୨ ମାର୍ଚ୍ଚ ୨୦୧୮ର ଘଟଣାରେ ପଞ୍ଚକୁଲାରେ ଅବସ୍ଥିତ ଉତ୍ତର ହରିୟାଣା ବିଦ୍ୟୁତ୍ ବିତରଣକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟର କମ୍ପ୍ୟୁଟରରେ ଏକ ବାର୍ତ୍ତା ଫ୍ଲାସ୍‌ ହୋଇଥିଲା। ସେଥ୍ରେି ଲେଖାଯାଇଥିଲା ଯେ, ଆପଣଙ୍କର ସିଷ୍ଟମ ହ୍ୟାକ୍ ହୋଇଛି। ଏହାର ପ୍ରତିବଦଳରେ ବିଟ୍ କଏନ୍‌ରେ ଜମା କରିବାକୁ ୧ କୋଟି ଟଙ୍କା ଦାବି କରାଯାଇଥିଲା। ଅବଶ୍ୟ, ନିଗମ ଏକ ସପ୍ତାହ ମଧ୍ୟରେ ସିଷ୍ଟମକୁ ପୁଣିଥରେ ସଂସ୍ଥାପିତ କରିପାରିଥିଲା। ଏଥିରେ ଡାଟା ଫେରସ୍ତ ପାଇଁ କୌଣସି ଆଲୋଚନା କରାଯାଇ ନ ଥିଲା। ସେହିଭଳି ଏପ୍ରିଲ ୨୦୧୯ରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଦ୍ୟୁତ୍ ୟୁଟିଲିଟି ଉପରେ ଏକ ରାନ୍‌ସମ୍‌ୱେର୍ ଆକ୍ରମଣ ହୋଇଥିଲା। ଏହି କାରଣରୁ ହ୍ୟାକରମାନେ ସେମାନଙ୍କର ସିଷ୍ଟମ ଉପରେ ନିୟନ୍ତ୍ରଣ କରିଥିଲେ, ଫଳରେ ଅନେକ ପ୍ରକାରର ସେବା ପ୍ରଭାବିତ ହୋଇଥିଲା।

18 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର