ଡରାଉଛି କରୋନା; ମାର୍ଚ୍ଚ ୧୫ରୁ ୨୧ ନାଗପୁର ଲକଡାଉନ, ଜରୁରୀ ସେବାକୁ ଅନୁମତି

The Sakala Picture
Published On

ନାଗପୁର: ପୁଣି କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ଏହକୁ ନଜରରେ ରଖି ମହାରାଷ୍ଟ୍ରରେ ରାଜ୍ୟ ସରକାର ନାଗପୁର ସହରକୁ ସମ୍ପୂର୍ଣ୍ଣ ଲକଡାଉନ କରିଛନ୍ତି। ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ପର୍ଯ୍ଯନ୍ତ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟ‌ରେ ପନିପରିବା, ଫଳ ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଭଳି ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଗତ ଏକ ମାସ ହେଲାଣି ରାଜ୍ୟରେ ସଂକ୍ରମଣ ସଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ଏକାଧିକ ଅଞ୍ଚଳକୁ ଲକଡାଉନ କରାଯାଇପାରେ। […]

ନାଗପୁର: ପୁଣି କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ଏହକୁ ନଜରରେ ରଖି ମହାରାଷ୍ଟ୍ରରେ ରାଜ୍ୟ ସରକାର ନାଗପୁର ସହରକୁ ସମ୍ପୂର୍ଣ୍ଣ ଲକଡାଉନ କରିଛନ୍ତି। ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ପର୍ଯ୍ଯନ୍ତ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟ‌ରେ ପନିପରିବା, ଫଳ ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଭଳି ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଗତ ଏକ ମାସ ହେଲାଣି ରାଜ୍ୟରେ ସଂକ୍ରମଣ ସଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ଏକାଧିକ ଅଞ୍ଚଳକୁ ଲକଡାଉନ କରାଯାଇପାରେ। କିଛି ଦିନ ମଧ୍ୟରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଗତ ୨୪ଘଣ୍ଟାରେ ସେଠାରେ ୧୮୦୦ଜଣ କରୋନା ଆକ୍ରାନ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ମହାରାଷ୍ଟ୍ରରେ ୨୪ଘଣ୍ଟା ମଧ୍ୟରେ ୧୩,୬୫୯ଜଣ କରୋନା ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ପରିସ୍ଥିତି ଦେଖି କୋଭିଡ କଟକଣା ଲଗାଇବାକୁ କହିଥିଲେ। ଏହା ପରେ ନାଗପୁରରେ ଲକଡାଉନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର