କ୍ରୁଜ ଡ୍ରଗ୍ସ ମାମଲା: ରାୟ ସଂରକ୍ଷିତ ରଖିଲେ ମୁମ୍ୱାଇ କୋର୍ଟ, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଶାହରୁଖଙ୍କ ପୁଅ ଆର୍ୟନ ଖାନ

The Sakala Picture
Published On

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିଲାନି । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅକ୍ଟୋବର ୨୦ ତାରିଖରେ କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ । ତେଣୁ ଆର୍ୟନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ଗତକାଲି ଅଧାରୁ […]

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିଲାନି । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅକ୍ଟୋବର ୨୦ ତାରିଖରେ କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ । ତେଣୁ ଆର୍ୟନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗତକାଲି ଅଧାରୁ ସ୍ଥଗିତ ରହିଥିବା ଜାମିନ ଆବେଦନ ଶୁଣାଣି ଆଜି ପୁଣି ହୋଇଥିଲା । ଏନସିବି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ଯେ ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତଙ୍କ ଆନ୍ତର୍ଜାତୀୟ ଡ୍ରଗ୍ସ କାରବାର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ମାମଲାରେ ସବୁ ଅଭିଯୁକ୍ତଙ୍କ ପରସ୍ପର ସହିତ ସମ୍ପର୍କ ଅଛି | ଅଦାଲତ ସେଗୁଡ଼ିକୁ ପୃଥକ ଭାବରେ ବିଚାର କରିପାରିବେ ନାହିଁ | ଆମ ପାଖରେ ହ୍ବାଟସଆପ୍ ଆପ୍ ଚାଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଅଛି ବୋଲି ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଅନ୍ୟପକ୍ଷରେ, ଆର୍ୟନ ଖାନଙ୍କ ପାଇଁ କେସ୍ ଲଢ଼ୁଥିବା ବରିଷ୍ଠ ଓକିଲ ଅମିତ ଦେଶାଇ ଏନସିବିର ଯୁକ୍ତିକୁ ଅବାନ୍ତର ବୋଲି ଅଭିହିତ କରିଥିଲେ ‌। ସେ ଯୁକ୍ତି କରିଥିଲେ ଯେ ଯେତେବେଳେ ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ, ତାଙ୍କୁ ଜାମିନ ସ୍ତରରେ ଦଣ୍ଡିତ କରିବା ଉଚିତ ନୁହେଁ। ଦେଶାଇ କୋର୍ଟଙ୍କୁ କହିଛନ୍ତି ଯେ ବର୍ତ୍ତମାନର ମାମଲାରେ ଅଭିଯୁକ୍ତମାନେ ଯୁବ ବୟସର ଏବଂ ସେମାନେ କୌଣସି ଡ୍ରଗ୍ସ ଡିଲର, ତସ୍କର କିମ୍ବା ଗ୍ୟାଙ୍ଗର ସଦସ୍ୟ ନୁହଁନ୍ତି। ସେମାନଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର