ସୀମାରେ ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ପ୍ରତିଦିନ ରାସ୍ତା ରୋକ କାହିଁକି ?

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ରାସ୍ତାକୁ କବ୍‌ଜା କରି ଆନ୍ଦୋଳନ ଜାରି ରଖୁଛନ୍ତି । ଏହା ଦ୍ବାରା ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ରାସ୍ତା ଖାଲି କରିବାକୁ ଚାଷୀ ସଂଗଠନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇନାହିଁ। ଏବେ ସୁପ୍ରିମକୋର୍ଟ ଏହାକୁ ନେଇ କଡା ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରତିଦିନ […]

ନୂଆଦିଲ୍ଲୀ: କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ରାସ୍ତାକୁ କବ୍‌ଜା କରି ଆନ୍ଦୋଳନ ଜାରି ରଖୁଛନ୍ତି । ଏହା ଦ୍ବାରା ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ରାସ୍ତା ଖାଲି କରିବାକୁ ଚାଷୀ ସଂଗଠନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇନାହିଁ। ଏବେ ସୁପ୍ରିମକୋର୍ଟ ଏହାକୁ ନେଇ କଡା ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରତିଦିନ ରାସ୍ତାକୁ କାହିଁକି ବନ୍ଦ କରାଯାଉଛି? କୋର୍ଟଙ୍କ ଦ୍ବାରା ପ୍ରଣୀତ ଆଇନକୁ କାର୍ଯ୍ୟକାରୀ କରିବା ନ୍ୟାୟପାଳିକାର ଦାୟିତ୍ଵ। ସୁପ୍ରିମକୋର୍ଟ ଗତ ବର୍ଷ ସାହିନବାଗ ରାସ୍ତା ବନ୍ଦ କରିବାକୁ ନେଇ କହିଥିଲେ ଯେ ସର୍ବସାଧାରଣ ସ୍ଥାନ ଏବଂ ରାସ୍ତା ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯାଇପାରିବ ନାହିଁ। ଏହି ସବୁ ସ୍ଥାନ ଖାଲି କରିବା ପ୍ରଶାସନର ଦାୟିତ୍ଵ। ରାସ୍ତା କବ୍‌ଜା କରିବା ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଗୁରୁବାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ବିକ୍ଷୋଭ ପ୍ରଦର୍ଶନକାରୀ ରାସ୍ତାକୁ ପ୍ରତିଦିନ କେମିତି ବନ୍ଦ କରିପାରିବେ? କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ବ୍ୟବସ୍ଥାକୁ ଲାଗୁ କରିବା କାର୍ଯ୍ୟପାଳିକାର ଦାୟିତ୍ଵ। ଏହି ମାମଲାରେ ଚାଷୀ ସଂଗଠନକୁ ପକ୍ଷ ଭୂକ୍ତ କରିବା ପାଇଁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସକେ କାଉଲ ଏବଂ ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟିକ ଫୋରମ କିମ୍ବା ସଂସଦରେ ଆଲୋଚନା କରି ଯେକୌଣସି ମାମଲାର ସମାଧାନ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

କିନ୍ତୁ ଦୀର୍ଘ ଦିନ ପାଇଁ ରାସ୍ତାକୁ କେମିତି ବନ୍ଦ କରାଯାଇପାରିବ । ଏହା କେବେ ଶେଷ ହେବ  ? ନୋଏଡାର ଜଣେ ମହିଳାଙ୍କ ପକ୍ଷରୁ ଦାଏର ମାମଲର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀ କହିଛନ୍ତି ଯେ, ଦିଲ୍ଲୀ ସୀମାରେ ୟୁପି ଫାଟକ  ନିକଟରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ନୋଏଡାରୁ ଦିଲ୍ଲୀ ପହଞ୍ଚିବା ପାଇଁ ୨୦ ମିନିଟ ପରିବର୍ତ୍ତେ ୨ ଘଣ୍ଟା ସମୟ ଲାଗୁଛି। ଏହା ଏକ ଖରାପ ସ୍ବପ୍ନ ଭଳି। ମାମଲାର ଶୁଣାଣି ସମୟରେ ସରକାର ଏ ବାବଦରେ କଣ କରୁଛନ୍ତି ବୋଲି କୋର୍ଟ ଅତିରିକ୍ତ ସଲିସିଟର ଜେନେରାଲ କେ ଏମ୍ ନଟରାଜଙ୍କୁ ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏହା ଉତ୍ତରରେ ନଟରାଜ କହିଥିଲେ ଯେ, ସରକାର ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଏହାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦିଆଯାଇଛି। ପରେ ଜଷ୍ଟିସ କାଉଲ କହିଛନ୍ତି ଯେ ଆମେ ଆଇନ ତିଆରି କରିପାରିବୁ।  କିନ୍ତୁ ଏହା କେମିତି ଏବଂ କିପରି ଲାଗୁ କରାଯିବ ତାହା ସରକାରଙ୍କ କାମ। କୋର୍ଟ ଆଇନକୁ ଲାଗୁ କରିପାରିବେ ନାହିଁ । ଏହି କାମ କାର୍ଯ୍ୟପାଳିକାର | କାର୍ଯ୍ୟପାଳିକା ଆଇନକୁ ଲାଗୁ କରୁ। ଏହି ମାମଲାରେ ଆମେ ଆଇନ ପ୍ରସ୍ତୁତ କଲେ ସରକାର ତାହାକୁ ଅଧିକାର କ୍ଷେତ୍ରରେ ଦଖଲ ଏବଂ କାର୍ଯ୍ୟପାଳିକା
କାମରେ ହସ୍ତକ୍ଷେପ ବୋଲି କହିବେ । ଲୋକେ ସବୁଦିନ ସମସ୍ୟାର ସମ୍ମୁଖୀନ ହୋଇପାରିବେ ନାହିଁ । ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଚାଷୀଙ୍କ ସହ ଆଲୋଚନା କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କିନ୍ତୁ ଆଲୋଚନାରେ ଭାଗ ନେବେ ନାହିଁ ବୋଲି ଚାଷୀ ସଂଗଠନ ମନା କରିଦେଇଥିଲେ। ତେଣୁ ଚାଷୀ ସଂଗଠନକୁ ପକ୍ଷ ଭୂକ୍ତ କରିବାକୁ କୋର୍ଟ ଅନୁମତି ଦିଅନ୍ତୁ । ପରେ କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ ଏବଂ ଆବେଦନ କରିବାକୁ କହିଥିଲେ। କୌଣସି ଚାଷୀ ନେତାଙ୍କୁ ପକ୍ଷଭୂକ୍ତ କରିବା ପାଇଁ ସରକାର ସ୍ବାଧୀନ। ଏଥିପାଇଁ ଶୁକ୍ରବାର ଆବେଦନ କରାଯିବ ବୋଲି ମେହେଟା କହିଥିଲେ। ଆସନ୍ତା ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

01 Oct 2021 By The Sakala

https://www.thesakala.in/national-international/how-can-highways-be-blocked-perpetually-asks-sc/article-5778
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର