ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା

The Sakala Picture
Published On

ନୂଆଦିଲ୍ଲୀ :  ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା । ‘ଆମ ଆଦମୀ କୋଭିଡ’ ଯୋଜନା ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଏଥିପାଇଁ ଆଜି ବଜେଟରେ ଦିଲ୍ଲୀ ସରକାର ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ ଟିକା ମିଳିବ । #COVID19 vaccines will be available free of cost for people of Delhi in government hospitals in the UT, we […]

ନୂଆଦିଲ୍ଲୀ :  ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା । ‘ଆମ ଆଦମୀ କୋଭିଡ’ ଯୋଜନା ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଏଥିପାଇଁ ଆଜି ବଜେଟରେ ଦିଲ୍ଲୀ ସରକାର ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ ଟିକା ମିଳିବ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଆଜି ଦିଲ୍ଲୀ ବିଧାନସଭାରେ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଏହି ସମୟରେ ମାଗଣାରେ ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ୪୫ ହଜାର ଟିକାକରଣ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯିବ ବୋଲି ମନିଷ ସିସୋଦିଆ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ ୧୬ ତାରିଖରୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଦେଶରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ  କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ମାର୍ଚ୍ଚ ୧ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କରାଯାଉଛି । ଯେଉଁଥିରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ୪୫ ବର୍ଷରୁ ଗୁରୁତର ରୋଗୀଙ୍କୁ ଟିକା ଦିଆଯାଉଛି ।

09 Mar 2021 By The Sakala

ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ :  ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା । ‘ଆମ ଆଦମୀ କୋଭିଡ’ ଯୋଜନା ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଏଥିପାଇଁ ଆଜି ବଜେଟରେ ଦିଲ୍ଲୀ ସରକାର ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ ଟିକା ମିଳିବ ।

ଆଜି ଦିଲ୍ଲୀ ବିଧାନସଭାରେ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଏହି ସମୟରେ ମାଗଣାରେ ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ୪୫ ହଜାର ଟିକାକରଣ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯିବ ବୋଲି ମନିଷ ସିସୋଦିଆ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ ୧୬ ତାରିଖରୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଦେଶରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ  କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ମାର୍ଚ୍ଚ ୧ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କରାଯାଉଛି । ଯେଉଁଥିରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ୪୫ ବର୍ଷରୁ ଗୁରୁତର ରୋଗୀଙ୍କୁ ଟିକା ଦିଆଯାଉଛି ।

https://www.thesakala.in/national-international/delhi-people-get-free-corona-vaccine/article-552
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର