ଆଫଗାନିସ୍ତାନରେ ତାଲିବାନୀ ସରକାରର ଦାୟିତ୍ୱ ସମ୍ଭାଳିବେ ମୁଲ୍ଲା ବରାଦର ଗନି

The Sakala Picture
Published On

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ନୂଆ ସରକାର ଘୋଷଣା କରିଛି ତାଲିବାନ । ଆତଙ୍କ ଭିତରେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ବେହତୁଲ୍ଲା ଅଖୁନ୍ଦଜାଦାକୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା କରାଯିବ। ତାଙ୍କ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ନୂଆ ସରକାର ଘୋଷଣା କରିଛି ତାଲିବାନ । ଆତଙ୍କ ଭିତରେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ବେହତୁଲ୍ଲା ଅଖୁନ୍ଦଜାଦାକୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା କରାଯିବ। ତାଙ୍କ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଲିବାନର ମୁଲ୍ଲା ବରାଦର ନୂତନ ସରକାରର ମୁଖିଆ ହେବେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ତାଲିବାନର ଏକ ଗଣମାଧ୍ୟ ସଂସ୍ଥାର ସୂଚନା ମୁତାବକ ମୁଲ୍ଲା ବରାଦର ଆଫଗାନିସ୍ତାନର ନୂତନ ସରକାରର କାର୍ଯ୍ୟଭାର ନିଜ ହାତକୁ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ତାଲିବାନର ଦିବଙ୍ଗତ ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ମଧ୍ୟ ସରକାରରେ ବରିଷ୍ଠ ପଦବୀରେ ରହିବେ। ମୁଲ୍ଲା ଅବଦୁଲ ଗନି ବରାଦରକୁ ୨୦୧୦ ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ କାବୁ କରି ନିଜ ଅଧିନକୁ ନେଇଥିଲେ। ଏହା ପରେ ଅବଦୁଲ ଗନିକୁ ୨୦୧୮ରେ ଛାଡ଼ିଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର