ପ୍ରଥମଥର ପାଇଁ ମୁଖ୍ୟ ତାଲିବାନୀ ନେତାଙ୍କ ବୟାନ ଜାରି: ଭାରତ ସହ ରାଜନୈତିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କ ବଜାୟ ରହିବ

The Sakala Picture
Published On

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଭାରତ ନିଜର ନୀତି ନିର୍ଦ୍ଧାରଣ କରିବାକୁ ଚିନ୍ତା କରୁଥିବା ବେଳେ ଭାରତ ସହ ବିଭିନ୍ନ କ୍ଷେତ୍ରରେ ସ୍ବାଭାବିକ ସମ୍ପର୍କ ବଜାୟ ରଖିବାକୁ ତାଲିବାନ ଆଗ୍ରହୀ ବୋଲି ଏହାର ଜଣେ ବରିଷ୍ଠ ନେତା କହିଛନ୍ତି। ଇଣ୍ଡିଆନ ମିଲିଟାରୀ ଏକାଡେମୀ(ଆଇଏମଏ)ରେ ଟ୍ରେନିଂ ନେଇଥିବା ତଥା ତାଲିବାନର ବରିଷ୍ଠ ନେତା ଭାବେ ପରିଚିତ ଶେର ମହମ୍ମଦ ଅାବାସ ସ୍ତେନେକଜାଇ ଏଭଳି ବଡ ଘୋଷଣା କରିଛନ୍ତି। ତାଲିବାନୀ ଗୋଷ୍ଠୀ ଦ୍ବାରା କାବୁଲ ଦଖଲ କରାଯିବା ପରେ […]

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଭାରତ ନିଜର ନୀତି ନିର୍ଦ୍ଧାରଣ କରିବାକୁ ଚିନ୍ତା କରୁଥିବା ବେଳେ ଭାରତ ସହ ବିଭିନ୍ନ କ୍ଷେତ୍ରରେ ସ୍ବାଭାବିକ ସମ୍ପର୍କ ବଜାୟ ରଖିବାକୁ ତାଲିବାନ ଆଗ୍ରହୀ ବୋଲି ଏହାର ଜଣେ ବରିଷ୍ଠ ନେତା କହିଛନ୍ତି। ଇଣ୍ଡିଆନ ମିଲିଟାରୀ ଏକାଡେମୀ(ଆଇଏମଏ)ରେ ଟ୍ରେନିଂ ନେଇଥିବା ତଥା ତାଲିବାନର ବରିଷ୍ଠ ନେତା ଭାବେ ପରିଚିତ ଶେର ମହମ୍ମଦ ଅାବାସ ସ୍ତେନେକଜାଇ ଏଭଳି ବଡ ଘୋଷଣା କରିଛନ୍ତି। ତାଲିବାନୀ ଗୋଷ୍ଠୀ ଦ୍ବାରା କାବୁଲ ଦଖଲ କରାଯିବା ପରେ ପ୍ରଥମଥର ପାଇଁ ଆବାସ୍‌ ଏକ ୪୬ ମିନିଟ୍‌ରେ ଭିଡିଓରେ ଏହା କହିଥିବା ବେଳେ ସଂପୃକ୍ତ ଭିଡିଓ ତାଲିବାନୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାରତ ସହିତ ରାଜନୈତିକ କ୍ଷେତ୍ର ଠାରୁ ଆରମ୍ଭ କରି ବାଣିଜ୍ୟିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ତାଲିବାନ ସମ୍ପର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି। କେବଳ ଭାରତ ନୁହେଁ, ଆଫଗାନିସ୍ତାନର ପଡୋଶୀ ରାଷ୍ଟ୍ର ଭାବେ ରୁଷିଆ, ଚୀନ ଏବଂ ପାକିସ୍ତାନ ସହ ମଧ୍ୟ ଉତ୍ତମ ସମ୍ପର୍କ ରକ୍ଷା କରାଯିବ ବୋଲି ସେ କହିଛନ୍ତି। ଏହି ଉପ ମହାଦେଶରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ତେଣୁ ରାଜନୈତିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଆମର ସମ୍ପର୍କ ବଜାୟ ରହିବ। ପାକିସ୍ତାନ ଦେଇ ଭାରତ ସହ ଆମର ବାଣିଜ୍ୟିକ କାରବାର ମଧ୍ୟ ଆଫଗାନିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହାବ୍ୟତୀତ ଆକାଶମାର୍ଗରେ ମଧ୍ୟ ଭାରତ ସହ ବାଣିଜ୍ୟିକ କାରବାର ଜାରି ରହିବ। ତେବେ ପାକିସ୍ତାନ ଦେଇ ଦ୍ବିପାକ୍ଷିକ କାରବାର ହେବ କି ନାହିଁ ତାହା ଆବାସ ସ୍ପଷ୍ଟ କରିନାହାନ୍ତି। ଭାରତ ଦ୍ବାରା ନିର୍ମାଣ କରାଯାଇଥିବା ଛାବାହାର ବନ୍ଦର ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିବା ସହିତ ସାମୁଦ୍ରିକ ପଥରେ ଭାରତ ସହ କାରବାର ପାଇଁ ଏହା ମଧ୍ୟ ଆଫଗାନିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଆବାସ କହିଥÒବା ବେଳେ ଇରାନ ସହ ସ୍ବାଭାବିକ ସମ୍ପର୍କ ରକ୍ଷା କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ଆସରଫ ଘନି ସରକାରର ପତନ ସହିତ ତାଲିବାନ କାବୁଲ ଦଖଲ କରିବା ପରେ ଏହାର ପ୍ରବକ୍ତା ସୁହେଲ ସାହିନ ପାକିସ୍ତାନ ଗଣମାଧ୍ୟମକୁ ସାକ୍ଷାତକାରଦ୍ଇେ ଭାରତ ସହ ସମ୍ପର୍କ ରକ୍ଷା କରିବା ଦିଗରେ ସୂଚନା ଦେଇଥÒଲେ। ହେଲେ ପ୍ରଥମଥର ପାଇଁ ଏହାର କୌଣସି ନେତା ନିଜ ପଟୁ ଏଭଳି ବୟାନ ରଖିଛନ୍ତି।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

30 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର