ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଦିଲ୍ଲୀର କ୍ରିଷ୍ଣା ନଗର ଅଞ୍ଚଳରେ ଥିବା ଏକ ସ୍କୁଲ ପରିସରରୁ ଜଣେ ୧୮ ବର୍ଷୀୟା ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ଦିନ ସ୍କୁଲର ସୁରକ୍ଷା କର୍ମୀ (ଗାର୍ଡ ରୁମ୍) କକ୍ଷ ପଛପଟୁ ଏହି ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରୁ ପୋଲିସ ଏକ ତିନି ପୃଷ୍ଠାର ନୋଟ୍ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ସୂଚନା ଅନୁସାରେ, ସ୍କୁଲରେ ନିଆଁ ଲାଗିଥିବା ନେଇ ପୋଲିସ କଣ୍ଟ୍ରୋଲ ରୁମ୍ (PCR) କୁ କଲ୍ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଖବର ପାଇ କୃଷ୍ଣା ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସ୍କୁଲର ଗାର୍ଡ ରୁମ୍ ପଛପଟେ ଛାତ୍ରୀ ଜଣକ ଗୁରୁତର ଭାବେ ପୋଡ଼ି ଯାଇଥିବା ଅବସ୍ଥାରେ ପଡ଼ିଥିଲେ ବୋଲି ଡେପୁଟି କମିଶନର ଅଫ୍ ପୋଲିସ (DCP) ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ପୋଲିସର ସୂଚନାନୁସାରେ, ଛାତ୍ରୀଙ୍କ ପରିବାର ଲୋକେ ତାଙ୍କ ବୟସ ୧୭ ବର୍ଷ ବୋଲି ପ୍ରକାଶ କରିଛନ୍ତି। ଘଟଣାସ୍ଥଳରୁ ଏବଂ ଛାତ୍ରୀଙ୍କ ବ୍ୟାଗରୁ ପ୍ରାଥମିକ ତଦନ୍ତ ସମୟରେ କିଛି ସାମଗ୍ରୀ ଜବତ କରାଯାଇଛି। କ୍ରାଇମ ସିନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

ପ୍ରାଥମିକ ସୂଚନା ଅନୁଯାୟୀ, ଛାତ୍ରୀଙ୍କ ନିକଟରୁ ଏକ ତିନି ପୃଷ୍ଠାର ନୋଟ୍ ଜବତ କରାଯାଇଛି। ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ଛାତ୍ରୀ ଜଣକ ନିଜ ସହିତ ବୋତଲରେ କୌଣସି ରାସାୟନିକ ପଦାର୍ଥ, ସମ୍ଭବତଃ ପେଟ୍ରୋଲ ସ୍କୁଲକୁ ଆଣିଥିଲେ। ତେବେ ପୋଲିସ ନିଜର ଅଫିସିଆଲ୍ ବିବୃତ୍ତିରେ ଏହି ସବୁ ତଥ୍ୟକୁ ସ୍ପଷ୍ଟ କରିନାହିଁ। ଜବତ ହୋଇଥିବା ନୋଟରେ କଣ ଲେଖାଯାଇଛି ଏବଂ ମିଳିଥିବା ସାମଗ୍ରୀର ପ୍ରକୃତି ସମ୍ପର୍କରେ ମଧ୍ୟ ପୋଲିସ କୌଣସି ତଥ୍ୟ ସାର୍ବଜନୀନ କରିନାହିଁ। 

ଡିସିପି କହିଛନ୍ତି ଯେ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ତାର ତଦନ୍ତ କରାଯାଉଛି। ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ କିପରି ଅଛି ଏବଂ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ, ସେ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣକୁ ଆଧାର କରି ପୋଲିସ ତଦନ୍ତକୁ ଜୋରଦାର କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର