ବିଶ୍ବର ସଫଳତମ ସିଇଓ : ମାସକୁ ଆୟ ୪୬୦ କୋଟି ଟଙ୍କା

The Sakala Picture
Published On

ନ୍ୟୁୟର୍କ : କଥାରେ ଅଛି ଜଣେ ନିଷ୍ଠାବାନ ଏବଂ ସଫଳ ଉଦ୍ୟୋଗୀଙ୍କ ହାତରେ ଅନେକ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ଆଉ ନିଷ୍ଠାବିହୀନ ଏବଂ ଦୂରଦୃଷ୍ଟି ନଥିବା ବ୍ୟକ୍ତିଙ୍କ ହାତରେ ଅନେକ ସମ୍ଭାବନା ମଧ୍ୟ କ୍ଷୟ ହୋଇଯାଏ। ତେବେ ବିଶ୍ବର ସଫଳ ଉଦ୍ୟୋଗୀଙ୍କ କ୍ଷେତ୍ରରେ ଏବେ ଆମେରିକୀୟ କମ୍ପାନୀ ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଟିମ୍‌ କୁକ୍‌ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ନିଷ୍ଠା ଏବଂ ଅଦ୍ୟମ ସହଯୋଗକୁ ନେଇ ଆପଲ କର୍ପୋରେସନର ମାନ ଓ ବ୍ୟାବସାୟିକ ସଫଳତା […]

ନ୍ୟୁୟର୍କ : କଥାରେ ଅଛି ଜଣେ ନିଷ୍ଠାବାନ ଏବଂ ସଫଳ ଉଦ୍ୟୋଗୀଙ୍କ ହାତରେ ଅନେକ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ଆଉ ନିଷ୍ଠାବିହୀନ ଏବଂ ଦୂରଦୃଷ୍ଟି ନଥିବା ବ୍ୟକ୍ତିଙ୍କ ହାତରେ ଅନେକ ସମ୍ଭାବନା ମଧ୍ୟ କ୍ଷୟ ହୋଇଯାଏ। ତେବେ ବିଶ୍ବର ସଫଳ ଉଦ୍ୟୋଗୀଙ୍କ କ୍ଷେତ୍ରରେ ଏବେ ଆମେରିକୀୟ କମ୍ପାନୀ ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଟିମ୍‌ କୁକ୍‌ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ନିଷ୍ଠା ଏବଂ ଅଦ୍ୟମ ସହଯୋଗକୁ ନେଇ ଆପଲ କର୍ପୋରେସନର ମାନ ଓ ବ୍ୟାବସାୟିକ ସଫଳତା ଇତିମଧ୍ୟରେ କେଇଗୁଣ ବୃଦ୍ଧି ପାଇଥିଲା ବେଳେ ଟିମ୍‌ ବ୍ୟକ୍ତିଗତ ଭାବେ ମଧ୍ୟ ବହୁଗୁଣ ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଟିମ୍‌ଙ୍କ ମାସିକ କିମ୍ବା ବାର୍ଷିକ ଆୟ କଥା ଶୁଣିଲେ ଯେକୌଣସି ବ୍ୟକ୍ତି ହତବାକ୍‌ ହୋଇପଡ଼ିବେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ନଇମ୍ କାସିମ୍‌ଙ୍କ ପୁତୁରା ଅଲି ୟୁସୁଫ୍ ହର୍ଶି ନିହତ

କିନ୍ତୁ ବ୍ଲମବର୍ଗ ନ୍ୟୁଜ୍‌ ରିପୋର୍ଟ ଅନୁସାରେ ଟିମ୍‌ ଚଳିତବର୍ଷ ତାଙ୍କ କମ୍ପାନୀର ସଫଳତାକୁ ନେଇ ଯେତିକି ଆୟ କରିଛନ୍ତି ତାହା ବିଶ୍ବସ୍ତରର ସମସ୍ତ ସିଇଓଙ୍କ ତୁଳନାରେ ସବୁଠୁ ଅଧିକ। ଚଳିତବର୍ଷ ଟିମ୍‌ ନିଜର ଦରମା ବାବଦରେ ଆପଲ କର୍ପୋରେସନ୍‌ର ଶେୟାର ସୂତ୍ରରୁ ପାଇଛନ୍ତି ୭୫୦ ମିଳିୟନ ଡଲାର। ଭାରତୀୟ ଟଙ୍କା ହିସାବରେ ଏହା ପ୍ରାୟ ୫୫୦୦ କୋଟି ଟଙ୍କା। ଅର୍ଥାତ୍‌ ଟିମ୍‌ ମାସକୁ ଆୟ କରିଛନ୍ତି ୪୬୦ କୋଟି ଟଙ୍କା। ଟିମ୍‌ ମାତ୍ର ୧୦ ବର୍ଷ ତଳେ ଏହି କମ୍ପାନୀରେ ଯୋଗ ଦେଇ ଏହାର ଦାୟିତ୍ବ ନେଇଥିଲା ବେଳେ ଏହି ସମୟ ମଧ୍ୟରେ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇବା ସହିତ ବ୍ୟାବସାୟିକ କ୍ଷେତ୍ରରେ ମଧ୍ୟ ବହୁ ଉପରକୁ ଯାଇପାରିଛି। ଯଦ୍ବାରା କମ୍ପାନୀ ଲାଭବାନ ହେବା ସହିତ ବ୍ୟକ୍ତିଗତ ଭାବେ ଟିମ୍‌ ମଧ୍ୟ ଲାଭବାନ ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍

ଆପଲ୍‌ରେ ଟିମ୍‌ଙ୍କ ପ୍ରାୟ ୫ ନିୟୁତ ଶେୟାର ରହିଥିଲା ବେଳେ କମ୍ପାନୀର ଉନ୍ନତ ଆର୍ଥିକ ଫଳାଫଳକୁ ନେଇ ଟିମ୍‌ଙ୍କ ଶେୟାର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି। ଯଦ୍ବାରା ତାଙ୍କର ବାର୍ଷିକ ଆୟ ମଧ୍ୟ ବଢିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ, ଆପଲ କର୍ପୋରେସନର ପ୍ରତିଷ୍ଠାତା ଷ୍ଟିଭ୍‌ ଜବସ୍‌ଙ୍କ ଠାରୁ ୨୦୧୧ ଅଗଷ୍ଟ ୨୪ରେ ଟିମ୍‌ କମ୍ପାନୀର ଦାୟିତ୍ବ ନେଇଥିଲେ। ଆମେରିକାର ଏସ୍‌ ଆଣ୍ଡ ପି ୫୦୦ ଷ୍ଟକ୍‌ ଏକ୍ସଜେଞ୍ଜରେ ଆପଲ୍‌ର ଶେୟାର ମୂଲ୍ୟ ଯେଭଳି ରହିବ ଟିମ୍‌ଙ୍କ ଦରମା ସେହି ଅନୁସାରେ ସ୍ଥିର ହେବ ବୋଲି ସେତେବେଳେ ଚୁକ୍ତି ହୋଇଥିଲାା। କିନ୍ତୁ ଟିମ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଯୋଗ ଦେବା ପରେ କମ୍ପାନୀର ଆର୍ଥିକ ଦିଗ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ବିଗତ ୧୦ ବର୍ଷ ମଧ୍ୟରେ କମ୍ପାନୀର ଶେୟାର ମୂଲ୍ୟ ୧୨୦୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ବିଗତ ୩ ବର୍ଷ ମଧ୍ୟରେ ଷ୍ଟକ୍‌ ସୂତ୍ରରୁ କମ୍ପାନୀକୁ ୧୯୧.୮୩ ପ୍ରତିଶତ ଲାଭ ମିଳିପାରିଛି। ସେହିପରି ଆପଲ୍‌ର ବଜାର ପୁଞ୍ଜି(ଏମ୍‌-କ୍ୟାପ୍‌) ମଧ୍ୟ ବର୍ତ୍ତମାନ ୨୫୦୦ ବିଲିୟନ ଡଲାରରେ ପହଞ୍ଚିଛି। ସେହି ଅନୁସାରେ ଟିମ୍‌ଙ୍କ ଆୟ ମଧ୍ୟ ବୃଦ୍ଧିପାଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ଟିମ୍‌ଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୧.୫ ବିଲିୟନ ଡଲାର ବା ୧୧ ହଜାର ୩୮ କୋଟି ଟଙ୍କାରେ ପହଞ୍ଚିଛି। ତେବେ ନିଜର ମୃତ୍ୟୁ ପୂର୍ବରୁ ଟିମ୍‌ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଦେବେ ବୋଲି କହିଥିଲା ବେଳେ ଗତ ସପ୍ତାହରେ ସେ ପ୍ରାୟ ୭୫ କୋଟି ଟଙ୍କା ଦାନ କରିସାରିଥିବା ଜଣାପଡ଼ିଛି।

28 Aug 2021 By The Sakala

ବିଶ୍ବର ସଫଳତମ ସିଇଓ : ମାସକୁ ଆୟ ୪୬୦ କୋଟି ଟଙ୍କା

ନ୍ୟୁୟର୍କ : କଥାରେ ଅଛି ଜଣେ ନିଷ୍ଠାବାନ ଏବଂ ସଫଳ ଉଦ୍ୟୋଗୀଙ୍କ ହାତରେ ଅନେକ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ଆଉ ନିଷ୍ଠାବିହୀନ ଏବଂ ଦୂରଦୃଷ୍ଟି ନଥିବା ବ୍ୟକ୍ତିଙ୍କ ହାତରେ ଅନେକ ସମ୍ଭାବନା ମଧ୍ୟ କ୍ଷୟ ହୋଇଯାଏ। ତେବେ ବିଶ୍ବର ସଫଳ ଉଦ୍ୟୋଗୀଙ୍କ କ୍ଷେତ୍ରରେ ଏବେ ଆମେରିକୀୟ କମ୍ପାନୀ ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଟିମ୍‌ କୁକ୍‌ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ନିଷ୍ଠା ଏବଂ ଅଦ୍ୟମ ସହଯୋଗକୁ ନେଇ ଆପଲ କର୍ପୋରେସନର ମାନ ଓ ବ୍ୟାବସାୟିକ ସଫଳତା ଇତିମଧ୍ୟରେ କେଇଗୁଣ ବୃଦ୍ଧି ପାଇଥିଲା ବେଳେ ଟିମ୍‌ ବ୍ୟକ୍ତିଗତ ଭାବେ ମଧ୍ୟ ବହୁଗୁଣ ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଟିମ୍‌ଙ୍କ ମାସିକ କିମ୍ବା ବାର୍ଷିକ ଆୟ କଥା ଶୁଣିଲେ ଯେକୌଣସି ବ୍ୟକ୍ତି ହତବାକ୍‌ ହୋଇପଡ଼ିବେ।

କିନ୍ତୁ ବ୍ଲମବର୍ଗ ନ୍ୟୁଜ୍‌ ରିପୋର୍ଟ ଅନୁସାରେ ଟିମ୍‌ ଚଳିତବର୍ଷ ତାଙ୍କ କମ୍ପାନୀର ସଫଳତାକୁ ନେଇ ଯେତିକି ଆୟ କରିଛନ୍ତି ତାହା ବିଶ୍ବସ୍ତରର ସମସ୍ତ ସିଇଓଙ୍କ ତୁଳନାରେ ସବୁଠୁ ଅଧିକ। ଚଳିତବର୍ଷ ଟିମ୍‌ ନିଜର ଦରମା ବାବଦରେ ଆପଲ କର୍ପୋରେସନ୍‌ର ଶେୟାର ସୂତ୍ରରୁ ପାଇଛନ୍ତି ୭୫୦ ମିଳିୟନ ଡଲାର। ଭାରତୀୟ ଟଙ୍କା ହିସାବରେ ଏହା ପ୍ରାୟ ୫୫୦୦ କୋଟି ଟଙ୍କା। ଅର୍ଥାତ୍‌ ଟିମ୍‌ ମାସକୁ ଆୟ କରିଛନ୍ତି ୪୬୦ କୋଟି ଟଙ୍କା। ଟିମ୍‌ ମାତ୍ର ୧୦ ବର୍ଷ ତଳେ ଏହି କମ୍ପାନୀରେ ଯୋଗ ଦେଇ ଏହାର ଦାୟିତ୍ବ ନେଇଥିଲା ବେଳେ ଏହି ସମୟ ମଧ୍ୟରେ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇବା ସହିତ ବ୍ୟାବସାୟିକ କ୍ଷେତ୍ରରେ ମଧ୍ୟ ବହୁ ଉପରକୁ ଯାଇପାରିଛି। ଯଦ୍ବାରା କମ୍ପାନୀ ଲାଭବାନ ହେବା ସହିତ ବ୍ୟକ୍ତିଗତ ଭାବେ ଟିମ୍‌ ମଧ୍ୟ ଲାଭବାନ ହୋଇପାରିଛନ୍ତି।

ଆପଲ୍‌ରେ ଟିମ୍‌ଙ୍କ ପ୍ରାୟ ୫ ନିୟୁତ ଶେୟାର ରହିଥିଲା ବେଳେ କମ୍ପାନୀର ଉନ୍ନତ ଆର୍ଥିକ ଫଳାଫଳକୁ ନେଇ ଟିମ୍‌ଙ୍କ ଶେୟାର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି। ଯଦ୍ବାରା ତାଙ୍କର ବାର୍ଷିକ ଆୟ ମଧ୍ୟ ବଢିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ, ଆପଲ କର୍ପୋରେସନର ପ୍ରତିଷ୍ଠାତା ଷ୍ଟିଭ୍‌ ଜବସ୍‌ଙ୍କ ଠାରୁ ୨୦୧୧ ଅଗଷ୍ଟ ୨୪ରେ ଟିମ୍‌ କମ୍ପାନୀର ଦାୟିତ୍ବ ନେଇଥିଲେ। ଆମେରିକାର ଏସ୍‌ ଆଣ୍ଡ ପି ୫୦୦ ଷ୍ଟକ୍‌ ଏକ୍ସଜେଞ୍ଜରେ ଆପଲ୍‌ର ଶେୟାର ମୂଲ୍ୟ ଯେଭଳି ରହିବ ଟିମ୍‌ଙ୍କ ଦରମା ସେହି ଅନୁସାରେ ସ୍ଥିର ହେବ ବୋଲି ସେତେବେଳେ ଚୁକ୍ତି ହୋଇଥିଲାା। କିନ୍ତୁ ଟିମ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଯୋଗ ଦେବା ପରେ କମ୍ପାନୀର ଆର୍ଥିକ ଦିଗ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।

ବିଗତ ୧୦ ବର୍ଷ ମଧ୍ୟରେ କମ୍ପାନୀର ଶେୟାର ମୂଲ୍ୟ ୧୨୦୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ବିଗତ ୩ ବର୍ଷ ମଧ୍ୟରେ ଷ୍ଟକ୍‌ ସୂତ୍ରରୁ କମ୍ପାନୀକୁ ୧୯୧.୮୩ ପ୍ରତିଶତ ଲାଭ ମିଳିପାରିଛି। ସେହିପରି ଆପଲ୍‌ର ବଜାର ପୁଞ୍ଜି(ଏମ୍‌-କ୍ୟାପ୍‌) ମଧ୍ୟ ବର୍ତ୍ତମାନ ୨୫୦୦ ବିଲିୟନ ଡଲାରରେ ପହଞ୍ଚିଛି। ସେହି ଅନୁସାରେ ଟିମ୍‌ଙ୍କ ଆୟ ମଧ୍ୟ ବୃଦ୍ଧିପାଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ଟିମ୍‌ଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୧.୫ ବିଲିୟନ ଡଲାର ବା ୧୧ ହଜାର ୩୮ କୋଟି ଟଙ୍କାରେ ପହଞ୍ଚିଛି। ତେବେ ନିଜର ମୃତ୍ୟୁ ପୂର୍ବରୁ ଟିମ୍‌ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଦେବେ ବୋଲି କହିଥିଲା ବେଳେ ଗତ ସପ୍ତାହରେ ସେ ପ୍ରାୟ ୭୫ କୋଟି ଟଙ୍କା ଦାନ କରିସାରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର