ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

Madhusudan Das Picture
Published On

ନୂଆଦିଲ୍ଲୀ: ଫ୍ରାନ୍ସରେ ଶାମୋଣ୍ଡା ଭାଇରସ୍‌ (Shamonda virus) ଆତଙ୍କ। ପୂର୍ବରୁ ମୁଖ୍ୟତଃ ପ୍ରାଣୀଙ୍କୁ ସଂକ୍ରମିତ କରୁଥିବା ଏହି ଭାଇରସ୍‌ ପ୍ରଥମ ଥର ପାଇଁ ଜଣେ ମଣିଷ ଶରୀରରେ ଚିହ୍ନଟ ହୋଇଛି। ପୂର୍ବରୁ କେବଳ ପଶୁମାନଙ୍କୁ ସଂକ୍ରମିତ କରୁଥିବା ଏହି ଭାଇରସରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିଙ୍କର ଅକ୍ଟୋବର ଆରମ୍ଭରେ ମୃତ୍ୟୁ ଘଟିଥିବା ଫରାସୀ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଯୁଦ୍ଧବିମାନ ପ୍ରଡକ୍ସନ୍ ସମସ୍ୟାର ତୁରନ୍ତ ସମାଧାନ ଜରୁରୀ: ଆଇଏଏଫ୍‌ର ସ୍କ୍ୱାଡ୍ରନ୍ ବୃଦ୍ଧି ଉପରେ ଗୁରୁତ୍ୱ

ମୃତକ ଜଣକ ପୂର୍ବରୁ ଏକ ଗୁରୁତର ରୋଗରେ ପୀଡ଼ିତ ଥିଲେ ଏବଂ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଦୁର୍ବଳ ଥିଲା। ଫ୍ରାନ୍ସର କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଏହା ଏକ ଅସାଧାରଣ ଘଟଣା ଏବଂ ବର୍ତ୍ତମାନ ସାଧାରଣ ଜନତାଙ୍କ ପାଇଁ ଏଥିରୁ କୌଣସି ବିପଦ ନାହିଁ। ଆଜି ପର୍ଯ୍ୟନ୍ତ ଏହି ଭାଇରସ୍ ମଣିଷକୁ ସଂକ୍ରମିତ କରିପାରେ ବୋଲି ବିଶ୍ୱାସ କରାଯାଉ ନଥିଲା। ରୋଗୀର ମୃତ୍ୟୁ ପୂର୍ବରୁ ଦେଖାଦେଇଥିବା ମସ୍ତିଷ୍କ ଜନିତ ଜଟିଳତା ଶାମୋଣ୍ଡା ଭାଇରସ୍ ସଂକ୍ରମଣ ସହିତ ଜଡିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ପୂର୍ବ ଫ୍ରାନ୍ସରେ ଏକ କୀଟ କାମୁଡ଼ିବା କାରଣରୁ ରୋଗୀ ଜଣକ ସଂକ୍ରମିତ ହୋଇଥାଇପାରନ୍ତି। ବିଶେଷ କରି କ୍ୟୁଲିକୋଏଡସ୍ ମିଜ୍ (Culicoides midge) ନାମକ ଏକ କ୍ଷୁଦ୍ର କୀଟ ଏହି ଭାଇରସ୍ ବ୍ୟାପିବାର ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଛି। ଫରାସୀ କର୍ତ୍ତୃପକ୍ଷ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ୟୁରୋପୀୟ ସେଣ୍ଟର ଫର ଡିଜିଜ୍ ପ୍ରିଭେନ୍ସନ୍ ଆଣ୍ଡ୍ କଣ୍ଟ୍ରୋଲ୍ (ECDC) ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଏହାର ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ଶାମୋଣ୍ଡା ଭାଇରସ୍ ହେଉଛି ଏକ କୀଟବାହିତ ଭାଇରସ୍ ଯାହା ଅର୍ଥୋବୁନିଆଭାଇରସ୍ (Orthobunyavirus) ଗୋଷ୍ଠୀର ଅଟେ। ପ୍ରଥମେ ୧୯୬୦ ଦଶକର ମଧ୍ୟଭାଗରେ ନାଇଜେରିଆରେ ଏହାକୁ ଚିହ୍ନଟ କରାଯାଇଥିଲା। ଏହା ମୁଖ୍ୟତଃ ଗୃହପାଳିତ ପଶୁ, ବିଶେଷକରି ଗାଈଗୋରୁମାନଙ୍କୁ ସଂକ୍ରମିତ କରିଥାଏ। ଏହାଦ୍ୱାରା ପଶୁମାନଙ୍କଠାରେ ଜ୍ୱର, ତରଳ ଝାଡ଼ା ଏବଂ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇବା ଭଳି ଲକ୍ଷଣ ଦେଖାଯାଏ। ଚଳିତ ଗ୍ରୀଷ୍ମ ଋତୁରେ ପଶ୍ଚିମ ୟୁରୋପର ଜର୍ମାନୀ, ସୁଇଜରଲ୍ୟାଣ୍ଡ, ଫ୍ରାନ୍ସ ଏବଂ ନେଦରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଏହି ଭାଇରସ୍ ପଶୁମାନଙ୍କଠାରେ ଦେଖିବାକୁ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର