ମହିଳାଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ ତାଲିବାନ୍‌, କହିଲା ଆମ ସୈନ୍ୟ ନାରୀଙ୍କୁ ସମ୍ମାନ ନୁହେଁ କେବଳ ଅତ୍ୟାଚାର ହିଁ ଜାଣନ୍ତି

The Sakala Picture
Published On

କାବୁଲ : ତାଲିବାନ ରାଜରେ ମହିଳାଙ୍କ ଜୀବନ ଏକପ୍ରକାର ନର୍କ ସଦୃଶ୍ୟ । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର କଡା ନିୟମ ଲାଗୁ କରାଯାଇଛି । ମହିଳାମାନେ ଘରୁ ବାହାରିବେ ନାହିଁ ।ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ୟ୍ୟାଦା ଦେବା ପାଇଁ ତାଲିମ୍‌ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍‌ କହିଛି। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ ସମୁଚ୍ଚିତ ନିରାପତ୍ତା […]

କାବୁଲ : ତାଲିବାନ ରାଜରେ ମହିଳାଙ୍କ ଜୀବନ ଏକପ୍ରକାର ନର୍କ ସଦୃଶ୍ୟ । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର କଡା ନିୟମ ଲାଗୁ କରାଯାଇଛି । ମହିଳାମାନେ ଘରୁ ବାହାରିବେ ନାହିଁ ।ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ୟ୍ୟାଦା ଦେବା ପାଇଁ ତାଲିମ୍‌ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍‌ କହିଛି। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ ସମୁଚ୍ଚିତ ନିରାପତ୍ତା ବ୍ୟବସ୍ଥା ନ ହେବା ପର୍ୟ୍ୟନ୍ତ ଆଫଗାନିସ୍ତାନର କାମିକା (ବିଭିନ୍ନ କ୍ଷେତ୍ରରେ ବା ପ୍ରତିଷ୍ଠାନରେ କାର୍ଯ୍ୟରତ) ନାରୀମାନେ ଘରେ ରୁହନ୍ତୁ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ମଙ୍ଗଳବାର ଦିନ କାବୁଲ୍‌ରେ ଜବିହୁଲ୍ଲା ମୁଜାହିଦ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ମହିଳା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ଲାଗି ତାଲିବାନ୍ ବ୍ୟବସ୍ଥା କରୁଛି, କିନ୍ତୁ, ଏବେ ‘ସୁରକ୍ଷା’ ଦୃଷ୍ଟିରୁ ସେମାନେ ଘରେ ରହିବା ଆବଶ୍ୟକ। ମହିଳାଙ୍କୁ ଘରେ ରହିବାକୁ ବାଧ୍ୟ କରୁଥିବା ବେଳେ ତାଲିବାନ ଖୋଦ ମାନିଛି ତାଲିବାନୀ ସୈନ୍ୟ ନିଷ୍ଠୁର ଏବଂ କେବଳ ଅତ୍ୟାଚାର ହିଁ ଜାଣନ୍ତି। ସେମାନଙ୍କୁ ମହିଳାମାନଙ୍କୁ ସମ୍ମାନ କରିବାକୁ ନେଇ କୌଣିସି ପ୍ରଶିକ୍ଷଣ ଦିଆଯାଇ ନାହିଁ। ମହିଳାଙ୍କ ପ୍ରତି ଉଚିତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନହେବା ଯାଏଁ ମହିଳାଙ୍କୁ ଘରେ ରହିବାକୁ ପଡ଼ିବ ବୋଲି କହିଛି ତାଲିବାନର ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ମଧ୍ୟ ସେ କହିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର