କାବୁଲ ଏୟାରପୋର୍ଟକୁ ଆତଙ୍କୀ ଆକ୍ରମଣ ଆଶଙ୍କା: ଫସିରହିଥିବା ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ଆକ୍ରାମଣର ଭୟ ସୃଷ୍ଟି ହୋଇଛି। କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ […]

କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ଆକ୍ରାମଣର ଭୟ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଫାଟକ ନିକଟରୁ ତୁରନ୍ତ ଦୂରକୁ ଚାଲିଯିବାକୁ ଆମେରିକା ବୈଦେଶିକ ବିଭାଗ ନିଜ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ତାଲିବାନ ପଟୁ ଆକ୍ରମଣ ଆଶଙ୍କା ବୃଦ୍ଧି ଦୃଷ୍ଟିରୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ କାବୁଲ ବିମାନ ବନ୍ଦରର ଆବେ ଫାଟକ, ପୂର୍ବ ପଟ ଫାଟକ ଏବଂ ଉତ୍ତର ଫାଟକ ନିକଟରେ ଥିବା ଆମେରିକା ନାଗରିକ ତୁରନ୍ତ ସେହି ସମସ୍ତ ସ୍ଥାନଛାଡି ଦୂରକୁ ଚାଲିଯାଆନ୍ତୁ। କାବୁଲ ବିମାନ ବନ୍ଦରରେ ଆକ୍ରମଣ ବିପଦ ଆଶଙ୍କା ରହିଥିବାରୁ ଆମେରିକା ନାଗରିକ ସଂପ୍ରତି ବିମାନ ବନ୍ଦରକୁ ଆସନ୍ତୁ ନାହିଁ। ସେମାନଙ୍କୁ ଆମେରିକା ସରକାରଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରକୁ ଆସିବାକୁ ସୂଚନା ଦିଆନଯିବା ପର୍ଯ୍ଯନ୍ତ ସେମାନେ ସେଠାରୁ ଦୂରେଇ ରହିବା ଜରୁରୀ ହୋଇପଡିଛି। ଇତିମଧ୍ୟରେ ତାଲିବାନ ଆତଙ୍କିମାନେ କାବୁଲ ବିମାନ ବନ୍ଦର ବାହାରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବା ସହିତ ଉକ୍ତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଲୋକଙ୍କୁ ବିମାନ ବନ୍ଦର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ଯ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

26 Aug 2021 By The Sakala

କାବୁଲ ଏୟାରପୋର୍ଟକୁ ଆତଙ୍କୀ ଆକ୍ରମଣ ଆଶଙ୍କା: ଫସିରହିଥିବା ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ

କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ଆକ୍ରାମଣର ଭୟ ସୃଷ୍ଟି ହୋଇଛି।

କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଫାଟକ ନିକଟରୁ ତୁରନ୍ତ ଦୂରକୁ ଚାଲିଯିବାକୁ ଆମେରିକା ବୈଦେଶିକ ବିଭାଗ ନିଜ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ତାଲିବାନ ପଟୁ ଆକ୍ରମଣ ଆଶଙ୍କା ବୃଦ୍ଧି ଦୃଷ୍ଟିରୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ କାବୁଲ ବିମାନ ବନ୍ଦରର ଆବେ ଫାଟକ, ପୂର୍ବ ପଟ ଫାଟକ ଏବଂ ଉତ୍ତର ଫାଟକ ନିକଟରେ ଥିବା ଆମେରିକା ନାଗରିକ ତୁରନ୍ତ ସେହି ସମସ୍ତ ସ୍ଥାନଛାଡି ଦୂରକୁ ଚାଲିଯାଆନ୍ତୁ। କାବୁଲ ବିମାନ ବନ୍ଦରରେ ଆକ୍ରମଣ ବିପଦ ଆଶଙ୍କା ରହିଥିବାରୁ ଆମେରିକା ନାଗରିକ ସଂପ୍ରତି ବିମାନ ବନ୍ଦରକୁ ଆସନ୍ତୁ ନାହିଁ। ସେମାନଙ୍କୁ ଆମେରିକା ସରକାରଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରକୁ ଆସିବାକୁ ସୂଚନା ଦିଆନଯିବା ପର୍ଯ୍ଯନ୍ତ ସେମାନେ ସେଠାରୁ ଦୂରେଇ ରହିବା ଜରୁରୀ ହୋଇପଡିଛି। ଇତିମଧ୍ୟରେ ତାଲିବାନ ଆତଙ୍କିମାନେ କାବୁଲ ବିମାନ ବନ୍ଦର ବାହାରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବା ସହିତ ଉକ୍ତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଲୋକଙ୍କୁ ବିମାନ ବନ୍ଦର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ଯ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର