ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ

The Sakala Picture
Published On

ଆଦିଲ୍ଲୀ: ଏଣିକି ଝିଅମାନେ ଜାତୀୟ ପ୍ରତିରକ୍ଷା ଏକାଡେମି (ଏନଡିଏ)ପରୀକ୍ଷା ପ୍ରାବେଶିକ ଦେଇପାରିବା ଏ ନେଇ ଏକ ଆବଦେନର ଶୁଣାଣି କରି  ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି।  ଜଷ୍ଟିସ ସଂଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନରେ ଝିଅଙ୍କୁ ଏନଡିଏର ପ୍ରାବେଶିକ ପରିକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରିବା ଲାଗି ନିବେଦନ […]

ଆଦିଲ୍ଲୀ: ଏଣିକି ଝିଅମାନେ ଜାତୀୟ ପ୍ରତିରକ୍ଷା ଏକାଡେମି (ଏନଡିଏ)ପରୀକ୍ଷା ପ୍ରାବେଶିକ ଦେଇପାରିବା ଏ ନେଇ ଏକ ଆବଦେନର ଶୁଣାଣି କରି  ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି।  ଜଷ୍ଟିସ ସଂଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନରେ ଝିଅଙ୍କୁ ଏନଡିଏର ପ୍ରାବେଶିକ ପରିକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରିବା ଲାଗି ନିବେଦନ କରାଯାଇଥିଲା । ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଆବେଦକ ନିଜ ଅପିଲରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅବିବାହିତ ପୁରୁଷ ପ୍ରାର୍ଥୀ ଏନଡିଏ ପାଇଁ ଆବେଦନ କରିପାରିବେ କିନ୍ତୁ ଇଛୁକ ମହିଳାଙ୍କୁ କେବଳ ଲିଙ୍ଗଗତ ଆଧାରରେ ଅନୁମତି ନଦେବା ସମ୍ବିଧାନର ସମାନତା ଭାବନାର ବିରୋଧାଚରଣ କରୁଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଅଦାଲତରେ ଆବେଦକ ଯୁକ୍ତି ରଖିଥିଲେ ଯେ,କେବଳ ଲିଙ୍ଗଗତ ଆଧାରରେ ଇଛୁକ ମହିଳାଙ୍କୁ ଏହି ପରୀକ୍ଷା ଦେବାକୁ ଦିଆଯାଉନାହିଁ । ଯାହା ଠିକ୍ ନୁହେଁ । ଏହି କାରଣରୁ ମହିଳା ଏନଡିଏରେ ସାମିଲ ହୋଇ ପାରୁନାହାଁନ୍ତି । ଅନ୍ୟପକ୍ଷରେ ସମାନ ଶିକ୍ଷା ସହ ପୁରୁଷ ପ୍ରାର୍ଥୀ ଏନଡିଏରେ ସାମିଲ ହୋଇ ପାରୁଛନ୍ତି ।

ଆବେଦକ ଯୁକ୍ତି କରିଥିଲେ ଯେ, କେବଳ ଲିଙ୍ଗଗତ ଆଧାରରେ ମହିଳାଙ୍କୁ ଏନଡିଏ ପରିକ୍ଷାରୁ ବଂଚିତ କରିବା ଓ ସ୍ଥାୟୀ କମିଶନ ପ୍ରଦାନ ନକରିବା ସମ୍ବିଧାନର ମୌଳିକ ଅଧିକାରର ଉଲ୍ଲଙ୍ଘନ ଅଟେ । ଭାରତୀୟ ସମ୍ବିଧାନ ପରିଧି ମଧ୍ୟରେ ଏହା ନ୍ୟୟୋଚ୍ଚିତ ନୁହେଁ ।

ଖବର ଅନୁଯାୟୀ, ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ଯନ୍ତ ସାମିଲ କରାଯାଇ ନ ଥିଲା। ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ ଏନଡିଏରେ ଯୋଗଦେବାକୁ ଅନୁମତି ପାଇଛନ୍ତି। ମହିଳା ପ୍ରାର୍ଥୀଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଅନୁମତିର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଝିଅମାନେ ସାମିଲେ ହେବାକୁ ଅନୁମତି ପ୍ରଦାନ କରାଯାଇଛି ।

18 Aug 2021 By The Sakala

https://www.thesakala.in/national-international/supreme-court-orders-allowing-women-to-take-the-national-defence-academy-nda-exam/article-4699
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର