ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ଶାଶୁ ତଥା ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହ ଗିରଫ

Madhusudan Das Picture
Published On

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଦିନ ତାଙ୍କ ଶାଶୁ ତଥା ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କରିଛି । ଭୋପାଳ ସ୍ଥିତ ବାସଭବନରୁ ଗିରଫ କଲା CBI । ଭୋପାଳର ବାଗ୍ ମୁଗଲିଆ ଏକ୍ସଟେନସନ୍ ଅଞ୍ଚଳରେ ଥିବା ଗିରିବାଳା ସିଂହଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ନାମଞ୍ଜୁର କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ CBI ମାମଲାର ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା: ୧୨ଟି ରାଜ୍ୟର ୨୬ଟି ଆସନ ପାଇଁ ଜୁନ ୧୮ରେ ଭୋଟଗ୍ରହଣ

ସୂଚନା ଅନୁଯାୟୀ, ଆଜି ସକାଳେ କାଟାରା ହିଲ୍ସ ଅଞ୍ଚଳରେ ଥିବା ଗିରିବାଳା ସିଂହଙ୍କ ବାସଭବନରେ ଏକ ବିଶାଳ ପୋଲିସ ଫୋର୍ସ ସହିତ ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ବ୍ୟାରିକେଡ୍ କରି ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପିଟିସନ୍ କମିଟିର ନୂଆ ଅଧ୍ୟକ୍ଷ ହେଲେ ରାଘବ ଚଢା, ମିଳିଲା ବଡ଼ ଦାୟିତ୍ୱ

ଡିସେମ୍ବର ୯, ୨୦୨୫ରେ ଗିରିବାଳା ସିଂହଙ୍କ ପୁଅ ସମର୍ଥ ସିଂହଙ୍କ ସହ ତ୍ୱିଷାଙ୍କ ବିବାହ ହୋଇଥିଲା। କିନ୍ତୁ ବିବାହର ମାତ୍ର ୫ ମାସ ପରେ ଅର୍ଥାତ୍ ମେ' ୧୨ ତାରିଖରେ ଶ୍ୱଶୁର ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାର ଦୁଇ ଦିନ ପରେ ଗିରିବାଳା ସିଂହ ଆଗୁଆ ଜାମିନ ପାଇଁ ଭୋପାଳ ଦୌରା ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଏବଂ ମେ' ୧୫ରେ ତାଙ୍କୁ ଜାମିନ ମିଳିଥିଲା। ତେବେ ବୁଧବାର ଦିନ ହାଇକୋର୍ଟର ବିଚାରପତି ଦେବନାରାୟଣ ମିଶ୍ର ଏକ ୧୭ ପୃଷ୍ଠାର ନିର୍ଦ୍ଦେଶନାମାରେ ଏହି ଜାମିନକୁ ଖାରଜ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କୁ ମାରାଥନ୍ ଜେରା, ଦ୍ୱିତୀୟ ଶବ ବ୍ୟବଚ୍ଛେଦରୁ ଖୋଲିବ କି ଗୁମର?

ହାଇକୋର୍ଟ ଦର୍ଶାଇଛନ୍ତି ଯେ ହ୍ୱାଟସ୍‌ଆପ୍ ଚାଟ୍ ଏବଂ ତ୍ୱିଷାଙ୍କ ପରିବାରର ବୟାନରୁ ସ୍ପଷ୍ଟ ହେଉଛି ଯେ ନିର୍ଯାତନା କେବଳ ତାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ମଧ୍ୟରେ ସୀମିତ ନଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍)ର ଧାରା ୮୦(୨), ୮୫ ଏବଂ ୩(୫) ସହିତ ଯୌତୁକ ନିଷେଧ ଆଇନର ଧାରା ୩ ଏବଂ ୪ ଅଧୀନରେ ଅଭିଯୋଗର ଅଧିକ ଯାଞ୍ଚର ଆବଶ୍ୟକତା ରହିଛି ବୋଲି ଅଦାଲତ କହିଛନ୍ତି।

ତ୍ୱିଷାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଶାଶୁ ଗିରିବାଳା ସିଂହ ଏବଂ ତାଙ୍କ ପୁଅ ତ୍ୱିଷାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ଗର୍ଭପାତ କରାଇବାକୁ ବାଧ୍ୟ କରୁଥିଲେ। ଗର୍ଭପାତ ହୋଇଥିବା କଥାକୁ ଅଦାଲତ ମଧ୍ୟ ସ୍ୱୀକାର କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଫାଶୀ ଲଗାଇବା ବୋଲି ଦର୍ଶାଯାଇଥିଲେ ମଧ୍ୟ ହାଇକୋର୍ଟ ତ୍ୱିଷାଙ୍କ ଶରୀରରେ ଥିବା ଅତିରିକ୍ତ ୬ ରୁ ୭ଟି କ୍ଷତ ଚିହ୍ନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ବାମ ହାତ, ଆଙ୍ଗୁଠି ଏବଂ ମୁଣ୍ଡରେ କ୍ଷତ ଚିହ୍ନ ଥିଲା, ଯାହା ମୃତଦେହ କାଢ଼ିବା ବା ହସ୍ପିଟାଲ ନେବା ସମୟରେ ହୋଇନଥିଲା ବୋଲି ଏକ ସ୍ୱତନ୍ତ୍ର ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

28 May 2026 By Madhusudan Das

ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ଶାଶୁ ତଥା ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଦିନ ତାଙ୍କ ଶାଶୁ ତଥା ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କରିଛି । ଭୋପାଳ ସ୍ଥିତ ବାସଭବନରୁ ଗିରଫ କଲା CBI । ଭୋପାଳର ବାଗ୍ ମୁଗଲିଆ ଏକ୍ସଟେନସନ୍ ଅଞ୍ଚଳରେ ଥିବା ଗିରିବାଳା ସିଂହଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ନାମଞ୍ଜୁର କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ CBI ମାମଲାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଆଜି ସକାଳେ କାଟାରା ହିଲ୍ସ ଅଞ୍ଚଳରେ ଥିବା ଗିରିବାଳା ସିଂହଙ୍କ ବାସଭବନରେ ଏକ ବିଶାଳ ପୋଲିସ ଫୋର୍ସ ସହିତ ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ବ୍ୟାରିକେଡ୍ କରି ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଇଥିଲା।

ଡିସେମ୍ବର ୯, ୨୦୨୫ରେ ଗିରିବାଳା ସିଂହଙ୍କ ପୁଅ ସମର୍ଥ ସିଂହଙ୍କ ସହ ତ୍ୱିଷାଙ୍କ ବିବାହ ହୋଇଥିଲା। କିନ୍ତୁ ବିବାହର ମାତ୍ର ୫ ମାସ ପରେ ଅର୍ଥାତ୍ ମେ' ୧୨ ତାରିଖରେ ଶ୍ୱଶୁର ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାର ଦୁଇ ଦିନ ପରେ ଗିରିବାଳା ସିଂହ ଆଗୁଆ ଜାମିନ ପାଇଁ ଭୋପାଳ ଦୌରା ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଏବଂ ମେ' ୧୫ରେ ତାଙ୍କୁ ଜାମିନ ମିଳିଥିଲା। ତେବେ ବୁଧବାର ଦିନ ହାଇକୋର୍ଟର ବିଚାରପତି ଦେବନାରାୟଣ ମିଶ୍ର ଏକ ୧୭ ପୃଷ୍ଠାର ନିର୍ଦ୍ଦେଶନାମାରେ ଏହି ଜାମିନକୁ ଖାରଜ କରିଦେଇଛନ୍ତି।

ହାଇକୋର୍ଟ ଦର୍ଶାଇଛନ୍ତି ଯେ ହ୍ୱାଟସ୍‌ଆପ୍ ଚାଟ୍ ଏବଂ ତ୍ୱିଷାଙ୍କ ପରିବାରର ବୟାନରୁ ସ୍ପଷ୍ଟ ହେଉଛି ଯେ ନିର୍ଯାତନା କେବଳ ତାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ମଧ୍ୟରେ ସୀମିତ ନଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍)ର ଧାରା ୮୦(୨), ୮୫ ଏବଂ ୩(୫) ସହିତ ଯୌତୁକ ନିଷେଧ ଆଇନର ଧାରା ୩ ଏବଂ ୪ ଅଧୀନରେ ଅଭିଯୋଗର ଅଧିକ ଯାଞ୍ଚର ଆବଶ୍ୟକତା ରହିଛି ବୋଲି ଅଦାଲତ କହିଛନ୍ତି।

ତ୍ୱିଷାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଶାଶୁ ଗିରିବାଳା ସିଂହ ଏବଂ ତାଙ୍କ ପୁଅ ତ୍ୱିଷାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ଗର୍ଭପାତ କରାଇବାକୁ ବାଧ୍ୟ କରୁଥିଲେ। ଗର୍ଭପାତ ହୋଇଥିବା କଥାକୁ ଅଦାଲତ ମଧ୍ୟ ସ୍ୱୀକାର କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଫାଶୀ ଲଗାଇବା ବୋଲି ଦର୍ଶାଯାଇଥିଲେ ମଧ୍ୟ ହାଇକୋର୍ଟ ତ୍ୱିଷାଙ୍କ ଶରୀରରେ ଥିବା ଅତିରିକ୍ତ ୬ ରୁ ୭ଟି କ୍ଷତ ଚିହ୍ନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ବାମ ହାତ, ଆଙ୍ଗୁଠି ଏବଂ ମୁଣ୍ଡରେ କ୍ଷତ ଚିହ୍ନ ଥିଲା, ଯାହା ମୃତଦେହ କାଢ଼ିବା ବା ହସ୍ପିଟାଲ ନେବା ସମୟରେ ହୋଇନଥିଲା ବୋଲି ଏକ ସ୍ୱତନ୍ତ୍ର ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର