ଛତିଶଗଡ଼ରେ ୧.୫ କୋଟି ଟଙ୍କାର ଏଲପିଜି ଘୋଟାଲା: ମାଷ୍ଟରମାଇଣ୍ଡ ବାହାରିଲେ ଖାଦ୍ୟ ଅଧିକାରୀ

Suryakanta Picture
Published On

ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ଏକ ବଡ଼ ଧରଣର ଏଲପିଜି (LPG) ଘୋଟାଲା ପଦାକୁ ଆସିଛି। ପୋଲିସ ଦ୍ୱାରା ଜବତ ହୋଇଥିବା ଟ୍ରକରୁ ପ୍ରାୟ ୧.୫ କୋଟି ଟଙ୍କା ମୂଲ୍ୟର ଗ୍ୟାସ ଚୋରି ଏବଂ ବେଆଇନ ବିକ୍ରି ଅଭିଯୋଗରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଭାବେ ଜିଲ୍ଲା ଖାଦ୍ୟ ଅଧିକାରୀ ଅଜୟ ଯାଦବଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଜବତ ଟ୍ରକରୁ ଏଲପିଜି ଗାଏବ

ଗତବର୍ଷ ଡିସେମ୍ବର ମାସରେ ମହାସମୁନ୍ଦର ସିଂହୋଦା ଥାନା ପୋଲିସ ଏଲପିଜି ଭର୍ତ୍ତି ୬ଟି ଟ୍ରକ ଜବତ କରିଥିଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଥାନାରେ ଏହି ଟ୍ରକଗୁଡ଼ିକୁ ରଖିବା ବିପଦପୂର୍ଣ୍ଣ ଥିବାରୁ, ପୋଲିସ ଏହାକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମାର୍ଚ୍ଚ ମାସରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। ଏହା ପରେ ଖାଦ୍ୟ ବିଭାଗର ଅଧିକାରୀମାନେ ମାର୍ଚ୍ଚ ୩୦ ତାରିଖରେ ଏହି ଟ୍ରକଗୁଡ଼ିକୁ ରାୟପୁରର ଠାକୁର ପେଟ୍ରୋକେମିକାଲ୍ସକୁ ହସ୍ତାନ୍ତର କରିଥିଲେ। ମାତ୍ର ସେଠାରେ ଏକ ବଡ଼ ଷଡ଼ଯନ୍ତ୍ର ରଚି ଅଭିଯୁକ୍ତମାନେ ୯୨ ମେଟ୍ରିକ୍ ଟନ୍ ଏଲପିଜି ଚୋରି କରି ବଜାରରେ ବେଆଇନ ଭାବେ ବିକ୍ରି କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ମାଷ୍ଟରମାଇଣ୍ଡ ସାଜିଥିଲେ ଖାଦ୍ୟ ଅଧିକାରୀ

ଏହି ଘୋଟାଲାର ମୁଖ୍ୟ କାର୍ପଟଦାର ଥିଲେ ଖୋଦ୍ ଜିଲ୍ଲା ଖାଦ୍ୟ ଅଧିକାରୀ ଅଜୟ ଯାଦବ। ପୋଲିସ ତାଙ୍କ ସମେତ ଗୌରବ ଗ୍ୟାସ ଏଜେନ୍ସିର ପରିଚାଳକ ପଙ୍କଜ ଚନ୍ଦ୍ରାକର, ବ୍ୟବସାୟୀ ମନୀଷ ଚୌଧୁରୀ ଏବଂ ନିଖିଲ ବୈଷ୍ଣବଙ୍କୁ ଗିରଫ କରିଛି। ଅଜୟ ଯାଦବ ଏହି ଗ୍ୟାସ ହେରାଫେରି ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିବା ସହ ସମ୍ପୂର୍ଣ୍ଣ ଚୋରା ଚାଲାଣର ଯୋଜନା ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ସେ ପୋଲିସର ରିମାଣ୍ଡରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଆର୍ଥିକ କାରବାର ଓ ସିସିଟିଭି ପ୍ରମାଣ

ତଦନ୍ତରୁ ଜଣାପଡ଼ିଛି ଯେ, ବେଆଇନ ଗ୍ୟାସ ବିକ୍ରିରୁ ପ୍ରାୟ ୮୦ ଲକ୍ଷ ଟଙ୍କାର ଆର୍ଥିକ ନେଣଦେଣ ହୋଇଛି। ଏଥିମଧ୍ୟରୁ ଅଜୟ ଯାଦବଙ୍କୁ ୫୦ ଲକ୍ଷ, ପଙ୍କଜ ଚନ୍ଦ୍ରାକରଙ୍କୁ ୨୦ ଲକ୍ଷ ଏବଂ ମନୀଷ ଚୌଧୁରୀଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି। ଏହି ଆର୍ଥିକ ବାଣ୍ଟକୁ ନେଇ ଅଭିଯୁକ୍ତମାନେ ଏକ ଢାବାରେ ବିଳମ୍ବିତ ରାତିରେ ବୈଠକ କରୁଥିବାର ସିସିଟିଭି (CCTV) ଫୁଟେଜ୍ ମଧ୍ୟ ପୋଲିସ ହାତରେ ଲାଗିଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତମାନଙ୍କ ବ୍ୟାଙ୍କ ରେକର୍ଡ ଏବଂ ସମ୍ପତ୍ତି ଯାଞ୍ଚ କରି ବାକି ଟଙ୍କାର ହିସାବ ବାହାର କରିବାକୁ ଉଦ୍ୟମ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର