ତାମିଲନାଡୁ ରାଜନୀତିରେ ହଲ୍‌ଚଲ୍‌: ବିଜୟଙ୍କ ଟିଭିକେକୁ କଂଗ୍ରେସର ସମର୍ଥନ, ଡିଏମକେ କହିଲା ‘ବିଶ୍ୱାସଘାତକ’

Madhusudan Das Picture
Published On

ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଖଣ୍ଡିତ ଜନାଦେଶ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଟିଭିକେ (TVK) ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବେଳେ ସରକାର ଗଠନ ପାଇଁ କସରତ ଆରମ୍ଭ କରିଛି। ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବହୁମତ ସଂଖ୍ୟା ୧୧୮ ଥିବା ବେଳେ ଟିଭିକେକୁ ଆହୁରି ୧୦ଟି ଆସନର ଆବଶ୍ୟକତା ରହିଛି। ଏଥିପାଇଁ ଦଳ କଂଗ୍ରେସ, ପିଏମକେ (PMK), ବାମଦଳ ଏବଂ ଭିସିକେ (VCK) ଭଳି ଛୋଟ ଦଳଗୁଡ଼ିକର ସମର୍ଥନ ଲୋଡ଼ିଛି। ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଜୟ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। 

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ବ୍ୟାନ୍: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ପ୍ରଶ୍ନ

ଦୀର୍ଘଦିନର ମେଣ୍ଟ ସହଯୋଗୀ ଡିଏମକେ (DMK)କୁ ଛାଡ଼ି କଂଗ୍ରେସ ଏବେ ବିଜୟଙ୍କ ଦଳକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ ତାମିଲନାଡୁରେ ଏକ ଧର୍ମନିରପେକ୍ଷ ଏବଂ ସ୍ଥିର ସରକାର ଗଠନ ପାଇଁ ଦଳ ସର୍ବସମ୍ମତି କ୍ରମେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ତାମିଲନାଡୁ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ, କଂଗ୍ରେସର ଏଭଳି ପଦକ୍ଷେପକୁ ନେଇ ଡିଏମକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଡିଏମକେ ମୁଖପାତ୍ର ସରବଣନ ଅନ୍ନାଦୁରାଇ କଂଗ୍ରେସକୁ 'ବିଶ୍ୱାସଘାତକ' ବୋଲି କହିବା ସହ ଏହା ଏକ ଅଦୂରଦର୍ଶୀ ନିଷ୍ପତ୍ତି ବୋଲି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହା 'ଇଣ୍ଡିଆ' (INDIA) ମେଣ୍ଟ ଭାଗିଦାରୀଙ୍କ ପ୍ରତି ଧୋକା ଏବଂ ଆଗାମୀ ୨୦୨୯ ନିର୍ବାଚନରେ କଂଗ୍ରେସ ଏଥିପାଇଁ ଅନୁତାପ କରିବ।

ଆହୁରି ପଢ଼ନ୍ତୁ: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉପରେ ପଡ଼ିଲା ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୧୪୭ ଯାତ୍ରୀ ଓ କର୍ମଚାରୀ

ଅନ୍ୟପଟେ, ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ (AIADMK) ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି। ଦଳର ଗୋଟିଏ ଗୋଷ୍ଠୀ ଇଡାପ୍ପାଡି ପଲାନିସ୍ୱାମୀଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଥିବା ବେଳେ ସେମାନେ ବିଜୟଙ୍କୁ ସରକାର ଗଠନରେ ସମର୍ଥନ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଘୋଡ଼ା ବେପାର ଆଶଙ୍କାକୁ ଏଡ଼ାଇବା ପାଇଁ ଟିଭିକେ ତାର ସମସ୍ତ ୧୦୮ ବିଧାୟକଙ୍କୁ ମାମଲ୍ଲାପୁରମର ଏକ ବିଳାସପୂର୍ଣ୍ଣ ରିସର୍ଟରେ ରଖିଛି। ବିଧାୟକମାନଙ୍କ ସୁରକ୍ଷା ପାଇଁ ରିସର୍ଟ ଚାରିପଟେ କଡ଼ା ପୋଲିସ ପହରା ଲଗାଯାଇଛି। ସରକାର ଗଠନର ସମୀକରଣ ଯାହା ବି ହେଉନା କାହିଁକି, ତାମିଲନାଡୁ ରାଜନୀତିରେ ଏବେ ବିଜୟଙ୍କ ଯୁଗ ଆରମ୍ଭ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିହାରରେ ଗଙ୍ଗାସ୍ନାନ ବେଳେ ବୁଡ଼ିଗଲେ ୫ ନାବାଳିକା; ଜଣଙ୍କ ମୃତଦେହ ଉଦ୍ଧାର, ୪ ନିଖୋଜ

06 May 2026 By Madhusudan Das

ତାମିଲନାଡୁ ରାଜନୀତିରେ ହଲ୍‌ଚଲ୍‌: ବିଜୟଙ୍କ ଟିଭିକେକୁ କଂଗ୍ରେସର ସମର୍ଥନ, ଡିଏମକେ କହିଲା ‘ବିଶ୍ୱାସଘାତକ’

ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଖଣ୍ଡିତ ଜନାଦେଶ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଟିଭିକେ (TVK) ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବେଳେ ସରକାର ଗଠନ ପାଇଁ କସରତ ଆରମ୍ଭ କରିଛି। ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବହୁମତ ସଂଖ୍ୟା ୧୧୮ ଥିବା ବେଳେ ଟିଭିକେକୁ ଆହୁରି ୧୦ଟି ଆସନର ଆବଶ୍ୟକତା ରହିଛି। ଏଥିପାଇଁ ଦଳ କଂଗ୍ରେସ, ପିଏମକେ (PMK), ବାମଦଳ ଏବଂ ଭିସିକେ (VCK) ଭଳି ଛୋଟ ଦଳଗୁଡ଼ିକର ସମର୍ଥନ ଲୋଡ଼ିଛି। ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଜୟ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। 

ଦୀର୍ଘଦିନର ମେଣ୍ଟ ସହଯୋଗୀ ଡିଏମକେ (DMK)କୁ ଛାଡ଼ି କଂଗ୍ରେସ ଏବେ ବିଜୟଙ୍କ ଦଳକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ ତାମିଲନାଡୁରେ ଏକ ଧର୍ମନିରପେକ୍ଷ ଏବଂ ସ୍ଥିର ସରକାର ଗଠନ ପାଇଁ ଦଳ ସର୍ବସମ୍ମତି କ୍ରମେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ତାମିଲନାଡୁ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ, କଂଗ୍ରେସର ଏଭଳି ପଦକ୍ଷେପକୁ ନେଇ ଡିଏମକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଡିଏମକେ ମୁଖପାତ୍ର ସରବଣନ ଅନ୍ନାଦୁରାଇ କଂଗ୍ରେସକୁ 'ବିଶ୍ୱାସଘାତକ' ବୋଲି କହିବା ସହ ଏହା ଏକ ଅଦୂରଦର୍ଶୀ ନିଷ୍ପତ୍ତି ବୋଲି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହା 'ଇଣ୍ଡିଆ' (INDIA) ମେଣ୍ଟ ଭାଗିଦାରୀଙ୍କ ପ୍ରତି ଧୋକା ଏବଂ ଆଗାମୀ ୨୦୨୯ ନିର୍ବାଚନରେ କଂଗ୍ରେସ ଏଥିପାଇଁ ଅନୁତାପ କରିବ।

ଅନ୍ୟପଟେ, ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ (AIADMK) ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି। ଦଳର ଗୋଟିଏ ଗୋଷ୍ଠୀ ଇଡାପ୍ପାଡି ପଲାନିସ୍ୱାମୀଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଥିବା ବେଳେ ସେମାନେ ବିଜୟଙ୍କୁ ସରକାର ଗଠନରେ ସମର୍ଥନ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଘୋଡ଼ା ବେପାର ଆଶଙ୍କାକୁ ଏଡ଼ାଇବା ପାଇଁ ଟିଭିକେ ତାର ସମସ୍ତ ୧୦୮ ବିଧାୟକଙ୍କୁ ମାମଲ୍ଲାପୁରମର ଏକ ବିଳାସପୂର୍ଣ୍ଣ ରିସର୍ଟରେ ରଖିଛି। ବିଧାୟକମାନଙ୍କ ସୁରକ୍ଷା ପାଇଁ ରିସର୍ଟ ଚାରିପଟେ କଡ଼ା ପୋଲିସ ପହରା ଲଗାଯାଇଛି। ସରକାର ଗଠନର ସମୀକରଣ ଯାହା ବି ହେଉନା କାହିଁକି, ତାମିଲନାଡୁ ରାଜନୀତିରେ ଏବେ ବିଜୟଙ୍କ ଯୁଗ ଆରମ୍ଭ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର