ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଚାଲିଛି ଭୋଟ୍ ଗଣତି, ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

Madhusudan Das Picture
Published On

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳୁଛି । ତେବେ ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୫ ଆସନରେ ଆଗୁଆ ଥିବାବେଳେ ଟିଏମସି ୧୨୩ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୩ ଆସନରେ ଆଗୁଆ ରହିଛନ୍ତି। 

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଭାରତର ନିର୍ବାଚନ ଆୟୋଗ (ECI) ଅନୁଯାୟୀ, ସ୍ୱାଧୀନତା ପରେ ପଶ୍ଚିମବଙ୍ଗରେ ଏଥର ସର୍ବାଧିକ ମତଦାନ ରେକର୍ଡ କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଏହି ଫଳାଫଳ ଉପରେ, ଯାହା ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମମତା ବାନାର୍ଜୀ ନିଜର 15 ବର୍ଷର ଶାସନକୁ ବଜାୟ ରଖିବାରେ ସଫଳ ହେବେ ନା ବିଜେପି ତାଙ୍କୁ କ୍ଷମତାରୁ ହଟାଇବାରେ ସକ୍ଷମ ହେବ?

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ରାଜ୍ୟରେ ମୋଟ 294 ଟି ବିଧାନସଭା ଆସନ ଥିବାବେଳେ ଆଜି କେବଳ 293 ଟି ଆସନର ଭୋଟ୍ ଗଣତି କରାଯିବ । ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫଲ୍‌ତା (Falta) ବିଧାନସଭା କ୍ଷେତ୍ରରେ ମେ 21 ତାରିଖରେ ସାନି ମତଦାନ କରାଯିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏହି ଆସନର ଫଳାଫଳ ମେ 24 ରେ ପ୍ରକାଶ ପାଇବ । 

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପଶ୍ଚିମବଙ୍ଗ ସମେତ ଆଜି ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଭୋଟ୍ ଗଣତି ଚାଲିଛି । ଏଥିରେ ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ସାମିଲ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର