ପାକିସ୍ତାନରେ ଡାକ୍ତରଙ୍କ ସାଂଘାତିକ ଅବହେଳା: ଗୋଟିଏ ସିରିଞ୍ଜ୍ ବ୍ୟବହାର ଯୋଗୁଁ ୩୩୧ ଶିଶୁ HIV ଆକ୍ରାନ୍ତ

Tapas Ranjan Nanda Picture
Published On

ପାକିସ୍ତାନରୁ ଏକ ହୃଦୟ ବିଦାରକ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ସାଂଘାତିକ ଅବହେଳା କାରଣରୁ ଶହ ଶହ ଶିଶୁଙ୍କ ଜୀବନ ବର୍ତ୍ତମାନ ବିପନ୍ନ ହୋଇପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ସିରିଞ୍ଜର ବାରମ୍ବାର ବ୍ୟବହାର କାରଣରୁ ୩୩୧ ଜଣ ନିଷ୍ପାପ ଶିଶୁ ଦୁରାରୋଗ୍ୟ HIV ରେ ଆକ୍ରାନ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

ଆହୁରି ପଢ଼ନ୍ତୁ: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା: ମାଇକ୍ରୋସଫ୍ଟ, ଟିସିଏସ୍ (TCS), ୱିପ୍ରୋ (Wipro) ସମେତ ୮ଟି ବଡ଼ ଆଇଟି କମ୍ପାନୀ ଉପରେ ପ୍ରଭାବ

ସାଧାରଣତଃ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ମାତ୍ର ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଟାଉନ୍ସାରେ ଥିବା ଟିଏଚ୍‌କ୍ୟୁ (THQ) ସରକାରୀ ହସ୍ପିଟାଲର ଡାକ୍ତରମାନେ ରୋଗୀମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି। ଗୋଟିଏ ସିରିଞ୍ଜରେ ଏକାଧିକ ପିଲାଙ୍କୁ ଇଞ୍ଜେକ୍ସନ ଦେବା ଏବଂ ମୌଳିକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେବା ଫଳରେ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଭାରତ 'ମଧ୍ୟମ ଶକ୍ତି' ନୁହେଁ, ବରଂ ଅନ୍ୟକୁ ସଶକ୍ତ କରୁଥିବା ଶକ୍ତି: ଏସ ଜୟଶଙ୍କର

ସବୁଠାରୁ ଦୁଃଖଦ ବିଷୟ ହେଉଛି, ଏହି ମାରାତ୍ମକ ଭୁଲ୍ ଯୋଗୁଁ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ଘଟିସାରିଛି। HIV ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବାର କିଛି ସମୟ ପରେ ହିଁ ଶିଶୁଟି ଆଖିବୁଜିଥିଲା। ମୃତ ଶିଶୁର ମା'ଙ୍କ କହିବା ଅନୁଯାୟୀ, ତାଙ୍କ ପିଲାଟି ଗତ କିଛି ଦିନ ଧରି ପ୍ରବଳ ଜ୍ୱର ଓ ଯନ୍ତ୍ରଣାରେ ପୀଡ଼ିତ ଥିଲା। ସରକାରୀ ଡାକ୍ତରଖାନାରେ ଦିଆଯାଇଥିବା ଦୂଷିତ ଇଞ୍ଜେକ୍ସନ ଯୋଗୁଁ ହିଁ ତାଙ୍କ ସନ୍ତାନର ପ୍ରାଣହାନି ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ଅନ୍ୟ ଏକ କନ୍ୟା ସନ୍ତାନର ନମୁନା ମଧ୍ୟ HIV ପଜିଟିଭ୍ ଆସିଥିବା ସେ ପ୍ରକାଶ କରିଛନ୍ତି।

ଆନ୍ତର୍ଜାତୀୟ ଗଣମାଧ୍ୟମ ବିବିସି (BBC) ର ରିପୋର୍ଟ ଅନୁସାରେ, ଏହି ଭୟଙ୍କର ମାମଲା ନଭେମ୍ବର ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଘଟିଥିବା ଜଣାପଡ଼ିଛି। ଟାଉନ୍ସାରେ ୩୩୧ ଜଣ ପିଲାଙ୍କ ରକ୍ତ ନମୁନା ପରୀକ୍ଷା ପରେ ସେମାନେ ଏଚ୍‌ଆଇଭି ପଜିଟିଭ୍ (HIV Positive) ଥିବା ସ୍ପଷ୍ଟ ହୋଇଥିଲା। ଅସୁରକ୍ଷିତ ଇଞ୍ଜେକ୍ସନ ଏବଂ ସିରିଞ୍ଜର ପୁନଃବ୍ୟବହାର ହିଁ ଏହି ବ୍ୟାପକ ସଂକ୍ରମଣର ଏକମାତ୍ର କାରଣ ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶହ ଶହ ପରିବାରକୁ ଗଭୀର ଶୋକ ଏବଂ ଆତଙ୍କ ମଧ୍ୟକୁ ଠେଲି ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର