ପାରସ୍ୟ ଉପସାଗରରେ ଖସିପଡ଼ିଲା ଆମେରିକାର ସବୁଠାରୁ ଦାମୀ ଡ୍ରୋନ୍ MQ-4C ଟ୍ରାଇଟନ୍, ଇରାନ ଉପରେ ସନ୍ଦେହ

Suryakanta Picture
Published On

ଆମେରିକୀୟ ନୌସେନାର ଏକ ଅତ୍ୟାଧୁନିକ ତଥା ଦାମୀ ସର୍ଭିଲାନ୍ସ ଡ୍ରୋନ୍ MQ-4C ଟ୍ରାଇଟନ୍ (MQ-4C Triton) ପାରସ୍ୟ ଉପସାଗର (Persian Gulf) ରେ ଖସିପଡିଥିବା ନେଇ ଆଶଙ୍କା କରାଯାଉଛି। ଏହି ଘଟଣାଟି ହୋର୍ମୁଜ ପ୍ରଣାଳୀ ନିକଟରେ ଘଟିଛି। ରାଡାରରୁ ଅଦୃଶ୍ୟ ହେବା ପୂର୍ବରୁ ଏହି ଡ୍ରୋନ୍ ରୁ ଏକ ଜରୁରୀକାଳୀନ ସିଗନାଲ (Emergency Code) ମିଳିଥିଲା।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କିପରି ଘଟିଲା ଏହି ଘଟଣା?

ସୂଚନା ଅନୁଯାୟୀ, ଗତ ୯ ଏପ୍ରିଲ ୨୦୨୬ ରେ ଆମେରିକୀୟ ନୌସେନାର ଏହି ଡ୍ରୋନ୍ ପାରସ୍ୟ ଉପସାଗର ଏବଂ ହୋର୍ମୁଜ ପ୍ରଣାଳୀ ଉପରେ ଏକ ଗୁପ୍ତଚର ମିଶନରେ ଥିଲା। ତେବେ ଉଡ଼ାଣ ସମୟରେ ହଠାତ୍ ଏଥିରୁ ଏମର୍ଜେନ୍ସି କୋଡ୍ ୭୭୦୦ ସିଗନାଲ୍ ମିଳିଥିଲା। ମାତ୍ର କିଛି ମିନିଟ୍ ମଧ୍ୟରେ ଏହା ନିଜର ସ୍ୱାଭାବିକ ଉଚ୍ଚତା ୫୨,୦୦୦ ଫୁଟ୍ ରୁ ତଳକୁ ଖସି ପ୍ରାୟ ୯,୫୦୦ ଫୁଟ୍ ରେ ପହଞ୍ଚିଥିଲା। ଏହା ପରେ ଏହା ଫ୍ଲାଇଟ୍ ଟ୍ରାକିଂ ରାଡାରରୁ ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯାଇଥିଲା। ବିଶେଷଜ୍ଞଙ୍କ ମତରେ ରିମୋଟ୍ ପାଇଲଟଙ୍କ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ଏହା ସମୁଦ୍ରରେ ଖସିପଡିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଡ୍ରୋନ୍ ର ମୂଲ୍ୟ ଏବଂ ବିଶେଷତ୍ୱ

ଆମେରିକା ପାଇଁ ଏହି କ୍ଷତି ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। କାରଣ ନର୍ଥ୍ରୋପ୍ ଗ୍ରୁମାନ୍ (Northrop Grumman) ଦ୍ୱାରା ନିର୍ମିତ ଏହି ହାଇ-ଆଲ୍ଟିଚ୍ୟୁଡ୍ ଡ୍ରୋନର ମୂଲ୍ୟ ପ୍ରାୟ ୨୦୦ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୧୮୫୬ କୋଟି ଟଙ୍କା। ଏହା ଲଗାତାର ୨୪ ଘଣ୍ଟା ଧରି ଉଚ୍ଚ ଆକାଶରେ ଉଡି ସାମୁଦ୍ରିକ ଗତିବିଧି, ଯୁଦ୍ଧପୋତ ଏବଂ କ୍ଷେପଣାସ୍ତ୍ର ଉପରେ ନଜର ରଖିବାକୁ ସକ୍ଷମ ହୋଇଥାଏ। ଏହା ଆମେରିକୀୟ ଗୁପ୍ତଚର ବିଭାଗର ଏକ ମୁଖ୍ୟ ଅସ୍ତ୍ର ଭାବରେ ପରିଚିତ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଇରାନ ଉପରେ ବଢୁଛି ସନ୍ଦେହ

ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଏହି ଘଟଣା ଅନେକ ନୂଆ ପ୍ରଶ୍ନ ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି ଦିନ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ରାଜିନାମା ହୋଇଥିଲା। ତେବେ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହେବା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି ଅଛି ନା ଇରାନ ଏହାକୁ ଇଲେକ୍ଟ୍ରୋନିକ୍ ୱାରଫେୟାର କିମ୍ବା କ୍ଷେପଣାସ୍ତ୍ର ମାଧ୍ୟମରେ ମାରି ଖସାଇଦେଇଛି, ସେ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆମେରିକୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ବା ସ୍ପଷ୍ଟୀକରଣ ମିଳିପାରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର