ଆମେରିକା-ଇରାନ ଅସ୍ତ୍ରବିରତି: ଇରାନରେ 'ଶାସନ ପରିବର୍ତ୍ତନ' ଦାବି କଲେ ଟ୍ରମ୍ପ

Madhusudan Das Picture
Published On

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ଥାୟୀ ଯୁଦ୍ଧବିରାମ ସହମତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟେହେରାନରେ ଏକ "ଫଳପ୍ରଦ ଶାସନ ପରିବର୍ତ୍ତନ" ଆସିଥିବା ସେ ଦାବି କରିବା ସହ ଇରାନର ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଆମେରିକା ମିଳିତ ଭାବେ କାମ କରିବ ବୋଲି ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଟ୍ରମ୍ପ କହିଛନ୍ତି ଯେ ଇରାନରେ ଆଉ କୌଣସି ୟୁରାନିୟମ୍ ଏନରିଚମେଣ୍ଟ (Uranium Enrichment) ହେବ ନାହିଁ। ଭୂଗର୍ଭରେ ଥିବା ସମସ୍ତ ପରମାଣୁ ସାମଗ୍ରୀକୁ ଆମେରିକା ଏବଂ ଇରାନ ମିଳିତ ଭାବେ ଖୋଳି ନଷ୍ଟ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଞ୍ଚଳ ଉପରେ ସ୍ପେସ୍ ଫୋର୍ସ (Space Force) ମାଧ୍ୟମରେ କଡ଼ା ସାଟେଲାଇଟ୍ ନଜର ରଖାଯାଇଛି ଏବଂ ଆକ୍ରମଣ ଦିନଠାରୁ ସେଠାରେ କିଛି ବି ଛୁଆଁଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଇରାନକୁ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଗୁଡ଼ିକୁ ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି। ଯେଉଁ ଦେଶ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ, ଆମେରିକାକୁ ସେମାନଙ୍କର ରପ୍ତାନି ଉପରେ ତୁରନ୍ତ ୫୦ ପ୍ରତିଶତ ଟିକସ (Tariff) ଲଗାଯିବ ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ଚୁକ୍ତି ମାନିଲେ ଇରାନକୁ ଆର୍ଥିକ କଟକଣା ଏବଂ ଟିକସରୁ ଆଶ୍ୱସ୍ତି ଦେବା ନେଇ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆମେରିକା ଓ ଇରାନ ମଧ୍ୟରେ ଘୋଷଣା ହୋଇଥିବା ଦୁଇ ସପ୍ତାହର ଯୁଦ୍ଧବିରାମ ଏକ ସମ୍ପୂର୍ଣ୍ଣ ଶାନ୍ତି ଚୁକ୍ତି ନୁହେଁ, ବରଂ ଏହା ଏକ ସାମୟିକ ବିରତି। ଏହି ସମୟ ମଧ୍ୟରେ ଉଭୟ ପକ୍ଷ ବିମାନ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ ଏବଂ ଡ୍ରୋନ୍ ଆକ୍ରମଣ ବନ୍ଦ ରଖିବାକୁ ରାଜି ହୋଇଛନ୍ତି। ଏହି ଅବଧିକୁ କୂଟନୈତିକ ଆଲୋଚନା ପାଇଁ ବ୍ୟବହାର କରାଯିବ ଯେଉଁଥିରେ ପରମାଣୁ କଟକଣା, ଆଞ୍ଚଳିକ ସୁରକ୍ଷା ଏବଂ କଟକଣା କୋହଳ କରିବା ଭଳି ପ୍ରସଙ୍ଗ ସାମିଲ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର