ରାସ୍ତା କଡ଼ରେ ପୋହା-ଜିଲାପି ବିକିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ଜାଣନ୍ତୁ କାହିଁକି କଲେ ଏମିତି ବିରୋଧ?

Suryakanta Picture
Published On

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ନିଜ ଗୃହ ଜିଲ୍ଲା ଟିକମଗଡ଼ରେ ସେ ରାସ୍ତା କଡ଼ରେ ଥିବା ଏକ ଠେଲାରେ ପୋହା ଓ ଜିଲାପି ବିକ୍ରି କରୁଥିବାର ନଜର ଆସିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରି ସେ ଏହି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ଗରିବଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଲେ ଉମା

ଗତ ସୋମବାର ଦିନ ଟିକମଗଡ଼ ନଗର ପାଳିକା, ଏସଡିଏମ ଏବଂ ତହସିଲଦାରଙ୍କ ଏକ ମିଳିତ ଟିମ୍ ସିଭିଲ୍ ଲାଇନ୍ ରୋଡ୍‌ରେ ଅବୈଧ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିଲେ। ଏହି ସମୟରେ ରାସ୍ତା କଡ଼ରେ ଥିବା ଅନେକ ଛୋଟ ଦୋକାନ ଏବଂ ଠେଲାଗୁଡ଼ିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା। ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ଉମା ଭାରତୀ ଦୃଢ଼ ବିରୋଧ କରିଥିଲେ। ଗରିବ ଦୋକାନୀମାନଙ୍କୁ ସମର୍ଥନ ଜଣାଇବା ପାଇଁ ମଙ୍ଗଳବାର ସକାଳେ ସେ ସିଧାସଳଖ ଏକ ଠେଲା ପାଖରେ ପହଞ୍ଚି ନିଜେ ପୋହା ଏବଂ ଜିଲାପି ବିକ୍ରି କରିଥିଲେ। ସେ ପ୍ରଶାସନର ଏହି କାର୍ଯ୍ୟକୁ ଏକଛତ୍ରବାଦ ବୋଲି ଅଭିହିତ କରିଥିଲେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ କଲେ ଆଲୋଚନା

ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଗରିବ ଲୋକଙ୍କ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଉଛି ବୋଲି ଉମା ଭାରତୀ କହିଛନ୍ତି। ସେ ଦୋକାନୀମାନଙ୍କୁ ନିଜ ନିଜ ସ୍ଥାନରେ ପୁଣିଥରେ ଠେଲା ଲଗାଇବାକୁ କହିବା ସହ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରସଙ୍ଗରେ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ଯଦି ଭବିଷ୍ୟତରେ ଗରିବଙ୍କ ଉପରେ ପୁଣିଥରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ସେ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

08 Apr 2026 By Suryakanta

ରାସ୍ତା କଡ଼ରେ ପୋହା-ଜିଲାପି ବିକିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ଜାଣନ୍ତୁ କାହିଁକି କଲେ ଏମିତି ବିରୋଧ?

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ନିଜ ଗୃହ ଜିଲ୍ଲା ଟିକମଗଡ଼ରେ ସେ ରାସ୍ତା କଡ଼ରେ ଥିବା ଏକ ଠେଲାରେ ପୋହା ଓ ଜିଲାପି ବିକ୍ରି କରୁଥିବାର ନଜର ଆସିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରି ସେ ଏହି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।

ଗରିବଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଲେ ଉମା

ଗତ ସୋମବାର ଦିନ ଟିକମଗଡ଼ ନଗର ପାଳିକା, ଏସଡିଏମ ଏବଂ ତହସିଲଦାରଙ୍କ ଏକ ମିଳିତ ଟିମ୍ ସିଭିଲ୍ ଲାଇନ୍ ରୋଡ୍‌ରେ ଅବୈଧ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିଲେ। ଏହି ସମୟରେ ରାସ୍ତା କଡ଼ରେ ଥିବା ଅନେକ ଛୋଟ ଦୋକାନ ଏବଂ ଠେଲାଗୁଡ଼ିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା। ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ଉମା ଭାରତୀ ଦୃଢ଼ ବିରୋଧ କରିଥିଲେ। ଗରିବ ଦୋକାନୀମାନଙ୍କୁ ସମର୍ଥନ ଜଣାଇବା ପାଇଁ ମଙ୍ଗଳବାର ସକାଳେ ସେ ସିଧାସଳଖ ଏକ ଠେଲା ପାଖରେ ପହଞ୍ଚି ନିଜେ ପୋହା ଏବଂ ଜିଲାପି ବିକ୍ରି କରିଥିଲେ। ସେ ପ୍ରଶାସନର ଏହି କାର୍ଯ୍ୟକୁ ଏକଛତ୍ରବାଦ ବୋଲି ଅଭିହିତ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ କଲେ ଆଲୋଚନା

ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଗରିବ ଲୋକଙ୍କ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଉଛି ବୋଲି ଉମା ଭାରତୀ କହିଛନ୍ତି। ସେ ଦୋକାନୀମାନଙ୍କୁ ନିଜ ନିଜ ସ୍ଥାନରେ ପୁଣିଥରେ ଠେଲା ଲଗାଇବାକୁ କହିବା ସହ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରସଙ୍ଗରେ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ଯଦି ଭବିଷ୍ୟତରେ ଗରିବଙ୍କ ଉପରେ ପୁଣିଥରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ସେ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର