ରିଲ୍ସ ପାଇଁ ପାଗଳାମି: ବୃଦ୍ଧ ବାପାଙ୍କୁ ବସ୍ତାରେ ଭର୍ତ୍ତି କରି କୋରିୟରରେ ପାର୍ସଲ କରିବାକୁ ପରିବାରର ଉଦ୍ୟମ

Madhusudan Das Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ କୋରିଅର କମ୍ପାନୀର କର୍ମଚାରୀମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ଗୋଟିଏ ପରିବାର ଏକ ବୃଦ୍ଧଙ୍କୁ ବସ୍ତାରେ ପୂରାଇ ପାର୍ସଲ କରିବାକୁ ଚେଷ୍ଟା କରିଥିଲେ।

ଆହୁରି ପଢ଼ନ୍ତୁ: ଡେରାଡୁନରେ ୧୪ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ନାବାଳକ ଅଟକ

ପୋଲିସ ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ବ୍ୟାଲିକାଭଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଉଗାଦି ଏବଂ ଇଦ୍-ଉଲ୍-ଫିତର ପୂର୍ବରୁ ବସ୍ ଭଡ଼ା ବୃଦ୍ଧିକୁ ବିରୋଧ କରି ଏହା ଏକ ପ୍ରତୀକାତ୍ମକ ପ୍ରତିବାଦ ବୋଲି ପରିବାର ଲୋକେ ଦାବି କରିଥିଲେ। ବୃଦ୍ଧଙ୍କ ଝିଅ ପୋଲିସକୁ କହିଥିଲେ ଯେ ସେମାନେ କେବଳ ଏକ ସୋସିଆଲ ମିଡିଆ ରିଲ୍ (Reel) ତିଆରି କରିବା ସହ ପ୍ରତିବାଦ ଜଣାଇବା ପାଇଁ ଏହି ଷ୍ଟଣ୍ଟ କରିଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ

ଏହି ଅଜବ ଅନୁରୋଧ ଦେଖି କୋରିଅର କମ୍ପାନୀର ଅଧିକାରୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସର ପଚରାଉଚରା ଚାଲିଥିବା ବେଳେ ବସ୍ତା ଭିତରେ ଥିବା ବୃଦ୍ଧ ଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ପରିସ୍ଥିତି ଗମ୍ଭୀର ହୋଇପଡିଥିଲା। ପୋଲିସ କହିଛି ଯେ ଏହି କାର୍ଯ୍ୟ ବୃଦ୍ଧଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରିଥାନ୍ତା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ୨୪ ଘଣ୍ଟା ମଧ୍ୟରେ ଦୁବାଇ ଉପରେ ଦ୍ୱିତୀୟ ଥର ଆକ୍ରମଣ, ବାଗଦାଦସ୍ଥିତ ଆମେରିକୀୟ ଦୂତାବାସକୁ ଟାର୍ଗେଟ

ଏହି ଘଟଣାରେ ପରିବାର ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ପୋଲିସ ସେମାନଙ୍କୁ କଡ଼ା ଚେତାବନୀ ଦେବା ସହ ଏକ ଭିଡିଓ କ୍ଷମାପ୍ରାର୍ଥନା ଜାରି କରିବା ପରେ ଛାଡି ଦେଇଛି। ଭବିଷ୍ୟତରେ ଏଭଳି ବିପଜ୍ଜନକ ଷ୍ଟଣ୍ଟ ନକରିବାକୁ ପୋଲିସ ପରିବାରକୁ କଡ଼ା ତାଗିଦ୍ କରିଛି।

19 Mar 2026 By Madhusudan Das

ରିଲ୍ସ ପାଇଁ ପାଗଳାମି: ବୃଦ୍ଧ ବାପାଙ୍କୁ ବସ୍ତାରେ ଭର୍ତ୍ତି କରି କୋରିୟରରେ ପାର୍ସଲ କରିବାକୁ ପରିବାରର ଉଦ୍ୟମ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ କୋରିଅର କମ୍ପାନୀର କର୍ମଚାରୀମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ଗୋଟିଏ ପରିବାର ଏକ ବୃଦ୍ଧଙ୍କୁ ବସ୍ତାରେ ପୂରାଇ ପାର୍ସଲ କରିବାକୁ ଚେଷ୍ଟା କରିଥିଲେ।

ପୋଲିସ ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ବ୍ୟାଲିକାଭଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଉଗାଦି ଏବଂ ଇଦ୍-ଉଲ୍-ଫିତର ପୂର୍ବରୁ ବସ୍ ଭଡ଼ା ବୃଦ୍ଧିକୁ ବିରୋଧ କରି ଏହା ଏକ ପ୍ରତୀକାତ୍ମକ ପ୍ରତିବାଦ ବୋଲି ପରିବାର ଲୋକେ ଦାବି କରିଥିଲେ। ବୃଦ୍ଧଙ୍କ ଝିଅ ପୋଲିସକୁ କହିଥିଲେ ଯେ ସେମାନେ କେବଳ ଏକ ସୋସିଆଲ ମିଡିଆ ରିଲ୍ (Reel) ତିଆରି କରିବା ସହ ପ୍ରତିବାଦ ଜଣାଇବା ପାଇଁ ଏହି ଷ୍ଟଣ୍ଟ କରିଥିଲେ।

ଏହି ଅଜବ ଅନୁରୋଧ ଦେଖି କୋରିଅର କମ୍ପାନୀର ଅଧିକାରୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସର ପଚରାଉଚରା ଚାଲିଥିବା ବେଳେ ବସ୍ତା ଭିତରେ ଥିବା ବୃଦ୍ଧ ଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ପରିସ୍ଥିତି ଗମ୍ଭୀର ହୋଇପଡିଥିଲା। ପୋଲିସ କହିଛି ଯେ ଏହି କାର୍ଯ୍ୟ ବୃଦ୍ଧଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରିଥାନ୍ତା।

ଏହି ଘଟଣାରେ ପରିବାର ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ପୋଲିସ ସେମାନଙ୍କୁ କଡ଼ା ଚେତାବନୀ ଦେବା ସହ ଏକ ଭିଡିଓ କ୍ଷମାପ୍ରାର୍ଥନା ଜାରି କରିବା ପରେ ଛାଡି ଦେଇଛି। ଭବିଷ୍ୟତରେ ଏଭଳି ବିପଜ୍ଜନକ ଷ୍ଟଣ୍ଟ ନକରିବାକୁ ପୋଲିସ ପରିବାରକୁ କଡ଼ା ତାଗିଦ୍ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର