ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ବି ଭାରତରେ ନାହିଁ ଇନ୍ଧନର ଅଭାବ; ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

Madhusudan Das Picture
Published On

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତରେ କୌଣସି ଇନ୍ଧନର ଅଭାବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୁରୁବାର ଦିନ ଆଶ୍ୱାସନା ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି ଏବଂ ଭାରତର ଊର୍ଜା ସୁରକ୍ଷା ସମ୍ପୂର୍ଣ୍ଣ ଭାବେ ନିରାପଦ ଅଟେ। ସଂସଦରେ ଉଦବୋଧନ ଦେଇ ସେ ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବର ଶିକାର ନହେବାକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅଶାନ୍ତି କାରଣରୁ ଭାରତ ନିଜର ଇନ୍ଧନ ଆମଦାନୀ ପାଇଁ ବିକଳ୍ପ ପଥ ଆପଣାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ କୂଟନୈତିକ ପ୍ରୟାସ ଯୋଗୁଁ, ହରମୁଜ୍ ପ୍ରଣାଳୀ ଦେଇ ଯେତିକି ପରିମାଣର ଅଶୋଧିତ ତୈଳ ଆସିବା କଥା, ତା'ଠାରୁ ଅଧିକ ତୈଳ ସୁରକ୍ଷିତ ଭାବେ ଅଣାଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଭାରତ ବିଭିନ୍ନ ବିକଳ୍ପ ମାର୍ଗ ଦେଇ ପ୍ରାୟ ୪୦ଟି ଦେଶରୁ ଅଶୋଧିତ ତୈଳ ସଂଗ୍ରହ କରୁଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଦେଶର ଘରୋଇ ଖାଉଟିମାନଙ୍କ ପାଇଁ ଇନ୍ଧନର କୌଣସି ଅଭାବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବିଶେଷ କରି ସାଧାରଣ ପରିବାର ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ସିଏନଜି (CNG) ଏବଂ ପିଏନଜି (PNG) ଯୋଗାଣ ଜାରି ରହିବ। ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଦେଶବାସୀ ଆତଙ୍କିତ ହେବାର କୌଣସି କାରଣ ନାହିଁ, ଘରୋଇ ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ଊର୍ଜା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଅନ୍ୟପକ୍ଷରେ, ଇରାନରେ ଥିବା ଭାରତୀୟ ନାଗରିକଙ୍କୁ ସହାୟତା ପ୍ରଦାନ ଏବଂ ସିପିଂ କ୍ଷେତ୍ରର ସୁରକ୍ଷା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ନିରନ୍ତର କାର୍ଯ୍ୟ କରୁଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚିଙ୍କ ମଧ୍ୟରେ ନିକଟରେ ତିନିଥର ଆଲୋଚନା ହୋଇଛି। ଏହି ଆଲୋଚନାରେ ମୁଖ୍ୟତଃ ଜାହାଜ ଚଳାଚଳର ସୁରକ୍ଷା ଏବଂ ଭାରତର ଊର୍ଜା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର