ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

Madhusudan Das Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ-ଆମେରିକା ଆକ୍ରମଣରେ ଫେବୃଆରୀ ୨୮ ରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଆଲି ଖାମେନେଇଙ୍କ ନିହତ ହେବା ପରେ ତାଙ୍କ ପୁଅ ମୋଜତାବା ଖାମେନେଇ ଦେଶର ନୂଆ ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ମୋଜତାବା କେବେବି ତାଙ୍କ ବାପାଙ୍କ ପସନ୍ଦ ନଥିଲେ କିମ୍ବା ତାଙ୍କ ଇଚ୍ଛାପତ୍ରରେ ମୋଜତାବାଙ୍କ ନାମ ନଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଇରାନର ଗୁପ୍ତଚର ବିଭାଗ ସହ ଜଡିତ ବିରୋଧୀ ଗୋଷ୍ଠୀ ନ୍ୟାସନାଲ୍ ୟୁନିଅନ୍ ଫର୍ ଡେମୋକ୍ରାସିର ଗବେଷଣା ନିର୍ଦ୍ଦେଶକ ଖୋସରୋ ଇସ୍ଫାହାନି କହିଛନ୍ତି ଯେ, 'ଖାମେନେଇ ନିଜ ଇଚ୍ଛାପତ୍ରରେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୋଜତାବାଙ୍କୁ ତାଙ୍କର ଉତ୍ତରାଧିକାରୀ କରା ନଯାଉ।' ଏହା ସତ୍ତ୍ୱେ ମାର୍ଚ୍ଚ ୮ ରେ ୫୬ ବର୍ଷୀୟ ମୋଜତାବାଙ୍କୁ ଇରାନର ସର୍ବୋଚ୍ଚ ନେତା ଭାବେ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ମୋଜତାବା ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ ଏବଂ ଅର୍ଥନୈତିକ ସଂଗଠନ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ସହ ନିବିଡ଼ ଭାବେ ଜଡ଼ିତ ଅଛନ୍ତି। ଆଇଆରଜିସି ମୋଜତାବାଙ୍କ ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ପ୍ରକାଶ କରିଛି। ରଏଟର୍ସର ରିପୋର୍ଟ ଅନୁଯାୟୀ, ଆଇଆରଜିସି ମୋଜତାବାଙ୍କୁ ଏକ ଅଧିକ ନମନୀୟ ନେତା ଭାବେ ଦେଖୁଛି, ଯିଏ ସେମାନଙ୍କ କଠୋରପନ୍ଥୀ ନୀତିକୁ ସମର୍ଥନ କରିବେ। ତେବେ, ବରିଷ୍ଠ ରାଜନୈତିକ ଏବଂ ଧାର୍ମିକ ନେତାଙ୍କ ବିରୋଧ କାରଣରୁ ତାଙ୍କୁ ସର୍ବୋଚ୍ଚ ନେତା ଭାବେ ଘୋଷଣା କରିବାରେ କିଛି ଘଣ୍ଟା ବିଳମ୍ବ ହୋଇଥିଲା।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଇରାନର ନୂଆ ନେତା ଭାବେ ମୋଜତାବାଙ୍କ ନାମ ଘୋଷଣା ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଫକ୍ସ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ସେ ଇରାନର ଏହି ନିଷ୍ପତ୍ତିରେ 'ଖୁସି ନୁହଁନ୍ତି' ଏବଂ ମୋଜତାବା 'ଶାନ୍ତିରେ ବଞ୍ଚିପାରିବେ ନାହିଁ' ବୋଲି ସେ ଚେତାବନୀ ଦେଇଛନ୍ତି। ଆକ୍ସିଓସ୍‌କୁ ଟ୍ରମ୍ପ କହିଛନ୍ତି ଯେ ଇରାନରେ ମୋଜତାବାଙ୍କ ନେତୃତ୍ୱ 'ଗ୍ରହଣୀୟ ନୁହେଁ'। ଯଦି ଖାମେନେଇଙ୍କ ପୁରୁଣା ନୀତି ବଜାୟ ରହେ, ତେବେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର