ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

Suryakanta Picture
Published On

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ପୁଣି ଥରେ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀ 'ରିଲାଏନ୍ସ ପାୱାର' ସହ ଜଡିତ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ମୁମ୍ବାଇ ଏବଂ ହାଇଦ୍ରାବାଦରେ ଏହି ଚଢ଼ଉ ଜାରି ରହିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ସହ ଜଡିତ ପ୍ରାୟ ୧୦ରୁ ୧୨ଟି ସ୍ଥାନରେ ଇଡିର ୧୫ଟି ଟିମ୍ ଏକକାଳୀନ ତଲାସି ଅଭିଯାନ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

କାହିଁକି ହେଉଛି ଚଢ଼ଉ?

ସୂଚନା ଅନୁସାରେ, ଏହି ଚଢ଼ଉ ଏକ କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସହ ଜଡିତ। ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଏବଂ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଇଡି ଏହି ତଦନ୍ତ କରୁଛି। ରିଲାଏନ୍ସ ପାୱାର ଲିମିଟେଡ୍ ଦ୍ୱାରା ପାଣ୍ଠିର ଅନିୟମିତତା ଏବଂ ଋଣ ଅର୍ଥର ବିପଥଗାମୀ ବ୍ୟବହାର ନେଇ ଅଭିଯୋଗ ରହିଛି, ଯାହାକୁ ଭିତ୍ତି କରି ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ଅମ୍ବାନୀଙ୍କ ଅଡ଼ୁଆ ବଢ଼ିଲା

ଏହି ମାମଲାରେ ଅନିଲ ଅମ୍ବାନୀଙ୍କୁ ପୂର୍ବରୁ ଇଡି ଦୁଇଥର ଜେରା କରିସାରିଛି। ନିକଟରେ ଫେବୃଆରୀ ମାସରେ ଇଡି ତାଙ୍କର ମୁମ୍ବାଇସ୍ଥିତ ବାସଭବନକୁ ମଧ୍ୟ ଅସ୍ଥାୟୀ ଭାବେ ଜବତ କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇଡି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରି ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକ ବିରୋଧରେ ଥିବା ବ୍ୟାଙ୍କ ଋଣ ଠକେଇ ମାମଲାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

06 Mar 2026 By Suryakanta

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ପୁଣି ଥରେ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀ 'ରିଲାଏନ୍ସ ପାୱାର' ସହ ଜଡିତ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ମୁମ୍ବାଇ ଏବଂ ହାଇଦ୍ରାବାଦରେ ଏହି ଚଢ଼ଉ ଜାରି ରହିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ସହ ଜଡିତ ପ୍ରାୟ ୧୦ରୁ ୧୨ଟି ସ୍ଥାନରେ ଇଡିର ୧୫ଟି ଟିମ୍ ଏକକାଳୀନ ତଲାସି ଅଭିଯାନ ଚଳାଇଛନ୍ତି।

କାହିଁକି ହେଉଛି ଚଢ଼ଉ?

ସୂଚନା ଅନୁସାରେ, ଏହି ଚଢ଼ଉ ଏକ କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସହ ଜଡିତ। ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଏବଂ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଇଡି ଏହି ତଦନ୍ତ କରୁଛି। ରିଲାଏନ୍ସ ପାୱାର ଲିମିଟେଡ୍ ଦ୍ୱାରା ପାଣ୍ଠିର ଅନିୟମିତତା ଏବଂ ଋଣ ଅର୍ଥର ବିପଥଗାମୀ ବ୍ୟବହାର ନେଇ ଅଭିଯୋଗ ରହିଛି, ଯାହାକୁ ଭିତ୍ତି କରି ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅମ୍ବାନୀଙ୍କ ଅଡ଼ୁଆ ବଢ଼ିଲା

ଏହି ମାମଲାରେ ଅନିଲ ଅମ୍ବାନୀଙ୍କୁ ପୂର୍ବରୁ ଇଡି ଦୁଇଥର ଜେରା କରିସାରିଛି। ନିକଟରେ ଫେବୃଆରୀ ମାସରେ ଇଡି ତାଙ୍କର ମୁମ୍ବାଇସ୍ଥିତ ବାସଭବନକୁ ମଧ୍ୟ ଅସ୍ଥାୟୀ ଭାବେ ଜବତ କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇଡି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରି ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକ ବିରୋଧରେ ଥିବା ବ୍ୟାଙ୍କ ଋଣ ଠକେଇ ମାମଲାର ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର