ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ ମେଘ: ୧୮୦୦ ବିମାନ ବାତିଲ, ଆକାଶପଥ ବନ୍ଦ ଯୋଗୁଁ ଯାତ୍ରୀ ହନ୍ତସନ୍ତ

Suryakanta Picture
Published On

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଇଛି। ରବିବାର ଦିନ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଭୟଙ୍କର ଆକ୍ରମଣ କରିବା ପରେ ସମଗ୍ର ଅଞ୍ଚଳରେ ଅସ୍ଥିରତା ଦେଖାଦେଇଛି। ଏହି ଆକ୍ରମଣର ପ୍ରଭାବ ବିମାନ ଚଳାଚଳ ଉପରେ ଗୁରୁତର ଭାବେ ପଡ଼ିଛି, ଯାହା ଫଳରେ ମଧ୍ୟପ୍ରାଚ୍ୟର ପ୍ରମୁଖ ବିମାନ ବନ୍ଦରଗୁଡ଼ିକ ବନ୍ଦ ରହିଛି ଏବଂ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

୧୮୦୦ରୁ ଊର୍ଦ୍ଧ୍ୱ ବିମାନ ବାତିଲ

ରିପୋର୍ଟ ଅନୁଯାୟୀ, ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ୧୮୦୦ ବିମାନ ବାତିଲ କରାଯାଇଛି। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ବିମାନ ବନ୍ଦର ଦୁବାଇ ଏବଂ ଦୋହା ସମେତ ଅନେକ ପ୍ରମୁଖ ଏୟାରପୋର୍ଟକୁ ସାମୟିକ ଭାବେ ବନ୍ଦ କିମ୍ବା ସୀମିତ କରାଯାଇଛି। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ବିଶ୍ୱବ୍ୟାପୀ ପ୍ରାୟ ୧୯,୦୦୦ ବିମାନ ବିଳମ୍ବିତ ହୋଇଛି। ଏୟାର ଇଣ୍ଡିଆ, ଏମିରେଟ୍ସ, ଏବଂ କତାର ଏୟାରୱେଜ୍ ଭଳି ବଡ଼ ବଡ଼ ବିମାନ ସଂସ୍ଥା ମଧ୍ୟପ୍ରାଚ୍ୟକୁ ଯାଉଥିବା ନିଜର ସମସ୍ତ ବିମାନ ସେବାକୁ ବାତିଲ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଆକାଶପଥ ବନ୍ଦ ଘୋଷଣା

ଇରାନ ଉପରେ ଆକ୍ରମଣ ପରେ ଇରାନ, ଇସ୍ରାଏଲ, ଜୋର୍ଡାନ, ଇରାକ ଏବଂ ଲେବାନନ ନିଜ ନିଜର ଆକାଶପଥକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ କୁଏତ ଏବଂ ୟୁଏଇ (UAE) ମଧ୍ୟ ଆଂଶିକ ଭାବେ ନିଜର ଆକାଶପଥ ବନ୍ଦ ରଖିଛନ୍ତି। ଏହି କାରଣରୁ ୟୁରୋପ ଏବଂ ଏସିଆ ମଧ୍ୟରେ ଯାତାୟାତ କରୁଥିବା ବିମାନଗୁଡ଼ିକୁ ଅନ୍ୟ ରୁଟ୍ ଦେଇ ଯିବାକୁ ପଡ଼ୁଛି, ଯାହା ଯାତ୍ରା ସମୟ ଏବଂ ଖର୍ଚ୍ଚ ବୃଦ୍ଧି କରିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଯାତ୍ରୀମାନଙ୍କ ଦୁର୍ଦ୍ଦଶା

ହଠାତ୍ ବିମାନ ବାତିଲ ହେବା କାରଣରୁ ବିମାନ ବନ୍ଦରଗୁଡ଼ିକରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି। ବିଶେଷକରି ଦୁବାଇ ଏବଂ ଅବୁଧାବିରେ ଟ୍ରାନଜିଟ୍ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତରୁ ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ଦେଶଗୁଡ଼ିକୁ ଯାଉଥିବା ଯାତ୍ରୀମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ବିମାନ ସେବା ପୁନଃଚାଳନ ନେଇ ଅନିଶ୍ଚିତତା ଲାଗିରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର