ଟ୍ରମ୍ପଙ୍କୁ ଫୋନ୍ କଲେ ମେୟର, ତୁରନ୍ତ ମୁକୁଳିଲେ ଛାତ୍ରୀ; ଜାଣନ୍ତୁ କିଏ ଏହି ଏଲମିନା?

Tapas Ranjan Nanda Picture
Published On

ନିୟୁୟର୍କ: ଆମେରିକାର ନିୟୁୟର୍କ ମେୟର ଜୋହରାନ ମମଦାନୀ ଜଣେ ଛାତ୍ରୀଙ୍କ ମୁକ୍ତି ପାଇଁ ସିଧାସଳଖ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି। ମେୟରଙ୍କ ଏହି ହସ୍ତକ୍ଷେପ ପରେ ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (ICE) ଏଜେଣ୍ଟମାନେ ତୁରନ୍ତ ଉକ୍ତ ଛାତ୍ରୀଙ୍କୁ ମୁକ୍ତ କରିଦେଇଛନ୍ତି। ମୁକୁଳିଥିବା ଛାତ୍ରୀ ଜଣଙ୍କ ନାମ ଏଲମିନା ଅଘାୟେଭା ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

କିଏ ଏହି ଏଲମିନା?

ଏଲମିନା ଆମେରିକାର କଲମ୍ବିଆ ୟୁନିଭରସିଟିରେ ପାଠ ପଢନ୍ତି। ସେ ମୂଳତଃ ଅଜରବୈଜାନର ବାସିନ୍ଦା। ସୋସିଆଲ ମିଡିଆରେ ତାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ସେ ଜଣେ ଜଣାଶୁଣା ଇନଫ୍ଲୁଏନ୍ସର। ସୂଚନା ଅନୁଯାୟୀ, ୨୦୧୬ ମସିହାରେ ତାଙ୍କର ଷ୍ଟୁଡେଣ୍ଟ ଭିସା ଅବଧି ଶେଷ ହୋଇଯାଇଥିଲା। ଏହି କାରଣରୁ ICE ତାଙ୍କୁ ଗିରଫ କରିଥିଲା। ଏଲମିନା ୟୁନିଭରସିଟିର ସ୍କୁଲ ଅଫ୍ ଜେନେରାଲ ଷ୍ଟଡିଜରେ ସିନିୟର ଛାତ୍ରୀ ଏବଂ ସେ ନ୍ୟୁରୋସାଇନ୍ସ ଓ ପଲିଟିକାଲ ସାଇନ୍ସରେ ଅଧ୍ୟୟନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଏଲମିନାଙ୍କୁ ଫେବୃଆରୀ ୨୬ରେ ଘଣ୍ଟା ଘଣ୍ଟା ଧରି DHS ହେପାଜତରେ ରଖାଯାଇଥିଲା। ଏନେଇ ମେୟର ଜୋହରାନ ମମଦାନୀ ଚିନ୍ତା ପ୍ରକଟ କରିବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫୋନରେ ଆଲୋଚନା କରିଥିଲେ। ଆଲୋଚନା ପରେ ଟ୍ରମ୍ପ ଏଲମିନାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁକୁଳିବା ପରେ ଏଲମିନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି କିନ୍ତୁ ଏହି ଘଟଣା ଯୋଗୁଁ ସେ ମାନସିକ ସ୍ତରରେ ଆଘାତ ପାଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

27 Feb 2026 By Tapas Ranjan Nanda

ଟ୍ରମ୍ପଙ୍କୁ ଫୋନ୍ କଲେ ମେୟର, ତୁରନ୍ତ ମୁକୁଳିଲେ ଛାତ୍ରୀ; ଜାଣନ୍ତୁ କିଏ ଏହି ଏଲମିନା?

ନିୟୁୟର୍କ: ଆମେରିକାର ନିୟୁୟର୍କ ମେୟର ଜୋହରାନ ମମଦାନୀ ଜଣେ ଛାତ୍ରୀଙ୍କ ମୁକ୍ତି ପାଇଁ ସିଧାସଳଖ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି। ମେୟରଙ୍କ ଏହି ହସ୍ତକ୍ଷେପ ପରେ ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (ICE) ଏଜେଣ୍ଟମାନେ ତୁରନ୍ତ ଉକ୍ତ ଛାତ୍ରୀଙ୍କୁ ମୁକ୍ତ କରିଦେଇଛନ୍ତି। ମୁକୁଳିଥିବା ଛାତ୍ରୀ ଜଣଙ୍କ ନାମ ଏଲମିନା ଅଘାୟେଭା ବୋଲି ଜଣାପଡିଛି।

କିଏ ଏହି ଏଲମିନା?

ଏଲମିନା ଆମେରିକାର କଲମ୍ବିଆ ୟୁନିଭରସିଟିରେ ପାଠ ପଢନ୍ତି। ସେ ମୂଳତଃ ଅଜରବୈଜାନର ବାସିନ୍ଦା। ସୋସିଆଲ ମିଡିଆରେ ତାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ସେ ଜଣେ ଜଣାଶୁଣା ଇନଫ୍ଲୁଏନ୍ସର। ସୂଚନା ଅନୁଯାୟୀ, ୨୦୧୬ ମସିହାରେ ତାଙ୍କର ଷ୍ଟୁଡେଣ୍ଟ ଭିସା ଅବଧି ଶେଷ ହୋଇଯାଇଥିଲା। ଏହି କାରଣରୁ ICE ତାଙ୍କୁ ଗିରଫ କରିଥିଲା। ଏଲମିନା ୟୁନିଭରସିଟିର ସ୍କୁଲ ଅଫ୍ ଜେନେରାଲ ଷ୍ଟଡିଜରେ ସିନିୟର ଛାତ୍ରୀ ଏବଂ ସେ ନ୍ୟୁରୋସାଇନ୍ସ ଓ ପଲିଟିକାଲ ସାଇନ୍ସରେ ଅଧ୍ୟୟନ କରୁଛନ୍ତି।

ଏଲମିନାଙ୍କୁ ଫେବୃଆରୀ ୨୬ରେ ଘଣ୍ଟା ଘଣ୍ଟା ଧରି DHS ହେପାଜତରେ ରଖାଯାଇଥିଲା। ଏନେଇ ମେୟର ଜୋହରାନ ମମଦାନୀ ଚିନ୍ତା ପ୍ରକଟ କରିବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫୋନରେ ଆଲୋଚନା କରିଥିଲେ। ଆଲୋଚନା ପରେ ଟ୍ରମ୍ପ ଏଲମିନାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁକୁଳିବା ପରେ ଏଲମିନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି କିନ୍ତୁ ଏହି ଘଟଣା ଯୋଗୁଁ ସେ ମାନସିକ ସ୍ତରରେ ଆଘାତ ପାଇଥିବା କହିଛନ୍ତି।

https://www.thesakala.in/national-international/ny-mayor-zohran-mamdani-calls-trump-elmina-aghayeva-released-ice/article-45019
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର