ଚା’ ପାଇଁ ବିଳମ୍ବ ହେବାରୁ ଦୋକାନୀଙ୍କୁ ମାଡ଼ ଓ ଅଶାଳୀନ ଗାଳି, ମଥୁରା ଜଙ୍କସନରେ ଜିଆରପି ଏସଆଇ ନିଲମ୍ବିତ

Tapas Ranjan Nanda Picture
Published On

ଉତ୍ତର ପ୍ରଦେଶର ମଥୁରା ଜଙ୍କସନରେ ଜଣେ ଚା’ ଦୋକାନୀଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାଡ଼ ମାରିବା ଅଭିଯୋଗରେ ଜଣେ ସରକାରୀ ରେଳବାଇ ପୋଲିସ (ଜିଆରପି) ସବ-ଇନ୍ସପେକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓରେ ସମ୍ପୃକ୍ତ ପୋଲିସ ଅଧିକାରୀ ଜଣଙ୍କ ଚା’ ଦୋକାନୀଙ୍କୁ ଗାଳିଗୁଲଜ କରିବା ସହ ଅତ୍ୟନ୍ତ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

ସୂଚନା ଅନୁଯାୟୀ, ଗତ ବୁଧବାର ସକାଳେ ମଥୁରା ଜଙ୍କସନର ପ୍ଲାଟଫର୍ମ ନମ୍ବର ୮ରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସବ-ଇନ୍ସପେକ୍ଟର ବିବେକ କୁମାର ଚା’ ଦୋକାନୀ ସୂରଜ ଚୌହାନଙ୍କ ପାଖକୁ ଯାଇ ଚା’ ପ୍ରସ୍ତୁତ କରିବାକୁ କହିଥିଲେ। ସେହି ସମୟରେ ସୂରଜ ନିଜ ଦୋକାନ ସଫା କରୁଥିବାରୁ ଟିକେ ସମୟ ମାଗିଥିଲେ। କିଛି ସମୟ ପରେ ବିବେକ କୁମାର ପୁଣି ଫେରିଥିଲେ ମଧ୍ୟ ସୂରଜ ସଫେଇ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏହାପରେ ସେ ସୂରଜଙ୍କୁ ଚାପୁଡ଼ା ମାରିବା ସହ ଅତ୍ୟନ୍ତ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ସିସିଟିଭିରେ କଏଦ ହେଲା ଦୃଶ୍ୟ

ଏହି ସମସ୍ତ ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଭିଡିଓରେ ସବ-ଇନ୍ସପେକ୍ଟର ଜଣଙ୍କ ଦୋକାନୀଙ୍କୁ ‘ପାଟିରେ ପରିସ୍ରା କରିଦେବି’ ବୋଲି ଧମକ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି। ଜିଆରପି ଏସପି ଅନିଲ କୁମାର ଝା ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିବେକ କୁମାରଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ଏଭଳି ଆଚରଣକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

27 Feb 2026 By Tapas Ranjan Nanda

ଚା’ ପାଇଁ ବିଳମ୍ବ ହେବାରୁ ଦୋକାନୀଙ୍କୁ ମାଡ଼ ଓ ଅଶାଳୀନ ଗାଳି, ମଥୁରା ଜଙ୍କସନରେ ଜିଆରପି ଏସଆଇ ନିଲମ୍ବିତ

ଉତ୍ତର ପ୍ରଦେଶର ମଥୁରା ଜଙ୍କସନରେ ଜଣେ ଚା’ ଦୋକାନୀଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାଡ଼ ମାରିବା ଅଭିଯୋଗରେ ଜଣେ ସରକାରୀ ରେଳବାଇ ପୋଲିସ (ଜିଆରପି) ସବ-ଇନ୍ସପେକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓରେ ସମ୍ପୃକ୍ତ ପୋଲିସ ଅଧିକାରୀ ଜଣଙ୍କ ଚା’ ଦୋକାନୀଙ୍କୁ ଗାଳିଗୁଲଜ କରିବା ସହ ଅତ୍ୟନ୍ତ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତ ବୁଧବାର ସକାଳେ ମଥୁରା ଜଙ୍କସନର ପ୍ଲାଟଫର୍ମ ନମ୍ବର ୮ରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସବ-ଇନ୍ସପେକ୍ଟର ବିବେକ କୁମାର ଚା’ ଦୋକାନୀ ସୂରଜ ଚୌହାନଙ୍କ ପାଖକୁ ଯାଇ ଚା’ ପ୍ରସ୍ତୁତ କରିବାକୁ କହିଥିଲେ। ସେହି ସମୟରେ ସୂରଜ ନିଜ ଦୋକାନ ସଫା କରୁଥିବାରୁ ଟିକେ ସମୟ ମାଗିଥିଲେ। କିଛି ସମୟ ପରେ ବିବେକ କୁମାର ପୁଣି ଫେରିଥିଲେ ମଧ୍ୟ ସୂରଜ ସଫେଇ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏହାପରେ ସେ ସୂରଜଙ୍କୁ ଚାପୁଡ଼ା ମାରିବା ସହ ଅତ୍ୟନ୍ତ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ।

ସିସିଟିଭିରେ କଏଦ ହେଲା ଦୃଶ୍ୟ

ଏହି ସମସ୍ତ ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଭିଡିଓରେ ସବ-ଇନ୍ସପେକ୍ଟର ଜଣଙ୍କ ଦୋକାନୀଙ୍କୁ ‘ପାଟିରେ ପରିସ୍ରା କରିଦେବି’ ବୋଲି ଧମକ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି। ଜିଆରପି ଏସପି ଅନିଲ କୁମାର ଝା ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିବେକ କୁମାରଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ଏଭଳି ଆଚରଣକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି।

https://www.thesakala.in/national-international/up-grp-si-suspended-mathura-tea-vendor-assault/article-45017
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର