ତେଲଙ୍ଗାନାରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ସଫେଇ କର୍ମୀଙ୍କ ଦରମା ୨ଲକ୍ଷ, ଇଞ୍ଜିନିୟରଙ୍କ ୭ ଲକ୍ଷ ଟଙ୍କା

Madhusudan Das Picture
Published On

ହାଇଦରାବାଦ: ସରକାରୀ ଚାକିରିକୁ ନେଇ ଯୁବ ପିଢିଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି। ସବୁଠାରୁ କମ ଶିକ୍ଷା ଯୋଗ୍ୟତା ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ବାହାରିଲେ ବି ପିଜି, ଡିଗ୍ରୀ, ଇଞ୍ଜିନିୟର, ବିଟେକ ପିଲା ଆବେଦନ କରୁଛନ୍ତି। ଏପରି ସମୟରେ ତେଲଙ୍ଗାନାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ଆସିଛି। ରାଜ୍ୟର ବରିଷ୍ଠ ସରକାରୀ ସଫେଇ କର୍ମଚାରୀ ଆଇଏଏସ ଅଧିକାରୀଙ୍କଠାରୁ ଅଧିକ ଦରମା ପାଉଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟପାଳଙ୍କଠାରୁ ମୁଖ୍ୟ ଇଞ୍ଜିନିୟରଙ୍କ ଦରମା ଅଧିକ ରହିଛି। ସଫେଇ କର୍ମୀ ମାସକୁ ୨ ଲକ୍ଷ ଟଙ୍କା ଲେଖାଏଁ ପାଉଥିବାବେଳେ ଇଞ୍ଜିନିୟରମାନେ ୭ ଲକ୍ଷ ଟଙ୍କା ନେଉଛନ୍ତି। ତେଲଙ୍ଗାନା ମୁଖ୍ୟ ସଚିବ କେ ରାମକୃଷ୍ଣ ରାଓ ଏହି ସୂଚନା ଦେଇଛନ୍ତି। ସେଣ୍ଟର ଫର ଇକୋନୋମିକ ଆଣ୍ଡ ସୋସିଆଲ ଷ୍ଟଡିଜ୍ (ସେସ) ପକ୍ଷରୁ ୧୬ତମ ଅର୍ଥ କମିଶନଙ୍କ ସୁପାରିସ ଉପରେ ବୁଧବାର ଆୟୋଜିତ ଏକ ସମ୍ମିଳନୀରେ ସେ ଏହି ତଥ୍ୟ ଉପସ୍ଥପାନ କରିଥିଲେ। 

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାରଙ୍କ ବଢୁଥିବା ବ୍ୟୟ, ବିଶେଷ କରି ଦରମା ଏବଂ ପ୍ରଶାସନିକ ଖର୍ଚ୍ଚ ଉପରେ ଆଲୋକପାତ କରିବାକୁ ଯାଇ ରାଓ ଏହି ଦରମା ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଛନ୍ତି। ୨୦୧୪ ମସିହାରେ ତେଲଙ୍ଗାନା ଗଠନ ପରଠାରୁ ସରକାରୀ ବ୍ୟୟରେ ହୋଇଥିବା ଉଲ୍ଲେଖନୀୟ ବୃଦ୍ଧି ଏହାକୁ ଦର୍ଶାଉଛି। ରାଓ କହିଥିଲେ, ତେଲଙ୍ଗାନା ଗଠନ ହେବାବେଳେ ରାଜ୍ୟର ମାସିକ ଦରମା ଦେବା ପାଇଁ ୧,୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା। ଦରମା ସଂଶୋଧନ,ସିନିଅରିଟି ବେନିଫିଟ୍ ଏବଂ ସରକାରୀ ବିଭାଗଗୁଡ଼ିକର ସମ୍ପ୍ରସାରଣ ଯୋଗୁଁ ବିଗତ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇ ୬ ହଜାର କୋଟିରେ ପହଞ୍ଚି ଯାଇଛି। ଏହା ରାଜ୍ୟ ଉପରେ ବଢୁଥିବା ଆର୍ଥିକ ଚାପକୁ ଦର୍ଶାଉଛି। ପ୍ରଥମ ଦେଖାରେ ଏହି ପରିସଂଖ୍ୟାନ ଆଶ୍ଚର୍ଯ୍ୟଜନକ ମନେ ହେଉଥିଲେ ମଧ୍ୟ, ଏହା ମୁଖ୍ୟତଃ ଦୀର୍ଘ ବର୍ଷର ସେବା, ପଦୋନ୍ନତି ଏବଂ ସରକାରଙ୍କ ଦ୍ୱାରା ସମୟ ସମୟରେ କାର୍ଯ୍ୟକାରୀ କରାଯାଉଥିବା ବେତନ ସଂଶୋଧନର ପ୍ରଭାବକୁ ଦର୍ଶାଏ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ରାଓ କହିଥିଲେ ଯେ ପୌରପାଳିକାରେ ନୂତନ ଭାବେ ଯୋଗ ଦେଇଥିବା କର୍ମଚାରୀମାନେ ମାସକୁ ପ୍ରାୟ ୨୮,୦୦୦ ଟଙ୍କା ଦରମା ପାଆନ୍ତି । ପ୍ରାୟ ୩୦ ବର୍ଷ ହେଲା ସେବା ଦେଉଥିବା ଡ୍ରାଇଭର କିମ୍ବା ସଫେଇ କର୍ମଚାରୀ ଆଦି ମାସକୁ ୧ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଉଛନ୍ତି। ବରିଷ୍ଠ ପଦବୀରେ ଥିବା, ବିଶେଷ କରି ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଝାଡ଼ୁଦାର ପଦୋନ୍ନତି ଏବଂ ଅନ୍ୟ ଆନୁସଙ୍ଗିକ ଭତ୍ତା ସହ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ନେଉଛନ୍ତି। ସେହିପରି ଶୀର୍ଷ ସ୍ତରର ବୈଷୟିକ ଅଧିକାରୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇଥାନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର