ବ୍ରିଟିଶ ସରକାରଙ୍କୁ ଋଣ ଦେଇଥିଲେ ଭାରତୀୟ ବ୍ୟବସାୟୀ! ୧୦୯ ବର୍ଷ ପରେ ହିସାବ ମାଗିଲେ ପରିବାର, ଆଦାୟ ହେବ କୋଟି କୋଟି ଟଙ୍କା

Suryakanta Picture
Published On

ବ୍ରିଟିଶ ଶାସନ କାଳରେ ଭାରତରୁ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟ୍ ହୋଇଥିବା କଥା ଇତିହାସରେ ଲିପିବଦ୍ଧ ରହିଛି। କିନ୍ତୁ ମଧ୍ୟପ୍ରଦେଶର ସିହୋର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଭାରତୀୟ ବ୍ୟବସାୟୀ ବ୍ରିଟିଶ ସରକାରଙ୍କୁ ଋଣ ଦେଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ଫେରସ୍ତ ମିଳିନାହିଁ। ବର୍ତ୍ତମାନ ସେହି ବ୍ୟବସାୟୀଙ୍କ ପରିବାର ୧୦୯ ବର୍ଷ ପୁରୁଣା ଋଣ ଆଦାୟ ପାଇଁ ବ୍ରିଟିଶ ସରକାରଙ୍କୁ ଆଇନଗତ ନୋଟିସ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

୧୯୧୭ ମସିହାର ଘଟଣା

ଘଟଣାଟି ହେଉଛି ୧୯୧୭ ମସିହାର। ସିହୋରର ପ୍ରତିଷ୍ଠିତ ବ୍ୟବସାୟୀ ସେଠ୍ ଜୁମ୍ମାଲାଲ ରୁଠିଆ ସେତେବେଳେ ବ୍ରିଟିଶ ସରକାରଙ୍କୁ ୩୫,୦୦୦ ଟଙ୍କା ଋଣ ଦେଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଆର୍ଥିକ ସଙ୍କଟର ମୁକାବିଲା ଏବଂ ଭୋପାଳ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ରିଟିଶ ଅଧିକାରୀମାନେ ଏହି ଋଣ ନେଇଥିଲେ। ସେହି ସମୟରେ ୩୫,୦୦୦ ଟଙ୍କାର ମୂଲ୍ୟ ବହୁତ ଅଧିକ ଥିଲା।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଦାବି କରୁଛନ୍ତି ନାତି ବିବେକ ରୁଠିଆ

ସେଠ୍ ଜୁମ୍ମାଲାଲଙ୍କ ନାତି ବିବେକ ରୁଠିଆ ଦାବି କରିଛନ୍ତି ଯେ ତାଙ୍କ ପାଖରେ ଏହି ଋଣ ସମ୍ବନ୍ଧୀୟ ସମସ୍ତ ମୂଳ ଦସ୍ତାବିଜ ରହିଛି। ତାଙ୍କ କହିବାନୁସାରେ, ୧୯୩୭ରେ ତାଙ୍କ ଜେଜେବାପାଙ୍କ ଦେହାନ୍ତ ପରେ ଏହି କାଗଜପତ୍ରଗୁଡ଼ିକ ତାଙ୍କ ବାପାଙ୍କ ନିକଟରେ ଥିଲା। ବର୍ତ୍ତମାନ ପରିବାର ଲୋକେ ପୁରୁଣା ବାକ୍ସ ଖୋଜୁଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ ମିଳିଥିଲା। ବିବେକ କହିଛନ୍ତି ଯେ ଆନ୍ତର୍ଜାତିକ ଆଇନ ଅନୁଯାୟୀ କୌଣସି ସାର୍ବଭୌମ ସରକାର ନିଜର ପୁରୁଣା ଋଣ ପରିଶୋଧ କରିବାକୁ ବାଧ୍ୟ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

କୋଟି କୋଟି ଟଙ୍କାର ମୂଲ୍ୟ

ରୁଠିଆ ପରିବାରର ଦାବି ଅନୁଯାୟୀ, ୧୯୧୭ ମସିହାର ୩୫,୦୦୦ ଟଙ୍କା ଆଜିର ବଜାର ମୂଲ୍ୟ ଏବଂ ସୁଧ ହିସାବ କଲେ କୋଟି କୋଟି ଟଙ୍କାରେ ପହଞ୍ଚିବ। ପରିବାର ଏବେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି ଏବଂ ଖୁବଶୀଘ୍ର ବ୍ରିଟିଶ କ୍ରାଉନ୍ ବା ବ୍ରିଟିଶ ସରକାରଙ୍କୁ ଋଣ ପରିଶୋଧ ପାଇଁ ନୋଟିସ ଜାରି କରିବେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର