ଅଲିମ୍ପିକ୍ସ ସରିବା ମାତ୍ରେ ଜାପାନରେ ଶକ୍ତିଶାଳୀ ବାତ୍ୟା

The Sakala Picture
Published On

ଟୋକିଓ: ଟୋକିଓଠାରେ ରବିବାର ଅଲିମ୍ପିକ୍ସ ଉଦଯାପିତ ହେବା ମାତ୍ରେ ଭୀଷଣ ବାତ୍ୟା ଆଲର୍ଟ ଜାରି କରାଯାଇଛି। ଏହାକୁ ନେଇ ପ୍ରାୟ ୯୦ ବିମାନର ଉଡାଣ ବାତିଲ କରାଯାଇଛି। ଚଳିତବର୍ଷର ୯ମ ଟାଇଫୁନ୍‌ ଭାବେ ଏହି ବାତ୍ୟା ଜାପାନର ଦକ୍ଷିଣାଞ୍ଚଳକୁ ସର୍ବାଧିକ ପ୍ରଭାବିତ କରିପାରେ ବୋଲି କୁହାଯାଇଥିବା ବେଳେ ରବିବାର ମଧ୍ୟ ରାତି ସୁଦ୍ଧା ଏହା ଦକ୍ଷିଣ ପଶ୍ଚିମ ଭାଗ କ୍ୟୁସୁ ନିକଟରେ ସ୍ଥଳ ଭାଗ ଛୁଇଁବ ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। […]

ଟୋକିଓ: ଟୋକିଓଠାରେ ରବିବାର ଅଲିମ୍ପିକ୍ସ ଉଦଯାପିତ ହେବା ମାତ୍ରେ ଭୀଷଣ ବାତ୍ୟା ଆଲର୍ଟ ଜାରି କରାଯାଇଛି। ଏହାକୁ ନେଇ ପ୍ରାୟ ୯୦ ବିମାନର ଉଡାଣ ବାତିଲ କରାଯାଇଛି। ଚଳିତବର୍ଷର ୯ମ ଟାଇଫୁନ୍‌ ଭାବେ ଏହି ବାତ୍ୟା ଜାପାନର ଦକ୍ଷିଣାଞ୍ଚଳକୁ ସର୍ବାଧିକ ପ୍ରଭାବିତ କରିପାରେ ବୋଲି କୁହାଯାଇଥିବା ବେଳେ ରବିବାର ମଧ୍ୟ ରାତି ସୁଦ୍ଧା ଏହା ଦକ୍ଷିଣ ପଶ୍ଚିମ ଭାଗ କ୍ୟୁସୁ ନିକଟରେ ସ୍ଥଳ ଭାଗ ଛୁଇଁବ ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜାପାନ ଗଣମାଧ୍ୟମ ଅନୁଯାୟୀ, ଏହି ବାତ୍ୟାର ନାମ ‘ଲୁପିଟ୍ ’ ରଖାଯାଇଥିବା ବେଳେ ଏହା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହିତ ପ୍ରବଳ ବେଗରେ ପବନ ବୋହିବ ବୋଲି କୁହାଯାଇଛି। ସମୁଦ୍ରରେ ଉଚ୍ଚ ଲହଡି ଆସିବାର ସମ୍ଭାବନା ରହିଥିବାରୁ ଦକ୍ଷିଣ ସମୁଦ୍ରକୂଳ ଠାରୁ ଲୋକଙ୍କୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ,ଅଲିମ୍ପିକ୍‌ କ୍ରୀଡ଼ା ସମାପ୍ତ ପରେ ଟୋକିଓରେ ଆସନ୍ତା ୨୪ ତାରିଖରୁ ପାରା ଅଲିମ୍ପିକ୍ସ ମଧ୍ୟ ଆୟୋଜନ ପାଇଁ କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

09 Aug 2021 By The Sakala

ଅଲିମ୍ପିକ୍ସ ସରିବା ମାତ୍ରେ ଜାପାନରେ ଶକ୍ତିଶାଳୀ ବାତ୍ୟା

ଟୋକିଓ: ଟୋକିଓଠାରେ ରବିବାର ଅଲିମ୍ପିକ୍ସ ଉଦଯାପିତ ହେବା ମାତ୍ରେ ଭୀଷଣ ବାତ୍ୟା ଆଲର୍ଟ ଜାରି କରାଯାଇଛି। ଏହାକୁ ନେଇ ପ୍ରାୟ ୯୦ ବିମାନର ଉଡାଣ ବାତିଲ କରାଯାଇଛି। ଚଳିତବର୍ଷର ୯ମ ଟାଇଫୁନ୍‌ ଭାବେ ଏହି ବାତ୍ୟା ଜାପାନର ଦକ୍ଷିଣାଞ୍ଚଳକୁ ସର୍ବାଧିକ ପ୍ରଭାବିତ କରିପାରେ ବୋଲି କୁହାଯାଇଥିବା ବେଳେ ରବିବାର ମଧ୍ୟ ରାତି ସୁଦ୍ଧା ଏହା ଦକ୍ଷିଣ ପଶ୍ଚିମ ଭାଗ କ୍ୟୁସୁ ନିକଟରେ ସ୍ଥଳ ଭାଗ ଛୁଇଁବ ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜାପାନ ଗଣମାଧ୍ୟମ ଅନୁଯାୟୀ, ଏହି ବାତ୍ୟାର ନାମ ‘ଲୁପିଟ୍ ’ ରଖାଯାଇଥିବା ବେଳେ ଏହା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହିତ ପ୍ରବଳ ବେଗରେ ପବନ ବୋହିବ ବୋଲି କୁହାଯାଇଛି। ସମୁଦ୍ରରେ ଉଚ୍ଚ ଲହଡି ଆସିବାର ସମ୍ଭାବନା ରହିଥିବାରୁ ଦକ୍ଷିଣ ସମୁଦ୍ରକୂଳ ଠାରୁ ଲୋକଙ୍କୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ,ଅଲିମ୍ପିକ୍‌ କ୍ରୀଡ଼ା ସମାପ୍ତ ପରେ ଟୋକିଓରେ ଆସନ୍ତା ୨୪ ତାରିଖରୁ ପାରା ଅଲିମ୍ପିକ୍ସ ମଧ୍ୟ ଆୟୋଜନ ପାଇଁ କାର୍ଯ୍ୟକ୍ରମ ରହିଛି।

https://www.thesakala.in/national-international/cyclone-in-japan-as-soon-as-the-olympics-are-over/article-4483
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର