ବିନା ଅନୁମତିରେ ଦେଶ ଛାଡ଼ିବେନି ଅନିଲ ଅମ୍ବାନୀ; ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ

Suryakanta Picture
Published On

ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀ ସୁପ୍ରିମକୋର୍ଟଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ଯେ କୋର୍ଟଙ୍କ ଅନୁମତି ବିନା ସେ ଦେଶ ବାହାରକୁ ଯିବେ ନାହିଁ। କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ସେ ଏହି ସତ୍ୟପାଠ ଦାଖଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଫେବୃଆରୀ ୨୬ରେ ହାଜର ହେବାକୁ ଇଡିର ନୋଟିସ

ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଇଡି ପକ୍ଷରୁ ପୁଣି ଥରେ ସମନ ଜାରି କରାଯାଇଛି। ପୂର୍ବରୁ ତାଙ୍କୁ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ସେ ଉପସ୍ଥିତ ହୋଇପାରି ନଥିଲେ, ଯାହା ପରେ ତଦନ୍ତକାରୀ ସଂସ୍ଥା ଆସନ୍ତା ଫେବୃଆରୀ ୨୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ପ୍ରାୟ ୪୦,୦୦୦ କୋଟି ଟଙ୍କାର କଥିତ ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

କୋର୍ଟରେ କଣ ହେଲା?

ମାମଲାର ଶୁଣାଣି ସମୟରେ ଆବେଦନକାରୀ ଆଶଙ୍କା ପ୍ରକାଶ କରିଥିଲେ ଯେ ଅନ୍ୟ ଆର୍ଥିକ ଅପରାଧୀଙ୍କ ଭଳି ଅନିଲ ଅମ୍ବାନୀ ମଧ୍ୟ ଦେଶ ଛାଡ଼ି ପଳାଇ ପାରନ୍ତି। ଏହାର ଜବାବରେ ଅମ୍ବାନୀଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ମହକିଲ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିବେ ନାହିଁ। ସୁପ୍ରିମକୋର୍ଟ ଏହି ପ୍ରତିଶ୍ରୁତିକୁ ରେକର୍ଡ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସିବିଆଇ (CBI) ଓ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ଅନିଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀଙ୍କୁ ମଧ୍ୟ ଇଡି ସମନ କରିଥିଲା, କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର ହେବା ପାଇଁ ସମୟ ମାଗିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର