ବଢ଼ିଲା ମହମ୍ମଦ ଶାମିଙ୍କ ଅଡ଼ୁଆ: ୧୦ ଲକ୍ଷ ଭରଣପୋଷଣ ସହ ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଆବେଦନ

Tapas Ranjan Nanda Picture
Published On

ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ହାସିନ ଜାହାନ ନିଜର ଭରଣପୋଷଣ ରାଶି ବୃଦ୍ଧି କରିବା ସହ କୋଲକାତାରେ ଚାଲିଥିବା ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୁୟାଁଙ୍କ ଖଣ୍ଡପୀଠ ଶାମି ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

୪ ଲକ୍ଷ ନୁହେଁ ୧୦ ଲକ୍ଷ ଟଙ୍କା ଦାବି

ବର୍ତ୍ତମାନ ଶାମି ନିଜ ପତ୍ନୀ ଏବଂ ଝିଅଙ୍କ ପାଇଁ ମାସିକ ୪ ଲକ୍ଷ ଟଙ୍କାର ଅନ୍ତରୀଣ ଭରଣପୋଷଣ ପ୍ରଦାନ କରୁଛନ୍ତି। ଗତ ବର୍ଷ କୋଲକାତା ହାଇକୋର୍ଟ ଏହି ରାଶି ଧାର୍ଯ୍ୟ କରିଥିଲେ। ମାତ୍ର ଏହି ଅର୍ଥରେ ସେ ସନ୍ତୁଷ୍ଟ ନାହାନ୍ତି ଏବଂ ଏହାକୁ ମାସିକ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଦାବି କରିଛନ୍ତି। ହାସିନଙ୍କ ମତରେ, ଶାମିଙ୍କ ଆୟ ତୁଳନାରେ ଏହି ରାଶି ଯଥେଷ୍ଟ ନୁହେଁ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଦିଲ୍ଲୀକୁ ମାମଲା ସ୍ଥାନାନ୍ତର ପାଇଁ ଆବେଦନ

ହାସିନ ଜାହାନ ସୁପ୍ରିମକୋର୍ଟରେ ଏକ ସ୍ଥାନାନ୍ତର ଆବେଦନ (Transfer Petition) ଦାଖଲ କରିଛନ୍ତି। ସେ କୋଲକାତାରେ ଚାଲିଥିବା ଘରୋଇ ହିଂସା ଏବଂ ଭରଣପୋଷଣ ମାମଲାକୁ ଦିଲ୍ଲୀର କୌଣସି ଅଦାଲତକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ଏହି ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରି ଶୀର୍ଷ ଅଦାଲତ ଶାମିଙ୍କୁ ତାଙ୍କର ପକ୍ଷ ରଖିବାକୁ କହିଛନ୍ତି। ଏହାଫଳରେ ପଡ଼ିଆ ବାହାରେ ଶାମିଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଶାମି ଏବଂ ହାସିନ ଜାହାନ ୨୦୧୪ ମସିହା ଏପ୍ରିଲ ୭ ତାରିଖରେ ବିବାହ କରିଥିଲେ। ୨୦୧୫ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ୨୦୧୮ରେ ହାସିନ, ଶାମି ଓ ତାଙ୍କ ପରିବାର ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ଘରୋଇ ହିଂସା ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଯାଦବପୁର ଥାନାରେ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଥିଲା।

୨୦୧୯ ଅଗଷ୍ଟରେ ଆଲିପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶାମି ଓ ତାଙ୍କ ପରିବାର ବିରୋଧରେ ଗିରଫ ପରୱାନା ଜାରି କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ଏକ ସେସନ୍ସ କୋର୍ଟ ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଏହି ଆଇନଗତ ଲଢ଼େଇ ସୁପ୍ରିମକୋର୍ଟରେ ପହଞ୍ଚିଥିବାରୁ ଏହାର ପରିଣାମ କଣ ହେବ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ପଡ଼ିଆରେ ନିଜର ଶାଣିତ ବୋଲିଂ ପାଇଁ ପରିଚିତ ଶାମିଙ୍କୁ ଏବେ କୋର୍ଟରେ ମଧ୍ୟ ଏକ କଠିନ ଲଢ଼େଇର ସାମ୍ନା କରିବାକୁ ପଡୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର