ରାଜସ୍ଥାନ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ, ୨ ନିଖୋଜ

Tapas Ranjan Nanda Picture
Published On

ରାଜସ୍ଥାନର ଶିଳ୍ପାଞ୍ଚଳ ଭିୱାଡିରେ ଥିବା ଏକ କେମିକାଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୋମବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଏବେ ବି ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର ତୀବ୍ରତା ଏତେ ଅଧିକ ଥିଲା ଯେ କିଛି ମିନିଟ ମଧ୍ୟରେ ନିଆଁ ପୂରା କାରଖାନାକୁ ଗ୍ରାସ କରିନେଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସକାଳ ୯.୩୦ରେ ଲାଗିଥିଲା ନିଆଁ

ଖୁସଖେଡା କରୌଲି ଶିଳ୍ପାଞ୍ଚଳର ପ୍ଲଟ୍ ନମ୍ବର ଜି-୧-୧୧୮ (ବି)ରେ ଥିବା ଏହି କାରଖାନାରେ ସକାଳ ପ୍ରାୟ ୯.୩୦ ସମୟରେ ନିଆଁ ଲାଗିଥିଲା। ସେହି ସମୟରେ ପ୍ରାୟ ୨୫ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। ହଠାତ୍ କାରଖାନା ଭିତରେ ନିଆଁ ଲାଗିଯାଇଥିଲା।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

୯୦ ମିନିଟ୍ ଧରି ଚାଲିଥିଲା ଲଢେଇ

ଖବର ପାଇ ଖୁସଖେଡା ଏବଂ ଭିୱାଡିରୁ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପ୍ରାୟ ୯୦ ମିନିଟର କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁମିତା ମିଶ୍ର କହିଛନ୍ତି ଯେ ନିୟମିତ ପାଟ୍ରୋଲିଂ ସମୟରେ ପୋଲିସ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ତଦନ୍ତ ନିର୍ଦ୍ଦେଶ ଓ ରାଜନୈତିକ ପ୍ରତିକ୍ରିୟା

କାରଖାନା ଭିତରୁ ଶ୍ରମିକମାନଙ୍କର ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଛି କି ନାହିଁ ତାହା ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା ଏହି ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏବଂ ପ୍ରଶାସନ ଶ୍ରମିକଙ୍କ ସୁରକ୍ଷା ପ୍ରତି ଗମ୍ଭୀର ନୁହେଁ ବୋଲି ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର