ରୁଷ-ଆମେରିକା ଚୁକ୍ତି ଶେଷ: ନବୀକରଣ ପାଇଁ ଅରାଜି ଉଭୟ ପୁତିନ ଏବଂ ଟ୍ରମ୍ପ, ବିଶ୍ବ ପ୍ରତି ପୁଣି ପରମାଣୁ ବିପଦ

Madhusudan Das Picture
Published On

ନୂଆଦିଲ୍ଲୀ: ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ମଧ୍ୟରେ ଏକମାତ୍ର ପରମାଣୁ ଚୁକ୍ତିର ଅବଧି ଶେଷ ହୋଇଛି । ଏହି ଚୁକ୍ତିର ନବୀକରଣ ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ପୁତିନ ରାଜି ହେଉ ନଥିବାରୁ ବିଶ୍ବ ପ୍ରତି ପୁଣି ପରମାଣୁ ବିପଦ ଦେଖାଦେଇଛି । ଚୁକ୍ତିର ନବୀକରଣ ନହେଲେ  ସେମାନଙ୍କ ମଧ୍ୟରେ ପରମାଣୁ ଅସ୍ତ୍ର ନିର୍ମାଣ ପ୍ରତିଯୋଗିତା ପୁଣି ଆରମ୍ଭ ହୋଇଯିବ । ୟୁକ୍ରେନରେ ରୁଷିଆର ଆକ୍ରମଣ ଏବଂ ଅନ୍ୟ ଦେଶଗୁଡ଼ିକୁ ଆମେରିକାର ନାଲି ଆଖି ଯୋଗୁଁ ପରମାଣୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇପାରେ । ଏଭଳି ଆଶଙ୍କା ଭିତରେ ଏବେ ପ୍ରଶ୍ନ ଉଠିଲାଣି ବିଶ୍ୱ କଣ  ଆଉ ଏକ ସଙ୍କଟ ଭିତରକୁ ଚାଲିଯିବ କି? 

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

ଆମେରିକା ଓ ରୁଷିଆ ମଧ୍ୟରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି ଅବଧି ଶେଷ ହେବା ସହିତ ପରମାଣୁ ଅସ୍ତ୍ର ମୁତୟନ ଉପରେ କଣକଣା ମଧ୍ୟ ହଟିଯିବ । ଏହା ଦୁଇ ମହାଶକ୍ତି ମଧ୍ୟରେ ଏକ ଅନିୟନ୍ତ୍ରିତ ପରମାଣୁ ଅସ୍ତ୍ର ଦୌଡ଼ ଆଶଙ୍କା ବଢ଼଼ାଇ ଦେଇଛି । ୟୁକ୍ରେନ ଯୁଦ୍ଧକୁ ନେଇ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ଚୁକ୍ତିର ଅବଧିକୁ ବଢ଼଼ାଇବାକୁ ଅନିଚ୍ଛା ପ୍ରକାଶ କରିବା ଏବେ ଚିନ୍ତାର ବିଷୟ ହୋଇଛି ।

ଆହୁରି ପଢ଼ନ୍ତୁ: ଏଲପିଜି ସଙ୍କଟ: ରାଜସ୍ଥାନ, ମୁମ୍ବାଇ ଓ ଗୁଜରାଟରେ ବନ୍ଦ ହେଲାଣି ଫ୍ୟାକ୍ଟ୍ରି, ଘରମୁହାଁ ପ୍ରବାସୀ ଶ୍ରମିକ

ବିଶ୍ୱର ୮୭ ପ୍ରତିଶତ ପରମାଣୁ ଅସ୍ତ୍ର କେବଳ ଆମେରିକା ଓ ରୁଷିଆ ପାଖରେ ରହିଛି । ‘ନ୍ୟୁ ଷ୍ଟାର୍ଟ’ ନାମରେ ପରିଚିତ ଏହି ରଣନୈତିକ ଅସ୍ତ୍ର କମାଇବା ଚୁକ୍ତି ୨୦୧୦ରେ ଏହା ନବୀକରଣ ହେବା ସହ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି କେବଳ ଅସ୍ତ୍ର ସଂଖ୍ୟା ସୀମିତ ରଖିନଥିଲା, ବରଂ ଏହା ଯାଞ୍ଚ୍‌‌ ପାଇଁ ବ୍ୟବସ୍ଥା ରଖିଥିଲା। ଏହି ଚୁକ୍ତିର ନିୟମ ଅନୁସାରେ, ଉଭୟ ଦେଶ ନିଜର ରଣନୈତିକ ପରମାଣୁ ଶକ୍ତିର ଗତିବିଧି ସୂଚନା ପରସ୍ପରକୁ ପ୍ରଦାନ କରୁଥିଲେ। ୨୦୨୧ରେ ସେତେବେଳର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଏହି ଚୁକ୍ତିର ଅବଧି ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ସେତେବେଳେ ଉଭୟ ଦେଶର ପରମାଣୁ ଅସ୍ତ୍ର ସଂଖ୍ୟା ୧,୫୫୦ରେ ସୀମିତ ଥିଲା । ବର୍ତ୍ତମାନ ଏହି ଚୁକ୍ତି ଶେଷ ହେବା ପରେ ଆମେରିକା ଓ ରୁଷ ନିଜ ଇଚ୍ଛା ଅନୁସାରେ ପରମାଣୁ ଅସ୍ତ୍ର ଓ ମିସାଇଲ୍‌‌ ତିଆରି କରିବାକୁ ସ୍ୱାଧୀନ। ଏହି ଚୁକ୍ତିର ଅବସାନ ପରେ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସାରା ବିଶ୍ୱରେ ପରମାଣୁ ଅସ୍ତ୍ର ଉପରେ କୌଣସି ସୀମା ରହିବ ନାହିଁ। ସରଳ ଭାଷାରେ କହିବାକୁ ଗଲେ ଆମେରିକା ଓ ରୁଷିଆ ଏବେ ନିଜ ଇଚ୍ଛା ଅନୁସାରେ ପରମାଣୁ ଅସ୍ତ୍ର ତିଆରି କରିବେ ଓ ଏହା ଉପରେ ଲଗାମ ରହିବ ନାହିଁ ।

ଆହୁରି ପଢ଼ନ୍ତୁ: କାଲି ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ, ଆଜି ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ‘ଯଦି ଏହା ଶେଷ ହେଉଛି, ତେବେ ହେଉ’। ଅନ୍ୟପଟେ ରୁଷ୍‌‌ କହିଛି ଯେ, ସେମାନେ ଆଉ ଏହି ସୀମା ମାନିବାକୁ ବାଧ୍ୟ ନୁହନ୍ତି। ଯେକୌଣସି ନୂତନ ଚୁକ୍ତିରେ ଚୀନ୍‌‌କୁ ସାମିଲ କରାଯାଉ ବୋଲି ଆମେରିକା ଚାହୁଁଛି। ଚୀନର ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୬୦୦ ବୋଲି ଅନୁମାନ କରାଯାଉଛି। ଏହା ଭାରତ ପାଇଁ ମଧ୍ୟ ଚିନ୍ତା ସୃଷ୍ଟି କରୁଛି। କାରଣ ଚୀନ୍‌‌ ସହିତ ଭାରତର ସୀମା ବିବାଦ ରହିଛି ଓ ଏଥିପାଇଁ ଏକାଧିକ ବାର ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଏହି ଚୁକ୍ତି ଅବଧି ଶେଷ ହେବା ଯୋଗୁଁ ସାରା ବିଶ୍ୱ ଉପରେ ପ୍ରଭାବ ପକାଇବ ଓ ଏହାର ପ୍ରାସଙ୍ଗିକତା ମଧ୍ୟ ରହିବ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ଓ ଆଗାମୀ ଦଶନ୍ଧିରେ ପରମାଣୁ ଅସ୍ତ୍ର ବ୍ୟବହାରର ବିପଦ ସବୁଠାରୁ ଅଧିକ ରହିଛି। ଏହା ୧୯୭୦ରେ ପରମାଣୁ ଅସ୍ତ୍ର ଚୁକ୍ତିକୁ ମଧ୍ୟ ଦୁର୍ବଳ କରିଦେବ। ଯଦି ବଡ଼ ଦେଶଗୁଡ଼ିକ ଅସ୍ତ୍ର ବଢ଼଼ାଇବେ, ତେବେ ଅଣ- ପରମାଣୁ ରାଷ୍ଟ୍ରଗୁଡ଼ିକ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ପାଇଁ ପରମାଣୁ ଅସ୍ତ୍ର ହାସଲ କରିବାକୁ ପ୍ରୟାସ କରିବେ। ଭାଟିକାନ୍‌‌ ସିଟିର ପୋପ୍‌‌ ମଧ୍ୟ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ପରମାଣୁ ଅସ୍ତ୍ରର ଦୌଡ଼କୁ ରୋକିବାକୁ ସବୁ ପ୍ରକାର ପ୍ରୟାସ କରାଯିବା ଉଚିତ। ଉଲ୍ଲେଖଥାଉ କି, ୨୦୧୦ରେ ‘ନ୍ୟୁ ଷ୍ଟାର୍ଟ’ ନାମରେ ପରିଚିତ ଏହି ରଣନୈତିକ ଅସ୍ତ୍ର କମାଇବା ଚୁକ୍ତି ସେତେବେଳର ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ଓ ରୁଷିଆର ରାଷ୍ଟ୍ରପତି ଦିମିତ୍ରି ମେଦଭେଦେଭଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା ।

06 Feb 2026 By Madhusudan Das

ରୁଷ-ଆମେରିକା ଚୁକ୍ତି ଶେଷ: ନବୀକରଣ ପାଇଁ ଅରାଜି ଉଭୟ ପୁତିନ ଏବଂ ଟ୍ରମ୍ପ, ବିଶ୍ବ ପ୍ରତି ପୁଣି ପରମାଣୁ ବିପଦ

ନୂଆଦିଲ୍ଲୀ: ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ମଧ୍ୟରେ ଏକମାତ୍ର ପରମାଣୁ ଚୁକ୍ତିର ଅବଧି ଶେଷ ହୋଇଛି । ଏହି ଚୁକ୍ତିର ନବୀକରଣ ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ପୁତିନ ରାଜି ହେଉ ନଥିବାରୁ ବିଶ୍ବ ପ୍ରତି ପୁଣି ପରମାଣୁ ବିପଦ ଦେଖାଦେଇଛି । ଚୁକ୍ତିର ନବୀକରଣ ନହେଲେ  ସେମାନଙ୍କ ମଧ୍ୟରେ ପରମାଣୁ ଅସ୍ତ୍ର ନିର୍ମାଣ ପ୍ରତିଯୋଗିତା ପୁଣି ଆରମ୍ଭ ହୋଇଯିବ । ୟୁକ୍ରେନରେ ରୁଷିଆର ଆକ୍ରମଣ ଏବଂ ଅନ୍ୟ ଦେଶଗୁଡ଼ିକୁ ଆମେରିକାର ନାଲି ଆଖି ଯୋଗୁଁ ପରମାଣୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇପାରେ । ଏଭଳି ଆଶଙ୍କା ଭିତରେ ଏବେ ପ୍ରଶ୍ନ ଉଠିଲାଣି ବିଶ୍ୱ କଣ  ଆଉ ଏକ ସଙ୍କଟ ଭିତରକୁ ଚାଲିଯିବ କି? 

ଆମେରିକା ଓ ରୁଷିଆ ମଧ୍ୟରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି ଅବଧି ଶେଷ ହେବା ସହିତ ପରମାଣୁ ଅସ୍ତ୍ର ମୁତୟନ ଉପରେ କଣକଣା ମଧ୍ୟ ହଟିଯିବ । ଏହା ଦୁଇ ମହାଶକ୍ତି ମଧ୍ୟରେ ଏକ ଅନିୟନ୍ତ୍ରିତ ପରମାଣୁ ଅସ୍ତ୍ର ଦୌଡ଼ ଆଶଙ୍କା ବଢ଼଼ାଇ ଦେଇଛି । ୟୁକ୍ରେନ ଯୁଦ୍ଧକୁ ନେଇ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ଚୁକ୍ତିର ଅବଧିକୁ ବଢ଼଼ାଇବାକୁ ଅନିଚ୍ଛା ପ୍ରକାଶ କରିବା ଏବେ ଚିନ୍ତାର ବିଷୟ ହୋଇଛି ।

ବିଶ୍ୱର ୮୭ ପ୍ରତିଶତ ପରମାଣୁ ଅସ୍ତ୍ର କେବଳ ଆମେରିକା ଓ ରୁଷିଆ ପାଖରେ ରହିଛି । ‘ନ୍ୟୁ ଷ୍ଟାର୍ଟ’ ନାମରେ ପରିଚିତ ଏହି ରଣନୈତିକ ଅସ୍ତ୍ର କମାଇବା ଚୁକ୍ତି ୨୦୧୦ରେ ଏହା ନବୀକରଣ ହେବା ସହ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି କେବଳ ଅସ୍ତ୍ର ସଂଖ୍ୟା ସୀମିତ ରଖିନଥିଲା, ବରଂ ଏହା ଯାଞ୍ଚ୍‌‌ ପାଇଁ ବ୍ୟବସ୍ଥା ରଖିଥିଲା। ଏହି ଚୁକ୍ତିର ନିୟମ ଅନୁସାରେ, ଉଭୟ ଦେଶ ନିଜର ରଣନୈତିକ ପରମାଣୁ ଶକ୍ତିର ଗତିବିଧି ସୂଚନା ପରସ୍ପରକୁ ପ୍ରଦାନ କରୁଥିଲେ। ୨୦୨୧ରେ ସେତେବେଳର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଏହି ଚୁକ୍ତିର ଅବଧି ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ସେତେବେଳେ ଉଭୟ ଦେଶର ପରମାଣୁ ଅସ୍ତ୍ର ସଂଖ୍ୟା ୧,୫୫୦ରେ ସୀମିତ ଥିଲା । ବର୍ତ୍ତମାନ ଏହି ଚୁକ୍ତି ଶେଷ ହେବା ପରେ ଆମେରିକା ଓ ରୁଷ ନିଜ ଇଚ୍ଛା ଅନୁସାରେ ପରମାଣୁ ଅସ୍ତ୍ର ଓ ମିସାଇଲ୍‌‌ ତିଆରି କରିବାକୁ ସ୍ୱାଧୀନ। ଏହି ଚୁକ୍ତିର ଅବସାନ ପରେ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସାରା ବିଶ୍ୱରେ ପରମାଣୁ ଅସ୍ତ୍ର ଉପରେ କୌଣସି ସୀମା ରହିବ ନାହିଁ। ସରଳ ଭାଷାରେ କହିବାକୁ ଗଲେ ଆମେରିକା ଓ ରୁଷିଆ ଏବେ ନିଜ ଇଚ୍ଛା ଅନୁସାରେ ପରମାଣୁ ଅସ୍ତ୍ର ତିଆରି କରିବେ ଓ ଏହା ଉପରେ ଲଗାମ ରହିବ ନାହିଁ ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ‘ଯଦି ଏହା ଶେଷ ହେଉଛି, ତେବେ ହେଉ’। ଅନ୍ୟପଟେ ରୁଷ୍‌‌ କହିଛି ଯେ, ସେମାନେ ଆଉ ଏହି ସୀମା ମାନିବାକୁ ବାଧ୍ୟ ନୁହନ୍ତି। ଯେକୌଣସି ନୂତନ ଚୁକ୍ତିରେ ଚୀନ୍‌‌କୁ ସାମିଲ କରାଯାଉ ବୋଲି ଆମେରିକା ଚାହୁଁଛି। ଚୀନର ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୬୦୦ ବୋଲି ଅନୁମାନ କରାଯାଉଛି। ଏହା ଭାରତ ପାଇଁ ମଧ୍ୟ ଚିନ୍ତା ସୃଷ୍ଟି କରୁଛି। କାରଣ ଚୀନ୍‌‌ ସହିତ ଭାରତର ସୀମା ବିବାଦ ରହିଛି ଓ ଏଥିପାଇଁ ଏକାଧିକ ବାର ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଏହି ଚୁକ୍ତି ଅବଧି ଶେଷ ହେବା ଯୋଗୁଁ ସାରା ବିଶ୍ୱ ଉପରେ ପ୍ରଭାବ ପକାଇବ ଓ ଏହାର ପ୍ରାସଙ୍ଗିକତା ମଧ୍ୟ ରହିବ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ଓ ଆଗାମୀ ଦଶନ୍ଧିରେ ପରମାଣୁ ଅସ୍ତ୍ର ବ୍ୟବହାରର ବିପଦ ସବୁଠାରୁ ଅଧିକ ରହିଛି। ଏହା ୧୯୭୦ରେ ପରମାଣୁ ଅସ୍ତ୍ର ଚୁକ୍ତିକୁ ମଧ୍ୟ ଦୁର୍ବଳ କରିଦେବ। ଯଦି ବଡ଼ ଦେଶଗୁଡ଼ିକ ଅସ୍ତ୍ର ବଢ଼଼ାଇବେ, ତେବେ ଅଣ- ପରମାଣୁ ରାଷ୍ଟ୍ରଗୁଡ଼ିକ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ପାଇଁ ପରମାଣୁ ଅସ୍ତ୍ର ହାସଲ କରିବାକୁ ପ୍ରୟାସ କରିବେ। ଭାଟିକାନ୍‌‌ ସିଟିର ପୋପ୍‌‌ ମଧ୍ୟ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ପରମାଣୁ ଅସ୍ତ୍ରର ଦୌଡ଼କୁ ରୋକିବାକୁ ସବୁ ପ୍ରକାର ପ୍ରୟାସ କରାଯିବା ଉଚିତ। ଉଲ୍ଲେଖଥାଉ କି, ୨୦୧୦ରେ ‘ନ୍ୟୁ ଷ୍ଟାର୍ଟ’ ନାମରେ ପରିଚିତ ଏହି ରଣନୈତିକ ଅସ୍ତ୍ର କମାଇବା ଚୁକ୍ତି ସେତେବେଳର ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ଓ ରୁଷିଆର ରାଷ୍ଟ୍ରପତି ଦିମିତ୍ରି ମେଦଭେଦେଭଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର