କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

Madhusudan Das Picture
Published On

ନୂଆଦିଲ୍ଲୀ: ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ବ୍ୟାପକ ଧନଜୀବନ ହାନି ହୋଇଛି। ସରକାରୀ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଅତିକମରେ ୨୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଘଟଣାଟି ଏକ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରିତ ଅଞ୍ଚଳରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ଏବଂ ସଠିକ ତଥ୍ୟ ସଂଗ୍ରହରେ ଗୁରୁତର ବାଧା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ପ୍ରାପ୍ତ ସୂଚନା ଅନୁଯାୟୀ, ଖଣି ଅଞ୍ଚଳର ଏକ ପାହାଡ଼ର କିଛି ଅଂଶ ହଠାତ୍ ଧସି ଯାଇଥିଲା ଏବଂ ଗୁରୁବାର ସକାଳେ ଦ୍ୱିତୀୟ ଥର ପାଇଁ ଭୂସ୍ଖଳନ ହୋଇଥିଲା। M23 ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ନିଯୁକ୍ତ ଗଭର୍ଣ୍ଣର ଏରାଷ୍ଟନ ବାହାତି ମୁସାଙ୍ଗା ଏଏଫପିକୁ ସୂଚନା ଦେଇ କହିଛନ୍ତି ଯେ, ଏଥିରେ ଅତିକମରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ସ୍ୱାଧୀନ ଭାବରେ ଏହି ସଂଖ୍ୟାକୁ ଯାଞ୍ଚ କରିପାରି ନାହାନ୍ତି।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ଉତ୍ତର କିଭୁ ପ୍ରଦେଶରେ ଥିବା ଏହି ରୁବାୟା ଖଣିକୁ ଏପ୍ରିଲ୍ ୨୦୨୪ରେ M23 ବିଦ୍ରୋହୀ ଗୋଷ୍ଠୀ କବଜା କରିନେଇଥିଲା। ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ଫୋନ୍ ନେଟୱାର୍କ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଦ୍ରୋହୀଙ୍କ ଭୟରେ ସରକାରୀ ଅଧିକାରୀ ଓ ସାମାଜିକ କର୍ମୀମାନେ ସେହି ସ୍ଥାନ ଛାଡି ପଳାଇଥିବାରୁ ସଠିକ ତଥ୍ୟ ମିଳିବା କଷ୍ଟକର ହୋଇପଡିଛି। କେବଳ ମୋଟରସାଇକେଲ୍ ଚାଳକଙ୍କ ଜରିଆରେ ଖୁବ୍ କମ୍ ଖବର ବାହାରକୁ ଆସୁଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ରୁବାୟା ଖଣି ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରୁ ବିଶ୍ୱର ମୋଟ କୋଲଟାନ ଉତ୍ପାଦନର ୧୫ରୁ ୩୦ ପ୍ରତିଶତ ମିଳିଥାଏ। ଏହି ଖଣିଜ ପଦାର୍ଥ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ତିଆରିରେ ଏକ ମୁଖ୍ୟ ଉପାଦାନ। ବିଶେଷଜ୍ଞଙ୍କ ମତରେ, M23 ଗୋଷ୍ଠୀ ଏହି ଖଣିରୁ ଟିକସ ଆଦାୟ କରି ମାସକୁ ପ୍ରାୟ ୮ ଲକ୍ଷ ଡଲାର (ପ୍ରାୟ ୬.୬ କୋଟି ଟଙ୍କା) ଆୟ କରୁଛି। କଙ୍ଗୋ ସରକାର ଏହି ବେଆଇନ ଖନନ ଓ ଲୁଟ୍ ପାଇଁ ପଡୋଶୀ ଦେଶ ରୁୱାଣ୍ଡାକୁ ଦାୟୀ କରିଛନ୍ତି।

02 Feb 2026 By Madhusudan Das

କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ବ୍ୟାପକ ଧନଜୀବନ ହାନି ହୋଇଛି। ସରକାରୀ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଅତିକମରେ ୨୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଘଟଣାଟି ଏକ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରିତ ଅଞ୍ଚଳରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ଏବଂ ସଠିକ ତଥ୍ୟ ସଂଗ୍ରହରେ ଗୁରୁତର ବାଧା ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଖଣି ଅଞ୍ଚଳର ଏକ ପାହାଡ଼ର କିଛି ଅଂଶ ହଠାତ୍ ଧସି ଯାଇଥିଲା ଏବଂ ଗୁରୁବାର ସକାଳେ ଦ୍ୱିତୀୟ ଥର ପାଇଁ ଭୂସ୍ଖଳନ ହୋଇଥିଲା। M23 ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ନିଯୁକ୍ତ ଗଭର୍ଣ୍ଣର ଏରାଷ୍ଟନ ବାହାତି ମୁସାଙ୍ଗା ଏଏଫପିକୁ ସୂଚନା ଦେଇ କହିଛନ୍ତି ଯେ, ଏଥିରେ ଅତିକମରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ସ୍ୱାଧୀନ ଭାବରେ ଏହି ସଂଖ୍ୟାକୁ ଯାଞ୍ଚ କରିପାରି ନାହାନ୍ତି।

ଉତ୍ତର କିଭୁ ପ୍ରଦେଶରେ ଥିବା ଏହି ରୁବାୟା ଖଣିକୁ ଏପ୍ରିଲ୍ ୨୦୨୪ରେ M23 ବିଦ୍ରୋହୀ ଗୋଷ୍ଠୀ କବଜା କରିନେଇଥିଲା। ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ଫୋନ୍ ନେଟୱାର୍କ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଦ୍ରୋହୀଙ୍କ ଭୟରେ ସରକାରୀ ଅଧିକାରୀ ଓ ସାମାଜିକ କର୍ମୀମାନେ ସେହି ସ୍ଥାନ ଛାଡି ପଳାଇଥିବାରୁ ସଠିକ ତଥ୍ୟ ମିଳିବା କଷ୍ଟକର ହୋଇପଡିଛି। କେବଳ ମୋଟରସାଇକେଲ୍ ଚାଳକଙ୍କ ଜରିଆରେ ଖୁବ୍ କମ୍ ଖବର ବାହାରକୁ ଆସୁଛି।

ରୁବାୟା ଖଣି ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରୁ ବିଶ୍ୱର ମୋଟ କୋଲଟାନ ଉତ୍ପାଦନର ୧୫ରୁ ୩୦ ପ୍ରତିଶତ ମିଳିଥାଏ। ଏହି ଖଣିଜ ପଦାର୍ଥ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ତିଆରିରେ ଏକ ମୁଖ୍ୟ ଉପାଦାନ। ବିଶେଷଜ୍ଞଙ୍କ ମତରେ, M23 ଗୋଷ୍ଠୀ ଏହି ଖଣିରୁ ଟିକସ ଆଦାୟ କରି ମାସକୁ ପ୍ରାୟ ୮ ଲକ୍ଷ ଡଲାର (ପ୍ରାୟ ୬.୬ କୋଟି ଟଙ୍କା) ଆୟ କରୁଛି। କଙ୍ଗୋ ସରକାର ଏହି ବେଆଇନ ଖନନ ଓ ଲୁଟ୍ ପାଇଁ ପଡୋଶୀ ଦେଶ ରୁୱାଣ୍ଡାକୁ ଦାୟୀ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର