ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇଲା ଟ୍ବିଟର

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟର ନେଲା କାର୍ଯ୍ୟାନୁଷ୍ଠାନ । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି । ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଦିଲ୍ଲୀରେ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଆଉ ଏହି ସମୟର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ ଯେଉଁଥିରେ ପୀଡିତାଙ୍କ ପିତାମାତା […]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟର ନେଲା କାର୍ଯ୍ୟାନୁଷ୍ଠାନ । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି । ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଦିଲ୍ଲୀରେ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଆଉ ଏହି ସମୟର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ ଯେଉଁଥିରେ ପୀଡିତାଙ୍କ ପିତାମାତା ମଧ୍ୟ ନଜର ଆସିଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏପରି କରି ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିଚୟକୁ ସାର୍ବଜନୀନ କରିଥିବାର ଅଭିଯୋଗ ଆସିଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ବଳାତ୍କାର ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଥିବାରୁ ସାରା ଦେଶରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ଟ୍ୱିଟର ଅଭିଯୋଗ କରୁଥିବାବେଳେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍‌ଡ ରାଇଟ୍‌ସ୍ (ଏନସିପିସିଆର) ଦ୍ୱାରା କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ପରେ ଟ୍ୱିଟର ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି ।

ଟ୍ୱିଟର ଇଣ୍ଡିଆର ଅଭିଯୋଗ ଅଧିକାରୀଙ୍କୁ ଆୟୋଗ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ କୌଣସି ନାବାଳକ ପୀଡିତାଙ୍କ ପାରିବାରିକ ଚିତ୍ର ଟ୍ୱିଟରରେ ପୋଷ୍ଟ କରିବା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, 2015 ଏବଂ ଶିଶୁ ନିରାକରଣର ଧାରା ୨୩ ର ଉଲ୍ଲଂଘନ ଅଟେ । ଯୌନ ଅପରାଧ ଅଧିନିୟମ (POCSO) ଉଲ୍ଲଂଘନ ଅଟେ । ଏହି ଅଭିଯୋଗ ପତ୍ର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲଙ୍କ ଟ୍ୱିଟକୁ ହଟାଇ ଦେଇଛି ।

07 Aug 2021 By The Sakala

ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟର ନେଲା କାର୍ଯ୍ୟାନୁଷ୍ଠାନ । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି । ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଦିଲ୍ଲୀରେ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଆଉ ଏହି ସମୟର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ ଯେଉଁଥିରେ ପୀଡିତାଙ୍କ ପିତାମାତା ମଧ୍ୟ ନଜର ଆସିଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏପରି କରି ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିଚୟକୁ ସାର୍ବଜନୀନ କରିଥିବାର ଅଭିଯୋଗ ଆସିଥିଲା।

ବଳାତ୍କାର ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଥିବାରୁ ସାରା ଦେଶରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ଟ୍ୱିଟର ଅଭିଯୋଗ କରୁଥିବାବେଳେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍‌ଡ ରାଇଟ୍‌ସ୍ (ଏନସିପିସିଆର) ଦ୍ୱାରା କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ପରେ ଟ୍ୱିଟର ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି ।

ଟ୍ୱିଟର ଇଣ୍ଡିଆର ଅଭିଯୋଗ ଅଧିକାରୀଙ୍କୁ ଆୟୋଗ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ କୌଣସି ନାବାଳକ ପୀଡିତାଙ୍କ ପାରିବାରିକ ଚିତ୍ର ଟ୍ୱିଟରରେ ପୋଷ୍ଟ କରିବା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, 2015 ଏବଂ ଶିଶୁ ନିରାକରଣର ଧାରା ୨୩ ର ଉଲ୍ଲଂଘନ ଅଟେ । ଯୌନ ଅପରାଧ ଅଧିନିୟମ (POCSO) ଉଲ୍ଲଂଘନ ଅଟେ । ଏହି ଅଭିଯୋଗ ପତ୍ର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲଙ୍କ ଟ୍ୱିଟକୁ ହଟାଇ ଦେଇଛି ।

https://www.thesakala.in/national-international/twitter-removed-controversial-tweet-of-congress-leader-rahul-gandhi/article-4435
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର