Viral Video: ପାଣି ଭିତରେ ୨୦୦ କିଲୋର ବିଶାଳ ଆନାକୋଣ୍ଡା ସହ ମୁହାଁମୁହିଁ ହେଲେ ଡାଇଭର; ଦେଖନ୍ତୁ ଏହି ଭାଇରାଲ ଭିଡିଓ

Tapas Ranjan Nanda Picture
Published On

ସାପ ନାଁ ଶୁଣିଲେ ଅନେକଙ୍କର ହାଲତ୍ ଖରାପ ହୋଇଯାଏ। ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ଏକ ୮ ମିଟର ଲମ୍ବା ଏବଂ ୨୦୦ କିଲୋ ଓଜନର ବିଶାଳ ଆନାକୋଣ୍ଡା ଚାଲିଆସେ, ତେବେ କ’ଣ ହେବ? ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଭିଡିଓରେ ଜଣେ ଗୋତାଖୋର (Diver) ଏବଂ ଏକ ବିଶାଳ ଆନାକୋଣ୍ଡାର ମୁହାଁମୁହିଁ ଦୃଶ୍ୟ କଏଦ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

୨୦୦ କିଲୋ ଓଜନର ସାପକୁ ଦେଖି ଡରିଗଲେ ଡାଇଭର

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଗୋତାଖୋର ପାଣି ଭିତରକୁ ଯାଇଥିବା ବେଳେ ହଠାତ୍ ଏକ ବିଶାଳ ଆନାକୋଣ୍ଡା ସହ ତାଙ୍କର ସାକ୍ଷାତ ହୋଇଥିଲା। ସାପଟିର ଲମ୍ବ ପ୍ରାୟ ୮ ମିଟର ଏବଂ ଓଜନ ୨୦୦ କିଲୋ ରହିଥିଲା। ସାପଟି ଡାଇଭରଙ୍କ ଆଡକୁ ମୁହାଁଇବା ଦେଖି ସେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। ତାଙ୍କୁ ଲାଗିଲା ଯେ ଆନାକୋଣ୍ଡାଟି ବୋଧହୁଏ ଆକ୍ରମଣ କରିବ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସାପଟି ତାଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ପାଖ ଦେଇ ଶାନ୍ତିରେ ଚାଲିଯାଇଥିଲା।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଏହି ରୋମାଞ୍ଚକର ଭିଡିଓଟିକୁ @chronicalguy ନାମକ ଏକ୍ସ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟରୁ ସେୟାର କରାଯାଇଛି। କ୍ୟାପସନରେ ଲେଖାଯାଇଛି ଯେ, "ଆନାକୋଣ୍ଡାଟି ମୋ ପାଇଁ ଅଟକିଲା, ମୋ ଆଖିରେ ଆଖି ମିଶାଇଲା ଏବଂ ମୁଁ କ୍ଷମା ମାଗିବା ପରେ ମୋ ଶରୀରକୁ ଘଷି ହୋଇ ତଳ ଦେଇ ଚାଲିଗଲା"। ମାତ୍ର ୨୮ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର ଏହି ଦୃଶ୍ୟକୁ 'ଭୟଙ୍କର କିନ୍ତୁ ଅଦ୍ଭୁତ' ବୋଲି ବର୍ଣ୍ଣନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର