ଅଜିତ ପାୱାର ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ‘ବ୍ଲାକ୍ ବକ୍ସ’, ତଦନ୍ତ ପରେ ଜଣାପଡିବ କ୍ରାସ୍ ର କାରଣ...

Madhusudan Das Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ରର ବାରାମତୀ ନିକଟରେ ଘଟିଥିବା ଭୟାବହ ବିମାନ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜାନୁଆରୀ ୨୮ତାରିଖରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ଅନ୍ୟ ୪ ଜଣଙ୍କର ପ୍ରାଣହାନୀ ଘଟିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୁରୁବାର ସ୍ପଷ୍ଟ କରିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍ ବକ୍ସ’କୁ ସଫଳତାର ସହ ଉଦ୍ଧାର କରାଯାଇଛି, ଯାହା ଦୁର୍ଘଟଣାର କାରଣ ଜାଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ର ତିନିଜଣିଆ ଟିମ୍ ଏବଂ ଡିଜିସିଏ (DGCA) ର ଅନ୍ୟ ଏକ ଟିମ୍ ଜାନୁଆରୀ ୨୮ ତାରିଖରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ। AAIB ର ମହାନିର୍ଦ୍ଦେଶକ ମଧ୍ୟ ସେହିଦିନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଉଦ୍ଧାର ହୋଇଥିବା ବ୍ଲାକ୍ ବକ୍ସରୁ ବିମାନର ଉଡାଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଉଲ୍ଲେଖଯୋଗ୍ୟ ଯେ, ବୋମ୍ବାଡିୟର୍ ଲିୟରଜେଟ୍ ୪୫ (Bombardier Learjet 45) ନାମକ ଏହି ବିମାନଟି ବାରାମତୀ ଏୟାରଷ୍ଟ୍ରିପରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମନ୍ତ୍ରାଳୟ ସୋସିଆଲ ମିଡିଆରେ ସୂଚନା ଦେଇ କହିଛି ଯେ, “AAIB ନିୟମାବଳୀ, ୨୦୨୫ର ନିୟମ ୫ ଏବଂ ୧୧ ଅନୁଯାୟୀ ତଦନ୍ତ ଆରମ୍ଭ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ଶେଷ କରିବା ଆମର ପ୍ରାଥମିକତା।”

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର