ଅଷ୍ଟ୍ରେଲିଆ ଭଳି ଭାରତର ଏହି ରାଜ୍ୟରେ ନାବାଳକଙ୍କ ପାଇଁ ସାମାଜିକ ଗଣମାଧ୍ୟମ ଉପରେ ଲାଗିବ ପ୍ରତିବନ୍ଧକ

Madhusudan Das Picture
Published On

ହାଇଦରାବାଦ୍‌‌: ନାବାଳକଙ୍କ ଉପରେ ଇଣ୍ଟରନେଟ୍‌‌ ଓ ସାମାଜିକ ଗଣମାଧ୍ୟମର ନକରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଏକ ଦୃଷ୍ଟାନ୍ତମୂଳକ ଆଇନ୍‌‌ ପ୍ରଣୟନ କରିଥିଲା। ଏହା ଦ୍ୱାରା ନାବାଳକଙ୍କ ପାଇଁ ସାମାଜିକ ଗଣମାଧ୍ୟମକୁ ନିଷିଦ୍ଧ କରାଯାଇଥିଲା। ଅଷ୍ଟ୍ରେଲିଆର ଏହି ପଦକ୍ଷେପଠାରୁ ପ୍ରେରଣା ନେଇ ଏବେ ଆନ୍ଧ୍ରପ୍ରଦେଶ ସରକାର ଏହି ଭଳି ନୀତି ଆପଣାଇବାକୁ ଯାଉଛନ୍ତି। ଆନ୍ଧ୍ର ସରକାର ୧୬ ବର୍ଷରୁ କମ୍‌‌ ବୟସର ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛି। 

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ମଞ୍ଚରେ ଭାଷଣ ଦେଇ ଆନ୍ଧ୍ର ଆଇଟି ମନ୍ତ୍ରୀ ନାରା ଲୋକେଶ କହିଛନ୍ତି ଯେ, ସରକାର ଅଷ୍ଟ୍ରେଲିଆର ଏହି ପଦକ୍ଷେପ ତଥା ଅଭିମୁଖ୍ୟକୁ ନିକଟରୁ ଅଧ୍ୟୟନ କରୁଛନ୍ତି। ପିଲାମାନଙ୍କ ପାଇଁ ଆମକୁ ଏକ ଦୃଢ଼ ଆଇନଗତ ଢାଞ୍ଚା ସୃଷ୍ଟି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ୨୦୨୪ରେ ମାନସିକ ସ୍ୱାସ୍ଥ୍ୟ, ଅନଲାଇନ୍‌‌ କ୍ଷତି, ସାଇବର ଧମକ ଓ ନିଶା ଆଲଗାରିଦିମ ସଂକ୍ରାନ୍ତରେ ବଢ଼଼ୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ୧୬ ବର୍ଷରୁ କମ୍‌‌ ବୟସର ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲା ଓ ଏ ନେଇ ଆଇନ ପ୍ରଣୟନ କରିଥିଲା। ତେଲଗୁ ଦେଶମ ପାର୍ଟି (ଟିଡିପି)ର ଜାତୀୟ ମୁଖପାତ୍ର ଦୀପକ ରେଡ୍ଡୀ କହିଛନ୍ତି ଯେ, ମନ୍ତ୍ରୀ ନାରା ଲୋକେଶ ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ ସମ୍ପର୍କରେ ଗମ୍ଭୀର ଚିନ୍ତାଧାରାକୁ ଠିକ୍‌‌ ଭାବେ ଉଜାଗର କରିଛନ୍ତି। ଆନ୍ଧ୍ର ସରକାର ଏବେ ଅଷ୍ଟ୍ରେଲିଆର ଏହି ଆଇନ୍‌‌ର ଯାଞ୍ଚ କରୁଛନ୍ତି ବୋଲି ସେ କହିଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଆନ୍ଧ୍ର ଭାରତର ପ୍ରଥମ ରାଜ୍ୟ ଭାବେ ନାବାଳଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ କରିବା ନେଇ ଆଇନ୍‌‌ ଲାଗୁ କରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର