ଗ୍ରୀନ୍‌ଲାଣ୍ଡ ଆମର; ଦଖଲ ପାଇଁ ବଳ ପ୍ରୟୋଗ କରିବୁନି: ଟ୍ରମ୍ପ

Madhusudan Das Picture
Published On

ଡାଭୋସ: ପୁଣିଥରେ ଡାଭୋସ ଆସି ଭଲ ଲାଗୁଛି। ଏଠାରେ ଅନେକ ବ୍ୟବସାୟୀ, ବନ୍ଧୁ, କିଛି ଶତ୍ରୁ ଏବଂ ସ୍ବତନ୍ତ୍ର ଅତିଥି ଉପସ୍ଥିତ ଅଛନ୍ତି ବୋଲି କହି ବିଶ୍ବ ଆର୍ଥିକ ମଞ୍ଚ (ଡବ୍ଳୁଇଏଫ)ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଗଳ ପରି ପ୍ରଳାପ କରିଛନ୍ତି। ସେ ଏଠାରେ ଗ୍ରୀନଲାଣ୍ଡକୁ ଆମେରିକାର ବୋଲି କହିଛନ୍ତି। ଏହି ଦେଶକୁ କବ୍‌ଜା କରିବାର ଯୋଜନାକୁ ଟ୍ରମ୍ପ ବିଶ୍ବ ସମ୍ମୁଖରେ ରଖିଛନ୍ତି। ମାତ୍ର ଗ୍ରୀନଲାଣ୍ଡ ଦଖଲ ପାଇଁ ଆମେରିକା ବଳ ପ୍ରୟୋଗ କରିବ ନାହିଁ ବୋଲି ଘୋଷଣା କରିଛନ୍ତି। ଗ୍ରୀନଲାଣ୍ଡ ଦଖଲକୁ ନେଇ ଟ୍ରମ୍ପ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ଯିଏ ସମର୍ଥନ ଦେବ ତାକୁ ପ୍ରଶଂସା କରିବି ଏବଂ ମନା କଲେ ସବୁବେଳ ପାଇଁ ମନେ ରଖିବି ବୋଲି କହିଛନ୍ତି। 

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଆମେରିକା ଦ୍ରୁତ ବିକାଶ କରୁଥିବାବେଳେ ୟୁରୋପ ସଠିକ ଦିଗରେ ଯାଉ ନ ଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। କେବଳ ଆମେରିକାର ହିଁ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ। ଆଉ କୌଣସି ରାଷ୍ଟ୍ର ଏପରି କରିପାରିବେ ନାହିଁ। ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗ୍ରୀନଲାଣ୍ଡ ଅତ୍ୟନ୍ତ ଜରୁରୀ। କବ୍‌ଜାକୁ ବିରୋଧ କରୁଥିବା ଟ୍ରମ୍ପ ଡେନମାର୍କକୁ କୃତଘ୍ନ ଆଖ୍ୟା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

୭୫ ମିନିଟ ପର୍ଯ୍ୟନ୍ତ ଅଭିଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମାତ୍ର ୬ ଘଣ୍ଟା ମଧ୍ୟରେ ଡେନମାର୍କ ଜର୍ମାନୀଠାରୁ ହାରି ଯାଇଥିଲା। ସେତେବେଳେ ଡେନମାର୍କ ନିଜର ଏବଂ ଗ୍ରୀନଲାଣ୍ଡର ରକ୍ଷା କରିବାରେ ସମର୍ଥ ହୋଇ ନ ଥିଲା। ଏହି ପରେ ଆମେରିକା ବାଧ୍ୟବାଧ୍ୟକତାରେ ଆଗକୁ ଆସି ଡେନମାର୍କକୁ ସୁରକ୍ଷା ଦେଇଥିଲା। ସେ ସମୟରେ ଗ୍ରୀନଲାଣ୍ଡକୁ ନିଜ ପାଖରେ ରଖିବା ପରିବର୍ତ୍ତେ ଆମେରିକା ଡେନମାର୍କକୁ ପ୍ରଦାନ କରିଥିଲା। ଏହି ନିଷ୍ପତ୍ତି ସବୁଠାରୁ ବଡ଼ ଭୁଲ୍‌ ଥିଲା। ଆମେରିକା କେବଳ ଏକ ବରଫାବୃତ୍ତ ଅଞ୍ଚଳ ଚାହୁଁଛି। ମାତ୍ର ୟୁରୋପ ଏହା ଦେବାକୁ ପ୍ରସ୍ତୁତ ନାହିଁ। ଆମେରିକା କେତେବେଳେ କିଛି ମାଗିନାହିଁ। ଏବେ ମାଗୁଛି ଯେ ଦିଆଯାଉ ନାହିଁ। ଯଦି ୟୁରୋପ ହଁ କରିବ ତେବେ ଆମେରିକା ଧନ୍ୟବାଦ ଦେବ ନଚେତ ସବୁବେଳ ପାଇଁ ମନେ ରଖିବ। ସେହିପରି ନାଟୋ ଉପରେ ତାଙ୍କର ଭରସା ନ ଥିବା ଟ୍ରମ୍ପ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ରୁଷ-ୟୁକ୍ରେନ ଯୁଦ୍ଧର ଦାୟିତ୍ବ ୟୁରୋପକୁ ହେବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। କାରଣ ଏହା ଆମେରିକାଠୁ ବହୁ ଦୂରରେ ରହିଛି। ସେହିପରି ଔଷଧ ମୂଲ୍ୟ ବୃଦ୍ଧିକୁ ନେଇ ଟ୍ରମ୍ପ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଇମାନୁଏଲ ମାକ୍ରନଙ୍କୁ ଧମକ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର