ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା: ଲିବିଆ ସେନା ମୁଖ୍ୟଙ୍କ ସମେତ ୫ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ

Madhusudan Das Picture
Published On

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ଲିବିଆର ସେନାମୁଖ୍ୟ (ଆର୍ମି ଚିଫ୍)ଙ୍କ ମୃତ୍ୟୁ ଘଟିଛି।ତୁର୍କୀର ରାଜଧାନୀ ଅଙ୍କାରା ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଲିବିଆର ସେନା ମୁଖ୍ୟ ମହମ୍ମଦ ଅଲି ଅହମ୍ମଦ ଅଲ-ହଦ୍ଦାଦ ଏବଂ ଅନ୍ୟ ଚାରିଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ତୁର୍କୀର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବିମାନରେ ଥିବା ୩ ଜଣ କ୍ରୁ ସଦସ୍ୟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଲିବିଆର ପ୍ରଧାନମନ୍ତ୍ରୀ ଅବଦୁଲ ହମିଦ ଦବିବାହ ଏହି ଘଟଣାକୁ ନିଶ୍ଚିତ କରିବା ସହ ଏହାକୁ ଏକ ଦୁଃଖଦ ଦୁର୍ଘଟଣା ବୋଲି ଅଭିହିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ଲିବିଆର ସେନା ମୁଖ୍ୟ ତୁର୍କୀରେ ତାଙ୍କର ପ୍ରତିପକ୍ଷ ଏବଂ ଅନ୍ୟ ସାମରିକ କମାଣ୍ଡରମାନଙ୍କ ସହ ବୈଠକ ସାରି ଫେରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ଦବିବାହ କହିଛନ୍ତି ଯେ, 'ଏହି ଦୁର୍ଘଟଣା ଦେଶ, ସାମରିକ ପ୍ରତିଷ୍ଠାନ ଏବଂ ସମସ୍ତ ଲୋକଙ୍କ ପାଇଁ ଏକ ବଡ଼ କ୍ଷତି। ଆମେ ଏଭଳି ବ୍ୟକ୍ତିତ୍ୱଙ୍କୁ ହରାଇଛୁ ଯେଉଁମାନେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ।'

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ତୁର୍କୀ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଷଡ଼ଯନ୍ତ୍ର ନୁହେଁ ବରଂ ଯାନ୍ତ୍ରିକ ତ୍ରୁଟି କାରଣରୁ ଘଟିଛି। ବିମାନରେ ବୈଦ୍ୟୁତିକ ତ୍ରୁଟି ଦେଖାଦେବା ପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଜରୁରୀ ଅବତରଣ ପାଇଁ ଅନୁରୋଧ କରିଥିଲେ। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେରଲିକାୟା ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ, ଅଙ୍କାରାର ଏସେନବୋଗା ବିମାନବନ୍ଦରରୁ ତ୍ରିପୋଲି ଅଭିମୁଖେ ଯାଉଥିବା ଏହି ବିମାନର ଭଗ୍ନାବଶେଷ ହେମାନା ଜିଲ୍ଲାର କେସିକାଭାକ୍ ଗ୍ରାମ ନିକଟରେ ଠାବ କରାଯାଇଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସୂଚନାନୁଯାୟୀ, ତୁର୍କୀ ଅଧିକାରୀମାନେ କହିଛନ୍ତି ଯେ ଫାଲକନ୍ ୫୦ ପ୍ରକାରର ବ୍ୟବସାୟିକ ଜେଟ୍‌ର ଭଗ୍ନାବଶେଷ ଆଙ୍କାରାର ଦକ୍ଷିଣରେ ପ୍ରାୟ ୭୦ କିଲୋମିଟର ଦୂରରେ ହାଇମାନା ଜିଲ୍ଲାର କେସିକାଭାକ୍ ଗ୍ରାମ ନିକଟରେ ମିଳିଛି । ତୁର୍କୀ ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନେ କହିଛନ୍ତି ଯେ, ଅଙ୍କାରାର ଏସେନବୋଗା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଲିବିଆ ଫେରୁଥିବା ବିମାନ ସହିତ ସେମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ରାତି ୮ଟା ୩୦ମିନିଟରେ ଉଡ଼ାଣ କରିଥିଲା ​​ଏବଂ ୪୦ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି ତୁର୍କୀର ହୋମ୍ ମିନିଷ୍ଟର ଅଲି ୟେର୍ଲିକାୟା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି  । ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିମାନଟି ହାଇମାନା ନିକଟରେ ଜରୁରୀକାଳୀନ ଅବତରଣ ପାଇଁ ସଙ୍କେତ ଦେଇଥିଲା । କିନ୍ତୁ ଦୁର୍ଭାଗ୍ୟବସତଃ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩ ଜଣ କ୍ରୁ ସଦସ୍ୟଙ୍କ ପରିଚୟ ମିଳିପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର